ସଚେତନତାକୁ ପ୍ରାଥମିକତା ଦିଆଯାଉ
ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା ନିହାତି ଦରକାର। ଜଣେ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେଲେ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଛାତି କାଟେ। ଜ୍ୱର ହୁଏ। ଏଭଳି ଲକ୍ଷଣ ବିଷୟରେ ଜାଣିପାରିଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିମୋନିଆ ବିଷୟରେ ଜନସାଧାରଣଙ୍କୁ ଆହୁରି ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୨ତାରିଖରେ ‘ବିଶ୍ୱ […] The post ସଚେତନତାକୁ ପ୍ରାଥମିକତା ଦିଆଯାଉ appeared first on Dharitri Odia News.
ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା ନିହାତି ଦରକାର। ଜଣେ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେଲେ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଛାତି କାଟେ। ଜ୍ୱର ହୁଏ। ଏଭଳି ଲକ୍ଷଣ ବିଷୟରେ ଜାଣିପାରିଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିମୋନିଆ ବିଷୟରେ ଜନସାଧାରଣଙ୍କୁ ଆହୁରି ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୨ତାରିଖରେ ‘ବିଶ୍ୱ ନିମୋନିଆ ଦିବସ’ ପାଳିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍ ରହିଛି-‘ଏଭ୍ରି ବ୍ରେଥ୍ କାଉଁଣ୍ଟସ : ଷ୍ଟପ୍ ନିମୋନିଆ ଇନ୍ ଇଟ୍ସ ଟ୍ରାକ୍’। ମଣିଷ ପାଇଁ ଶ୍ୱାସକ୍ରିୟା କେତେ ଜରୁରୀ ତାହା କହିବା ଅନାବଶ୍ୟକ। ତେଣୁ ପ୍ରତ୍ୟେକ ଶ୍ୱାସକ୍ରିୟା ମୂଲ୍ୟବାନ୍। ନିମୋନିଆକୁ ଯଦି ପ୍ରାରମ୍ଭରୁ ଚିକିତ୍ସା କରାଯିବ ତେବେ ସେଥିରୁ ଆରୋଗ୍ୟ ଲାଭ କରିବା ସମ୍ଭାବନା ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ବିଶ୍ୱରେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ ୧୭ ଲକ୍ଷ ଶିଶୁଙ୍କର ଅକାଳ ମୃତ୍ୟୁ ଘଟିଥାଏ। ଏହାର କାରଣ ହେଲା, ନିମୋନିଆର ଲକ୍ଷଣ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇବା ଜରୁରୀ। ତେଣୁ ସମସ୍ତେ ଏ ନେଇ ସଚେତନ ରହିବା ନିହାତି ଦରକାର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଚଳିତ ବର୍ଷ ନିମୋନିଆ ବିଷୟରେ ସମସ୍ତେ ସଚେତନ ରହିବାକୁ ଅନୁରୋଧ କରିଛି। ୨୦୦୯ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା।
The post ସଚେତନତାକୁ ପ୍ରାଥମିକତା ଦିଆଯାଉ appeared first on Dharitri Odia News.