ସଡକ ଦୁର୍ଘଟଣାରେ ଯୁବକ ମୃତ

ଆଠଗଡ : ଆଠଗଡ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ଅପରାହ୍ନରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଠଗଡ ସହର ଉପକଣ୍ଠ ରାଧାପତିପୁର ଗ୍ରାମ ନିକଟସ୍ଥ ପାରିଜାତ ହୋଟେଲ ପାଖରେ ବାଇକରେ ଆସୁଥିବା ଯୁବକଙ୍କୁ ଏକ ପିକଅପ ଗାଡି ଧକ୍କା ମାରିଥିଲା। ପ୍ରକାଶ ଯୋଗ୍ୟ ଢେଙ୍କାନାଳ ଥାନା ଅନ୍ତର୍ଗତ ଜେନାସପାଟଣାର ବିପିନି ବିହାରୀ ସ୍ଵାଇଁଙ୍କ ପୁଅ ଜଗନ୍ନାଥ ସ୍ବାଇଁ ବାଇକରେ ଆଠଗଡ ଆସୁଥିବାବେଳେ ବିପରୀତ ଦିଗରୁ […]

ସଡକ ଦୁର୍ଘଟଣାରେ ଯୁବକ ମୃତ

ଆଠଗଡ : ଆଠଗଡ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ଅପରାହ୍ନରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଠଗଡ ସହର ଉପକଣ୍ଠ ରାଧାପତିପୁର ଗ୍ରାମ ନିକଟସ୍ଥ ପାରିଜାତ ହୋଟେଲ ପାଖରେ ବାଇକରେ ଆସୁଥିବା ଯୁବକଙ୍କୁ ଏକ ପିକଅପ ଗାଡି ଧକ୍କା ମାରିଥିଲା। ପ୍ରକାଶ ଯୋଗ୍ୟ ଢେଙ୍କାନାଳ ଥାନା ଅନ୍ତର୍ଗତ ଜେନାସପାଟଣାର ବିପିନି ବିହାରୀ ସ୍ଵାଇଁଙ୍କ ପୁଅ ଜଗନ୍ନାଥ ସ୍ବାଇଁ ବାଇକରେ ଆଠଗଡ ଆସୁଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ଏକ ପିକ ଅପ୍ ଗାଡି ପ୍ରଥମେ ଏକ ଗାଇକୁ ଓ ତାପରେ ବାଇକକୁ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇଥିବା ଜଗନ୍ନାଥଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ ଗାଡିକୁ ଜବତ କରିବା ସହ ୨୧୦/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ପ୍ରଥମ ୧୦୦ ଦିନରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ନୂଆ ରେକର୍ଡ ସ୍ଥାପନ