ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ
ନୂଆଦିଲ୍ଲୀ, ୨୦ା୨ (ପି.ଟି.): ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଚାଲିଛି ମହାକୁମ୍ଭ। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ବତୀ ନଦୀର ମିଳନସ୍ଥଳ ସଙ୍ଗମରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବା ଆଶାରେ ସେଠାକୁ ଛୁଟିଛନ୍ତି ବହୁ କୋଟି ଲୋକ। ହେଲେ ସଙ୍ଗମ ଜଳ ସ୍ନାନ ପାଇଁ ସୁରକ୍ଷିତ ନୁହେଁ ବୋଲି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସଂସ୍ଥା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ କୁହାଯାଇଛି। କାରଣ ସଙ୍ଗମ ଜଳର ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) […] The post ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ appeared first on Dharitri Odia News.
ନୂଆଦିଲ୍ଲୀ, ୨୦ା୨ (ପି.ଟି.): ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଚାଲିଛି ମହାକୁମ୍ଭ। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ବତୀ ନଦୀର ମିଳନସ୍ଥଳ ସଙ୍ଗମରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବା ଆଶାରେ ସେଠାକୁ ଛୁଟିଛନ୍ତି ବହୁ କୋଟି ଲୋକ। ହେଲେ ସଙ୍ଗମ ଜଳ ସ୍ନାନ ପାଇଁ ସୁରକ୍ଷିତ ନୁହେଁ ବୋଲି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସଂସ୍ଥା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ କୁହାଯାଇଛି। କାରଣ ସଙ୍ଗମ ଜଳର ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଉଚ୍ଚସ୍ତରରେ ରହିଛି। ବିଓଡି ଦ୍ୱାରା ପାଣିର ମାନ ନିିର୍ଦ୍ଧାରଣ କରାଯାଇଥାଏ। ବିଓଡି ଲିଟର ପିଛା ୩ ମିଲିଗ୍ରାମରୁ କମ୍ ରହିଲେ ତାହା ସ୍ନାନ ପାଇଁ ଉପଯୁକ୍ତ। ଏହା ପୂର୍ବରୁ ସିପିସିବି ପ୍ରୟାଗସ୍ଥିତ ନଦୀଜଳରେ ଅତ୍ୟଧିକ ପରିମାଣରେ ମଳ ବ୍ୟାକ୍ଟେରିଆ ଭରିରହିଥିବା ରିପୋର୍ଟ ପ୍ରକାଶ କରିଥିଲା। ଏହାକୁ ଉତ୍ତରପ୍ରଦେଶରେ କ୍ଷମତାସୀନ ଭାଜପା ସରକାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବିଧାନସଭାରେ କହିଛନ୍ତି, ସଙ୍ଗମ ଜଳ ସମ୍ପୂର୍ଣ୍ଣ ସୁରକ୍ଷିତ। ତାହା କେବଳ ସ୍ନାନ ପାଇଁ ନୁହେଁ, ଆଚମନ (ପିଇବା) ନିମନ୍ତେ ମଧ୍ୟ ଉପଯୁକ୍ତ ବୋଲି ଯୋଗୀ କହିଛନ୍ତି। ବୁଡ଼ ପକାଉଥିବା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଅଧିକ ଜରୁରୀ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଏକପ୍ରକାର
ମୁହଁାମୁହିଁ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଏଜେନ୍ସିର ରିପୋର୍ଟକୁ ୟୁପି ସରକାର ଖଣ୍ଡନ କରିବା ପରେ ଉଭୟଙ୍କ ଆଭିମୁଖ୍ୟର ବିରୋଧାଭାସ ବର୍ତ୍ତମାନ ସାମ୍ନାକୁ ଆସିଛି।
ସିପିସିବି ତଥ୍ୟ ଅନୁଯାୟୀ, ଜାନୁଆରୀ ୧୩ ତାରିଖ ସଙ୍ଗମ ଜଳରେ ଲିଟର ପିଛା ୩.୯୪ ମିଲିଗ୍ରାମ ବିଓଡି ରହିଥିଲା। ସେଥିରେ ସୁଧାର ଆସି ଜାନୁଆରୀ ୧୪ରେ ୨.୨୮ମିଲିଗ୍ରାମକୁ ଖସିଥିଲା। ଏହାପରେ ଏହି ଜଳ ପ୍ରାୟତଃ ସ୍ନାନ ଉପଯୋଗୀ ସ୍ତରରେ ରହିନାହିଁ। କାରଣ ସଙ୍ଗମ ଜଳରେ ଲିଟର ପିଛା ବିଓଡି ଜାନୁଆରୀ ୧୬ରେ ୫.୦୯ ମିଲିଗ୍ରାମ, ୧୮ତାରିଖ(ଅପରାହ୍ନ ୫ଟା)ରେ ୪.୬ ମିଲିଗ୍ରାମ, ୧୯ ତାରିଖ(ସକାଳ ୮ଟା)ରେ ୫.୨୯ ମିଲିଗ୍ରାମ ରହିଥିଲା। ସେହିପରି ଜାନୁଆରୀ ୨୪ରେ ୪.୦୮ ମିଲିଗ୍ରାମ ଏବଂ ଜାନୁଆରୀ ୨୯ ମୌନୀ ଅମାବାସ୍ୟାରେ ସଙ୍ଗମ ଜଳରେ ବିଓଡି ଲିଟର ପିଛା ୩.୨୬ ମିଲିଗ୍ରାମ ରହିଥିଲା। ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ଙ୍କୁ ସିପିସିବି ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଗତ ଫେବୃଆରୀ ୩ରେ ପ୍ରଦାନ କରିଛି।
The post ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ appeared first on Dharitri Odia News.