ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା

ନୂଆଦିଲ୍ଲୀ,୧୨।୧: ଆମ ଆଦମୀ ପାର୍ଟି(ଏଏପି)ର ୩ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବାକୁ ପକ୍କା ହୋଇଯାଇଛି। ଅନ୍ୟ ଦଳର କୌଣସି ପ୍ରାର୍ଥୀ ଏହି ୩ଜଣଙ୍କ ବିରୋଧରେ ନାମାଙ୍କନ ଦାଖଲ କରିନାହାଁନ୍ତି। ତେଣୁ ସଞ୍ଜୟ ସିଂ, ଶ୍ୱାତି ମାଲିୱାଲ ଏବଂ ଏନଡି ଗୁପ୍ତା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଶୁକ୍ରବାର ଅଧିକାରୀମାନେ କହିଛନ୍ତି ଯେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ଦିଲ୍ଲୀର ସମସ୍ତ ୩ ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବା ନିଶ୍ଚିତ। ସୂଚନାଯୋଗ୍ୟ, […] The post ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା appeared first on Dharitri Odia News.

ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା

ନୂଆଦିଲ୍ଲୀ,୧୨।୧: ଆମ ଆଦମୀ ପାର୍ଟି(ଏଏପି)ର ୩ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବାକୁ ପକ୍କା ହୋଇଯାଇଛି। ଅନ୍ୟ ଦଳର କୌଣସି ପ୍ରାର୍ଥୀ ଏହି ୩ଜଣଙ୍କ ବିରୋଧରେ ନାମାଙ୍କନ ଦାଖଲ କରିନାହାଁନ୍ତି। ତେଣୁ ସଞ୍ଜୟ ସିଂ, ଶ୍ୱାତି ମାଲିୱାଲ ଏବଂ ଏନଡି ଗୁପ୍ତା ନିର୍ବାଚନରେ ବିଜୟୀ ହୋଇଛନ୍ତି।

ଶୁକ୍ରବାର ଅଧିକାରୀମାନେ କହିଛନ୍ତି ଯେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ଦିଲ୍ଲୀର ସମସ୍ତ ୩ ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବା ନିଶ୍ଚିତ। ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ଏନଡି ଗୁପ୍ତା ଏବଂ ସଞ୍ଜୟ ସିଂଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ ରେ ଶେଷ ହେଉଛି।
ଏହାପୂର୍ବରୁ ଜାନୁଆରୀ ୮ରେ ସଞ୍ଜୟ ସିଂ, ଏନଡି ଗୁପ୍ତା ଏବଂ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶ୍ୱାତି ମାଲିୱାଲ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏଥର ଏଏପି ସୁଶୀଲ କୁମାରଙ୍କ ସ୍ଥାନରେ ରାଜ୍ୟ ସଭା ନିର୍ବାଚନରେ ଦଳର ପ୍ରାର୍ଥୀ ଭାବରେ ଶ୍ୱାତି ମାଲିୱାଲଙ୍କୁ ଘୋଷଣା କରିଛି।

The post ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା appeared first on Dharitri Odia News.