ସଞ୍ଜୁ ସାମସନଙ୍କ ଆଉଟ୍‌କୁ ନେଇ ବିବାଦ; ଅରୁଣ ଜେଟଲୀ ଷ୍ଟାଡିୟମରେ ହାଇଡ୍ରାମା, ଟ୍ରୋଲ୍ ହେଲେ ପାର୍ଥ ଜିନ୍ଦଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମୁକାବିଲାରେ ରାଜସ୍ଥାନ ରୟାଲ୍‌ସକୁ  ଦିଲ୍ଲୀ କ୍ୟାପିଟାଲ୍ସ ୨୦ ରନରେ ପରାସ୍ତ କରିଛି । ଏହା ସହିତ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ତେବେ ଏହି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏକ ନାଟକୀୟ ଢଙ୍ଗରେ ବିଜୟୀ ହୋଇଛି । ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ପଡ଼ିଆରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ଏକ ସମୟରେ ଚମତ୍କାର ବ୍ୟାଟିଂ କରୁଥିବା ସଞ୍ଜୁ ସାମସନ ଦିଲ୍ଲୀଠାରୁ ଛଡ଼ାଇ ନେଇଥିଲେ, ହେଲେ ମୁକେଶ କୁମାର ଓଭରରେ ବାଉଣ୍ଡାରୀ ଲାଇନରେ ଆଉଟ୍ କ୍ୟାଚ୍ ଆଉଟ୍ ହୋଇଥିଲେ । ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦର୍ଶକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ରାଜସ୍ଥାନ ରୟାଲ୍‌ସ ଅଧିନାୟକ ସତରେ କ’ଣ ଆଉଟ୍ ଥିଲେ । ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲଙ୍କ ବ୍ୟବାହର ଉପରେ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ସଞ୍ଜୁ ସାମସନ ମଙ୍ଗଳବାର ମ୍ୟାଚରେ ୪୬ଟି ବଲରେ ଦମଦାର ବ୍ୟାଟିଂ କରି ୮୬ ରନ ସଂଗ୍ରହ କରିଥିଲେ । ଏଥିରେ ୮ଟି ଚୌକା ଏବଂ ୬ଟି ଛକା ସାମିଲ୍ ରହିଛି । ୧୮୬.୯୫ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରୁଥିଲେ ସଞ୍ଜୁ ସାମସନ । ଏକ ସମୟରେ ଲାଗୁଥିଲା ସଞ୍ଜୁ ୨୨୨ ରନର ଟାର୍ଗେଟକୁ ସହଜରେ ହାସଲ କରିନେବେ । ମାତ୍ର ଦିଲ୍ଲୀ ପକ୍ଷରୁ ୧୬ତମ ଓଭର ନେଇ ଆସିଥିଲେ ମୁକେଶ କୁମାର । ଓଭର ଚତୁର୍ଥ ବଲରେ ସଞ୍ଜୁ ସାମସନ ଛକା ମାର

ସଞ୍ଜୁ ସାମସନଙ୍କ ଆଉଟ୍‌କୁ ନେଇ ବିବାଦ; ଅରୁଣ ଜେଟଲୀ ଷ୍ଟାଡିୟମରେ ହାଇଡ୍ରାମା, ଟ୍ରୋଲ୍ ହେଲେ ପାର୍ଥ ଜିନ୍ଦଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମୁକାବିଲାରେ ରାଜସ୍ଥାନ ରୟାଲ୍‌ସକୁ  ଦିଲ୍ଲୀ କ୍ୟାପିଟାଲ୍ସ ୨୦ ରନରେ ପରାସ୍ତ କରିଛି । ଏହା ସହିତ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ତେବେ ଏହି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏକ ନାଟକୀୟ ଢଙ୍ଗରେ ବିଜୟୀ ହୋଇଛି । ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ପଡ଼ିଆରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।  ଏକ ସମୟରେ ଚମତ୍କାର ବ୍ୟାଟିଂ କରୁଥିବା ସଞ୍ଜୁ ସାମସନ ଦିଲ୍ଲୀଠାରୁ ଛଡ଼ାଇ ନେଇଥିଲେ, ହେଲେ ମୁକେଶ କୁମାର ଓଭରରେ ବାଉଣ୍ଡାରୀ ଲାଇନରେ ଆଉଟ୍ କ୍ୟାଚ୍ ଆଉଟ୍ ହୋଇଥିଲେ । 

