ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ

ଶୁଆକୁ ସବୁଠାରୁ ଚାଲାକ ପକ୍ଷୀ କୁହାଯାଏ । ମଣିଷର କଥାକୁ ଶୁଆ ଅତି ସହଜରେ ବୁଝିପାରେ ଏବଂ କହିପାରେ । ଶୁଆ ହେଉଛି ସମଗ୍ର ଦୁନିଆର ଏକମାତ୍ର ପକ୍ଷୀ ଯାହା ମଣିଷ ସ୍ୱରର ନକଲ କରିପାରେ । ଶୁଆ ଅତି ସହଜରେ ମଣିଷ ଯାହା କୁହେ ତାକୁ ବୁଝିପାରେ ଏବଂ ଭଲ ଭାବେ କହିପାରେ । କିନ୍ତୁ ପ୍ରଶ୍ନ ଉଠୁଛି ଶୁଆ କିପରି ମଣିଷ ପରି କଥା କହିପାରେ । ବିଜ୍ଞାନ ଅନୁଯାୟୀ ଶୁଆମାନଙ୍କ ପାଖରେ ସିରିଂକ୍ସ […] The post ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ appeared first on KNews Odisha.

ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ
parrot

ଶୁଆକୁ ସବୁଠାରୁ ଚାଲାକ ପକ୍ଷୀ କୁହାଯାଏ । ମଣିଷର କଥାକୁ ଶୁଆ ଅତି ସହଜରେ ବୁଝିପାରେ ଏବଂ କହିପାରେ । ଶୁଆ ହେଉଛି ସମଗ୍ର ଦୁନିଆର ଏକମାତ୍ର ପକ୍ଷୀ ଯାହା ମଣିଷ ସ୍ୱରର ନକଲ କରିପାରେ । ଶୁଆ ଅତି ସହଜରେ ମଣିଷ ଯାହା କୁହେ ତାକୁ ବୁଝିପାରେ ଏବଂ ଭଲ ଭାବେ କହିପାରେ ।

କିନ୍ତୁ ପ୍ରଶ୍ନ ଉଠୁଛି ଶୁଆ କିପରି ମଣିଷ ପରି କଥା କହିପାରେ । ବିଜ୍ଞାନ ଅନୁଯାୟୀ ଶୁଆମାନଙ୍କ ପାଖରେ ସିରିଂକ୍ସ ନାମକ ଏକ ଅଙ୍ଗ ଅଛି, ଯାହା ସେମାନଙ୍କ ଶ୍ୱାସନଳୀରେ ଅବସ୍ଥିତ । ଏହା ସାହାଯ୍ୟରେ ଶୁଆ ମଣିଷ ପରି ସ୍ୱର ବାହାର କରିପାରେ । କେବଳ ଏତିକି ନୁହେଁ ଜଣେ ବ୍ୟକ୍ତି ଯାହା କୁହେ ତାକୁ ସହଜରେ ନକଲ କରିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଶୁଆ ଅଧିକାଂଶ ଶବ୍ଦର ଅର୍ଥ କୁ ବୁଝିପାରେ ନାହିଁ। କିନ୍ତୁ ବାରମ୍ବାର କଥା ଶୁଣିବା ପରେ ସେ କଥାକୁ ନକଲ କରିପାରେ ।

ଏହା ବ୍ୟତୀତ ଅଧିକାଂଶ ଶୁଆ ସେମାନଙ୍କ ମାଲିକଙ୍କ କଥାକୁ ନକଲ କରନ୍ତି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଶୁଆ ମଣିଷର ଭବିଷ୍ୟତ କହିପାରେ କି ? ବିଜ୍ଞାନ ଅନୁଯାୟୀ, ଶୁଆର ଏକ ବଡ଼ ମସ୍ତିଷ୍କ ଅଛି। କିନ୍ତୁ ଶୁଆ କେବେ କାହାର ଭବିଷ୍ୟତ ବିଷୟରେ କହିପାରିବ ନାହିଁ । ଶୁଆ ନିଜ ମାଲିକର କଥାକୁ ଭଲ ଭାବେ ମାନେ ଏବଂ ମାଲିକର କଥା ଅନୁସାରେ ଶୁଆ ଲୋକମାନଙ୍କୁ ତା ମାଲିକର କଥାକୁ ହିଁ କହିଥାଏ । ଶୁଆ ଯାହା କହେ ସାଧାରଣ ମଣିଷ ସହଜରେ ବିଶ୍ୱାସ କରନ୍ତି ଏବଂ ଭାବନ୍ତି ଶୁଆ ସତରେ ଭବିଷ୍ୟତ କହୁଛି ।

The post ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ appeared first on KNews Odisha.