ସତ୍ୟବାଦୀ ଓ କଣାସରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ
ସତ୍ୟବାଦୀ: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡ଼ୁଛି ସାରାରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ସାରା ରାଜ୍ୟରେ ବନ୍ଦ ପାଳନ ଡାକରା ଦେଇଛନ୍ତି। ଏହି କ୍ରମରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ଓ କଣାସ ବ୍ଲକରେ କଂଗ୍ରେସ ଓ ବାମପନ୍ଥୀ ଦଳ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି । ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, କଣାସ ବ୍ଲକ ସଭାପତି ଆଇନ୍ଜୀବୀ ସଦାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଲିରେ ବଜାର ପରିକ୍ରମା କରି ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଗାଡିମୋଟର ବନ୍ଦ କରିବାକୁ ନିବେଦନ କରିଥିଲେ। ଏହା ସହ ବିକ୍ଷୋଭକାରୀ ସମସ୍ତ ଦୋକାନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ବନ୍ଦ କରିଥିଲେ। କଣାସ ବ୍ଲକରେ ବାମପନ୍ଥି ଦଳ ନେତା ଅଶୋକ ପ୍ରଧାନ, ଅନାମ ବେହେରା ପ୍ରଭୃତି ୧୦୦ରୁ ଉର୍ଦ୍ଧ୍ବ କର୍ମୀ ବନ୍ଦ ପାଳନ ରାଲିରେ ଯୋଗ ଦେଇଥିଲେ।
ସତ୍ୟବାଦୀ: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡ଼ୁଛି ସାରାରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ସାରା ରାଜ୍ୟରେ ବନ୍ଦ ପାଳନ ଡାକରା ଦେଇଛନ୍ତି। ଏହି କ୍ରମରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସତ୍ୟବାଦୀ ଓ କଣାସ ବ୍ଲକରେ କଂଗ୍ରେସ ଓ ବାମପନ୍ଥୀ ଦଳ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି ।
ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାସ ମହାପାତ୍ର, କଣାସ ବ୍ଲକ ସଭାପତି ଆଇନ୍ଜୀବୀ ସଦାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଲିରେ ବଜାର ପରିକ୍ରମା କରି ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଗାଡିମୋଟର ବନ୍ଦ କରିବାକୁ ନିବେଦନ କରିଥିଲେ। ଏହା ସହ ବିକ୍ଷୋଭକାରୀ ସମସ୍ତ ଦୋକାନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ବନ୍ଦ କରିଥିଲେ। କଣାସ ବ୍ଲକରେ ବାମପନ୍ଥି ଦଳ ନେତା ଅଶୋକ ପ୍ରଧାନ, ଅନାମ ବେହେରା ପ୍ରଭୃତି ୧୦୦ରୁ ଉର୍ଦ୍ଧ୍ବ କର୍ମୀ ବନ୍ଦ ପାଳନ ରାଲିରେ ଯୋଗ ଦେଇଥିଲେ।