ସତ ଲୁଚି ରହିବନି
ସରକାରୀ କାର୍ଯ୍ୟ କ’ଣ ରାତିରେ ହୁଏନି? ତା’ହେଲେ ସେ (ପ୍ରମିଳା ମଲ୍ଲିକ) କାହିଁକି ରାତି ୯ ଟାରେ ଥାର୍ଡ ଫ୍ଲୋର ଯାଆନ୍ତି?
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, ଶାସକ ଦଳର ବୋଲକରା ସାଜିଛି ପୁଲିସ। ଧର୍ମଶାଳା ବିଧାୟକ କାହିଁକି ରାତିରେ ଯାଉଥିଲେ DDM ଅଫିସ। ଧର୍ମଶାଳା ଅଞ୍ଚଳର ୨୦୦ ଲୋକଙ୍କୁ ସାଙ୍ଗରେ ନେଇ ସେ କାହିଁକି ଯାଉଥିଲେ।
ଆଉ ଏହାର ଜବାବ ଦେଇଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ। ସେ କହିଛନ୍ତି, ପ୍ରମିଳା ମଲ୍ଲିକ କ’ଣ ଅପରାହ୍ନ ୪ ଟାରୁ ଶୋଇପଡ଼ନ୍ତି କି? ସରକାରୀ କାର୍ଯ୍ୟ କ’ଣ ରାତିରେ ହୁଏନି? ତା’ହେଲେ ସେ କାହିଁକି ରାତି ୯ ଟାରେ ଥାର୍ଡ ଫ୍ଲୋର ଯାଆନ୍ତି?