ସଣ୍ଡେ ଗ୍ରୁପର ୧୮ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର:ସାମାଜିକ ଅନୁଷ୍ଠାନ ସଣ୍ଡେ ଗ୍ରୁପର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ସଣ୍ଡେଗ୍ରୁପର ସଦସ୍ଯ ମାନେ ଦୁର୍ଗା ପାଲି ସ୍ଥିତ ଦୟାମଣି ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀଙ୍କ ସହିତ ଭାବବିନିମୟ କରିଥିଲେ । ଏ ଅବସରରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ତଥା ଆଶ୍ରମର ମୁଖ୍ଯ ସୁଶ୍ରୀ ପ୍ରମିଳା ବହିଦାର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ସମାଜ କଲ୍ୟାଣ ପାଇଁ ଯୁବକମାନେ ଆଗେଇ ଆସିଲେ ସମାଜ ତଥା ଦେଶର ମଙ୍ଗଳ ହେବ ବୋଲି […] The post ସଣ୍ଡେ ଗ୍ରୁପର ୧୮ତମ ପ୍ରତିଷ୍ଠା ଦିବସ appeared first on Odisha.News.

ସଣ୍ଡେ ଗ୍ରୁପର ୧୮ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର:ସାମାଜିକ ଅନୁଷ୍ଠାନ ସଣ୍ଡେ ଗ୍ରୁପର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ସଣ୍ଡେଗ୍ରୁପର ସଦସ୍ଯ ମାନେ ଦୁର୍ଗା ପାଲି ସ୍ଥିତ ଦୟାମଣି ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀଙ୍କ ସହିତ ଭାବବିନିମୟ କରିଥିଲେ । ଏ ଅବସରରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ତଥା ଆଶ୍ରମର ମୁଖ୍ଯ ସୁଶ୍ରୀ ପ୍ରମିଳା ବହିଦାର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ସମାଜ କଲ୍ୟାଣ ପାଇଁ ଯୁବକମାନେ ଆଗେଇ ଆସିଲେ ସମାଜ ତଥା ଦେଶର ମଙ୍ଗଳ ହେବ ବୋଲି କହିଥିଲେ। ।ଚରିତ୍ର ନିର୍ମାଣ ସଙ୍ଗେ ସଙ୍ଗେ ରାଷ୍ଟ୍ର ଗଠନ ପାଇଁ ସେ ପରାମର୍ଶ ଦେଇଥିଲେ। ସଣ୍ଡେ ଗ୍ରୁପର ସଭାପତି ସତ୍ୟନାରାୟଣ ଠାକୁର, ବରିଷ୍ଠ ସଦସ୍ଯ ଶକ୍ତି ପ୍ରସାଦ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ଅନୁଷ୍ଠାନ ତରଫରୁ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରାଯିବା
ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ସମସ୍ତେ ସହଭୋଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

The post ସଣ୍ଡେ ଗ୍ରୁପର ୧୮ତମ ପ୍ରତିଷ୍ଠା ଦିବସ appeared first on Odisha.News.