ସଞ୍ଜୁ ସାମସନଙ୍କ ଆଉଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦର୍ଶକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ରାଜସ୍ଥାନ ରୟାଲ୍‌ସ ଅଧିନାୟକ ସତରେ କ’ଣ ଆଉଟ୍ ଥିଲେ । ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲଙ୍କ ବ୍ୟବାହର ଉପରେ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ସଞ୍ଜୁ ସାମସନ ମଙ୍ଗଳବାର ମ୍ୟାଚରେ ୪୬ଟି ବଲରେ ଦମଦାର ବ୍ୟାଟିଂ କରି ୮୬ ରନ ସଂଗ୍ରହ କରିଥିଲେ । ଏଥିରେ ୮ଟି ଚୌକା ଏବଂ ୬ଟି ଛକା ସାମିଲ୍ ରହିଛି । ୧୮୬.୯୫ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରୁଥିଲେ ସଞ୍ଜୁ ସାମସନ । ଏକ ସମୟରେ ଲାଗୁଥିଲା ସଞ୍ଜୁ ୨୨୨ ରନର ଟାର୍ଗେଟକୁ ସହଜରେ ହାସଲ କରିନେବେ । ମାତ୍ର ଦିଲ୍ଲୀ ପକ୍ଷରୁ ୧୬ତମ ଓଭର ନେଇ ଆସିଥିଲେ ମୁକେଶ କୁମାର । ଓଭର ଚତୁର୍ଥ ବଲରେ ସଞ୍ଜୁ ସାମସନ ଛକା ମାରିବା ଲକ୍ଷ୍ୟରେ ବାଉଣ୍ଡାରୀ ଲାଇନରେ ସାଇ ହୋପ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ତେବେ ସାଇ ହୋପ୍ ଏହି ସମୟରେ ବାଉଣ୍ଡରୀ ରୋପ୍‌କୁ ଛୁଇଁଥିବା ନେଇ ଅଭିଯୋଗ କରି ଡିଆରଏସ୍ ନେଇଥିଲେ ସଞ୍ଜୁ । ଥାର୍ଡ ଅମ୍ପାୟାର ଏହାକୁ ଚେକ୍ କରି ଆଉଟ୍ ଦେଇଥିଲେ । ଏହାକୁ ନେଇ ପଡ଼ିଆରେ ବିବାଦ ମଧ୍ୟ ଦେଖା ଦେଇଥିଲା । ଅନ-ଫିଲ୍ଡ ଅମ୍ପାୟାର ଓ ସଞ୍ଜୁ ସାମସନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । 

ତେବେ ସଞ୍ଜୁ ସାମସନଙ୍କ ଆଉଟ୍ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲଙ୍କ ପ୍ରତିକ୍ରିୟାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି । ଥାର୍ଡ ଅମ୍ପାୟାର ଆଉଟ୍ ଦେବା ପରେ ସଞ୍ଜୁ ଫିଲ୍ଡ ଅମ୍ପାୟାରଙ୍କ ସହତି ଆଲୋଚନା କରୁଥିଲେ ଏହି ସମୟରେ ପର୍ଥ ଜିନ୍ଦଲ ଆଉଟ୍ ଆଉଟ୍ କହି ଜୋରରେ ଚିତ୍କାର କରିଥିଲେ । ଏହାକୁ ନେଇ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ସମାଲୋଚନା କରିଛନ୍ତି ।