ସଚେତନତା ସତ୍ବେ ବି ଦୁର୍ଘଟଣାରେ ଲାଗୁନି ବ୍ରେକ୍ : ୨୪ ଘଣ୍ଟାରେ ଯାଉଛି ୬ରୁ ଅଧିକ ଜୀବନ

କନକବ୍ୟୁରୋ : ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଅକାଳରେ ଗଡୁଛି ମୁଣ୍ଡ। ପ୍ରତିଦିନ ଓଡ଼ିଶାରେ ୧୦ରୁ ୧୫ଟି ଜୀବନ ଯାଉଛି। କେଉଁଠି ବାଇକକୁ କାର ପିଟିଲାଣି ତ କେଉଁଟି ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ।  ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଛି । ରାଜଧାନୀ ଭୁବନେଶ୍ବରରେ ୩ ଜଣ ପ୍ରାଣ ହରାଇଥିବା ବେଳେ ବାରିପଦାରେ ୨ ଜଣ ଓ ସମ୍ବଲପୁର କୁଚିଣ୍ଡାରେ ଜଣେ ପ୍ରାଣ ହରାଇଛନ୍ତି। ଭୁବନେଶ୍ବର ଟଙ୍କପାଣି ରୋଡରେ କାର ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ମାସରେ ସାରା ରାଜ୍ୟରେ ବ୍ୟାପକ ସଚେତନତା କରାଯାଇଥିଲା। ପୋଲିସ ବିଭିନ୍ନ ସଭାସମତି କରି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଇଥିଲା। କିନ୍ତୁ ଏହା ଯେମିତି ଗାଡି ଚାଳକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଅନେକ ମୁଣ୍ଡ ଗଡୁଛି। ---ଅକାଳରେ ଗଡ଼ୁଛି ମୁଣ୍ଡ୧୧ ଫେବୃଆରୀ-ଭୁବନେଶ୍ବରରେ ୩ ଜଣଙ୍କ ମୃତ୍ୟୁ୧୧ ଫେବୃଆରୀ-ବାରିପଦାରେ ୨ ଜଣଙ୍କ ମୃତ୍ୟୁ୮ ଫେବୃଆରୀ-ରାୟଗଡ଼ା ଗୁଣୁପୁରରେ ଦମ୍ପତିଙ୍କ ମୃତ୍ୟୁ୮ ଫେବୃଆରୀ-ବୌଦ୍ଧରେ ଜଣେ ମୃତ୨୭ ଜାନୁଆରୀ-ଅନୁଗୁଳରେ ସରକାରୀ ବସ୍‌ ଧକ୍କାରେ ୨ ମୃତ୩୦ ଜାନୁଆରୀ-ବରଗଡ଼ରେ ପିକ୍‌ ଅପ୍ ଧକ୍କାରେ ୩ ଯୁବକଙ୍କ ଜୀବନ ଗଲା

ସଚେତନତା ସତ୍ବେ ବି ଦୁର୍ଘଟଣାରେ ଲାଗୁନି ବ୍ରେକ୍ : ୨୪ ଘଣ୍ଟାରେ ଯାଉଛି ୬ରୁ ଅଧିକ ଜୀବନ

କନକବ୍ୟୁରୋ : ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଅକାଳରେ ଗଡୁଛି ମୁଣ୍ଡ। ପ୍ରତିଦିନ ଓଡ଼ିଶାରେ ୧୦ରୁ ୧୫ଟି ଜୀବନ ଯାଉଛି। କେଉଁଠି ବାଇକକୁ କାର ପିଟିଲାଣି ତ କେଉଁଟି ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ।  ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଛି । ରାଜଧାନୀ ଭୁବନେଶ୍ବରରେ ୩ ଜଣ ପ୍ରାଣ ହରାଇଥିବା ବେଳେ ବାରିପଦାରେ ୨ ଜଣ ଓ ସମ୍ବଲପୁର କୁଚିଣ୍ଡାରେ ଜଣେ ପ୍ରାଣ ହରାଇଛନ୍ତି। ଭୁବନେଶ୍ବର ଟଙ୍କପାଣି ରୋଡରେ କାର ଧକ୍କାରେ ୩ ଜଣ ବାଇକ୍ 
ଆରୋହୀଙ୍କ ମୃତ୍ୟୁ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ମାସରେ ସାରା ରାଜ୍ୟରେ ବ୍ୟାପକ ସଚେତନତା କରାଯାଇଥିଲା। ପୋଲିସ ବିଭିନ୍ନ ସଭାସମତି କରି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଇଥିଲା। କିନ୍ତୁ ଏହା ଯେମିତି ଗାଡି ଚାଳକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଅନେକ ମୁଣ୍ଡ ଗଡୁଛି। 
---
ଅକାଳରେ ଗଡ଼ୁଛି ମୁଣ୍ଡ
୧୧ ଫେବୃଆରୀ-ଭୁବନେଶ୍ବରରେ ୩ ଜଣଙ୍କ ମୃତ୍ୟୁ
୧୧ ଫେବୃଆରୀ-ବାରିପଦାରେ ୨ ଜଣଙ୍କ ମୃତ୍ୟୁ
୮ ଫେବୃଆରୀ-ରାୟଗଡ଼ା ଗୁଣୁପୁରରେ ଦମ୍ପତିଙ୍କ ମୃତ୍ୟୁ
୮ ଫେବୃଆରୀ-ବୌଦ୍ଧରେ ଜଣେ ମୃତ
୨୭ ଜାନୁଆରୀ-ଅନୁଗୁଳରେ ସରକାରୀ ବସ୍‌ ଧକ୍କାରେ ୨ ମୃତ
୩୦ ଜାନୁଆରୀ-ବରଗଡ଼ରେ ପିକ୍‌ ଅପ୍ ଧକ୍କାରେ ୩ ଯୁବକଙ୍କ ଜୀବନ ଗଲା
୩୦ ଜାନୁଆରୀ-କେନ୍ଦୁଝରରେ ଦୁର୍ଘଟଣାରେ ୨ ଜଣ ମୃତ ସେପଟେ ଟଙ୍କପାଣି ରୋଡ ସାଇ ମନ୍ଦିର ନିକଟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ବାଇକକୁ ପିଟିଲା କାର ।

ଘଟଣା ସ୍ଥଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । କାର ମାଲିକଙ୍କୁ ବଡଗଡ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଅଟକ କାର ମାଲିକ ହେଲେ ଜଗତସିଂହପୁରର ସତ୍ୟ ପ୍ରକାଶ କର । ମୃତ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।