ସକାଳେ ବାଇକ୍‌ରେ ସ୍କୁଲ ଯାଉଥିଲେ ସାର୍‌, ରାସ୍ତାରେ ପିଟି ହେଲେ ୫ ବାର୍‌ହା

ସଲେଇକେନା ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକ ହେଉଛନ୍ତି ଚନ୍ଦନ କୁମାର ଜେନା ଓ ଦେବରାଜ ଦାସ। ଆଜି ସକାଳେ ଦୁଇ ଶିକ୍ଷକ ବାଇକ୍‌ରେ ବିଦ୍ୟାଳୟ ଯାଉଥିଲେ। ଠିକ୍‌ ସେହି ସମୟରେ ୫ଟି ବାର୍‌ହା ଲୋକନାଥପୁର-ସଲେଇକେନା ରାସ୍ତା ଅତିକ୍ରମ କରୁଥିଲେ।

ସକାଳେ ବାଇକ୍‌ରେ ସ୍କୁଲ ଯାଉଥିଲେ ସାର୍‌, ରାସ୍ତାରେ ପିଟି ହେଲେ ୫ ବାର୍‌ହା

ଆଜି ସକାଳେ ବାଇକ୍‌ରେ ସ୍କୁଲ ଯାଉଥିଲେ ଦୁଇ ସାର। ହେଲେ ବିଚ୍‌ ରାସ୍ତାରେ ବାଇକ୍‌ରେ ପିଟି ହେଲେ ୫ ବାର୍‌ହା। ଯାହାଫଳରେ ଗୁରୁତର ଆହତ ହୋଇଛନ୍ତି ଦୁଇ ଶିକ୍ଷକ। ଆଜି ସକାଳେ ଏପରି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି।

ସଲେଇକେନା ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକ ହେଉଛନ୍ତି ଚନ୍ଦନ କୁମାର ଜେନା ଓ ଦେବରାଜ ଦାସ। ଆଜି ସକାଳେ ଦୁଇ ଶିକ୍ଷକ ବାଇକ୍‌ରେ ବିଦ୍ୟାଳୟ ଯାଉଥିଲେ। ଠିକ୍‌ ସେହି ସମୟରେ ୫ଟି ବାର୍‌ହା ଲୋକନାଥପୁର-ସଲେଇକେନା ରାସ୍ତା ଅତିକ୍ରମ କରୁଥିଲେ। ରାସ୍ତା ମଝିରେ ହଠାତ୍‌ ବାଇକ୍‌କୁ ଦେଖି ହଡ୍‌ବଡ଼ାଇ ଯାଇଥିଲେ ବାର୍‌ହା। ଆଉ ବାଇକ୍‌ରେ ପିଟି ହୋଇଯାଇଥିଲେ। ଯେଉଁଥିପାଇଁ ଶିକ୍ଷକ ଦ୍ୱୟ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ବାରହାମାନେ ଆକ୍ରମଣ କରିନାହାନ୍ତି। ଭୟଭୀତ ହୋଇ ପଳାଇ ଯାଇଥିଲେ।

ଦୁର୍ଘଟଣାରେ ଆହତ ହୋଇଥିଲେ ଶିକ୍ଷକ ଚନ୍ଦନ କୁମାର ଜେନା ଓ ଦେବରାଜ ଦାସ। ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିକ୍ଷକ। ତେଲକୋଇ ବନାଞ୍ଚଳରେ ହାତୀଙ୍କ ପରେ ଜଙ୍ଗଲୀ ବାର୍‌ହାଙ୍କ ଉପଦ୍ରବ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