ସଞ୍ଜୟ ବାଙ୍ଗରଙ୍କ ଖୁଲାସା, ବିରାଟ ସେତେବେଳେ ବଡ ଭୁଲ୍ କରିଥିଲେ…
ମୁମ୍ବାଇ ୨୬।୦୮ : ଭୁଲ୍ କରିଦେଲେ ବିରାଟ କୋହଲି .. ଏତେ ଶୀଘ୍ର ଏତେ କଠୋର ନିଷ୍ପତ୍ତି ନେବାରେ ଭୁଲ୍ କରିଦେଲେ । ଟିମ୍ ପାଇଁ ଆଉ କିଛି ବର୍ଷ ବିରାଟ ନେତୃତ୍ୱ ନେଇଥାନ୍ତେ । ଏମିତି କିଛି ବଡ଼ କଥା କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ସଞ୍ଜୟ ବାଙ୍ଗର । ଏକ ସାକ୍ଷାତକାର ଅବସରରେ ସଞ୍ଜୟ ବାଙ୍ଗର କହିଛନ୍ତି ଯେ, ବିରାଟ କୋହଲିଙ୍କୁ ଟେଷ୍ଟ ଅଧିନାୟକ ପଦ ଛାଡିବାର ନଥିଲା । ମୋ ମତରେ ବିରାଟଙ୍କୁ ଆଉ କିଛି ବର୍ଷ ଟେଷ୍ଟ ଅଧିନାୟକ ପଦ ବଜାୟ ରଖିଥାନ୍ତେ । ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ବିରାଟ ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡିଦେଇଥିଲେ । ବିରାଟଙ୍କ ନେତୃତ୍ୱରେ ଭାରତ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଛି । ଖାସ୍ କରି ବିଦେଶ ମାଟିରେ ଯାଇ ବିରୋଧୀ ଟିମ୍ ଉପରେ ନିଜର ଦବ୍ଦବା ଜାହିର କରିବା ବିରାଟଙ୍କ ଅଧିନାୟକ ସମୟରେ ହିଁ ହୋଇଥିଲା । ସେ ୬୫ରୁ ଅଧିକ ମ୍ୟାଚ୍ରେ କ୍ୟାପଟେନସିପ୍ କରିଥିବା ବେଳେ ୪୦ରୁ ଅଧିକ ମୁକାବିଲାରେ ବିଜୟୀ ହୋଇଛନ୍ତି । ଘରୋଇ ମାଟି ହେଉକି ବିଦେଶ ମାଟି, ସବୁଠି ଭାରତୀୟ ଟିମ୍ ସମସ୍ତ ସିରିଜ୍ରେ ଭଲ ପ୍ରଦର୍ଶନ କରୁଥିଲା । ଏହାବ୍ୟତୀତ ବିରାଟଙ୍କ ଅଧିନାୟକରେ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ହୋଇଥିଲା । ଯାହା ଆମକୁ ଆଗାମୀ ଦିନରେ ଦେଖିବାକୁ ମିଳିଥିଲା । ବିରାଟ କୋହଲି ଟେଷ୍ଟ କ୍ୟାରିୟରରେ ୬୮ଟି ମ୍ୟାଚ୍ରେ ଅଧିନାୟକ କରିଛନ୍ତି । ଯାହାମଧ୍
ମୁମ୍ବାଇ ୨୬।୦୮ : ଭୁଲ୍ କରିଦେଲେ ବିରାଟ କୋହଲି .. ଏତେ ଶୀଘ୍ର ଏତେ କଠୋର ନିଷ୍ପତ୍ତି ନେବାରେ ଭୁଲ୍ କରିଦେଲେ । ଟିମ୍ ପାଇଁ ଆଉ କିଛି ବର୍ଷ ବିରାଟ ନେତୃତ୍ୱ ନେଇଥାନ୍ତେ । ଏମିତି କିଛି ବଡ଼ କଥା କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ସଞ୍ଜୟ ବାଙ୍ଗର ।
ଏକ ସାକ୍ଷାତକାର ଅବସରରେ ସଞ୍ଜୟ ବାଙ୍ଗର କହିଛନ୍ତି ଯେ, ବିରାଟ କୋହଲିଙ୍କୁ ଟେଷ୍ଟ ଅଧିନାୟକ ପଦ ଛାଡିବାର ନଥିଲା । ମୋ ମତରେ ବିରାଟଙ୍କୁ ଆଉ କିଛି ବର୍ଷ ଟେଷ୍ଟ ଅଧିନାୟକ ପଦ ବଜାୟ ରଖିଥାନ୍ତେ । ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ବିରାଟ ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡିଦେଇଥିଲେ । ବିରାଟଙ୍କ ନେତୃତ୍ୱରେ ଭାରତ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଛି । ଖାସ୍ କରି ବିଦେଶ ମାଟିରେ ଯାଇ ବିରୋଧୀ ଟିମ୍ ଉପରେ ନିଜର ଦବ୍ଦବା ଜାହିର କରିବା ବିରାଟଙ୍କ ଅଧିନାୟକ ସମୟରେ ହିଁ ହୋଇଥିଲା । ସେ ୬୫ରୁ ଅଧିକ ମ୍ୟାଚ୍ରେ କ୍ୟାପଟେନସିପ୍ କରିଥିବା ବେଳେ ୪୦ରୁ ଅଧିକ ମୁକାବିଲାରେ ବିଜୟୀ ହୋଇଛନ୍ତି । ଘରୋଇ ମାଟି ହେଉକି ବିଦେଶ ମାଟି, ସବୁଠି ଭାରତୀୟ ଟିମ୍ ସମସ୍ତ ସିରିଜ୍ରେ ଭଲ ପ୍ରଦର୍ଶନ କରୁଥିଲା । ଏହାବ୍ୟତୀତ ବିରାଟଙ୍କ ଅଧିନାୟକରେ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ହୋଇଥିଲା । ଯାହା ଆମକୁ ଆଗାମୀ ଦିନରେ ଦେଖିବାକୁ ମିଳିଥିଲା ।
ବିରାଟ କୋହଲି ଟେଷ୍ଟ କ୍ୟାରିୟରରେ ୬୮ଟି ମ୍ୟାଚ୍ରେ ଅଧିନାୟକ କରିଛନ୍ତି । ଯାହାମଧ୍ୟରୁ ୪୦ରୁ ଅଧିକ ମୁକାବିଲାରେ ବିଜୟୀ ହୋଇଛନ୍ତି । ବିରାଟଙ୍କ ଅଧିନାୟକ ଭାବେ ବିଜୟ ପ୍ରତିଶତ ମହେନ୍ଦ୍ର ସିଂହ ଧୋନି ଏବଂ ସୌରଭ ଗାଙ୍ଗୁଲିଙ୍କ ଠାରୁ ଅଧିକ ରହିଛି । ବିରାଟ ପ୍ରଥମ ଥର ପାଇଁ ୨୦୧୪-୧୫ ବର୍ଷରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍ର ନେତୃତ୍ୱ ନେଇଥିଲେ । ଅଧିନାୟକ ଭାବେ ଭାରତୀୟ ଟିମ୍ ପାଇଁ ବିରାଟ ୫୮୬୪ ରନ୍ ସଂଗ୍ରହ କରିଛନ୍ତି ।