ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଚକ୍ଷୁଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣଗୁଡ଼ିକ ମିସାଇଲ୍ ହମଲା ଯୋଗୁଁ ହୋଇଛି, ଯାହା ସହରରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ଅନ୍ୟପଟେ ବିସ୍ଫୋରଣର […] The post ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା appeared first on KNews Odisha.

ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା
pakistan

ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଚକ୍ଷୁଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣଗୁଡ଼ିକ ମିସାଇଲ୍ ହମଲା ଯୋଗୁଁ ହୋଇଛି, ଯାହା ସହରରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି।

ଅନ୍ୟପଟେ ବିସ୍ଫୋରଣର ଶବ୍ଦ ଏତେ ପ୍ରବଳ ଥିଲା ଯେ ଏହା ମିସାଇଲ୍ କିମ୍ବା ଅନ୍ୟ କୌଣସି ଭାରୀ ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇଥିବା ଆଶଙ୍କା କରାଯାଉଛି । ତେବେ, ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ କୌଣସି ଆଧିକାରିକ ବିବୃତି ଏପର୍ଯ୍ୟନ୍ତ ଜାରି ହୋଇନାହିଁ । ଏହି ଘଟଣା ପରେ ଲାହୋରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବିସ୍ଫୋରଣରେ କ୍ଷୟକ୍ଷତି ଏବଂ ହତାହତ ସମ୍ପର୍କରେ ସ୍ପଷ୍ଟ ସୂଚନା ଏବେ ମିଳିନାହିଁ  ।

ଏହା ପୂର୍ବରୁ ଏପ୍ରିଲ ୨୬, ୨୦୨୫ରେ ଲାହୋର ବିମାନବନ୍ଦରରେ ଏକ ବିସ୍ଫୋରଣ ଘଟିଥିଲା, ଯାହାକୁ ଲିବରେସନ୍ ଫୋର୍ସ ଅଫ୍ ଆଫଗାନିସ୍ତାନ ନାମକ ଗୋଷ୍ଠୀ ଦାୟିତ୍ୱ ନେଇଥିଲା । ସେହି ଘଟଣାରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ :  ବଢୁଛି ଯୁଦ୍ଧ ଆଶଙ୍କା: ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଲେ ଅମିତ ଶାହ

The post ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା appeared first on KNews Odisha.