ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…
ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍ ଦେଇଛି। ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି। ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ […] The post ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍ ଦେଇଛି। ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି।
ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୪ ଓ ୨୦୧୯ରେ ସେ ପରାଜିତ ହୋଇଥିଲେ। ଏଥିସହିତ ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢିବେନି ବୋଲି ବହୁ ପୂର୍ବରୁ କହି ସାରିଥିଲେ। ଆଜି ଦଳ ମନୋଜ ରଥଙ୍କ ନାଁ ଘୋଷଣା କରିବା ପରେ ସେ ସେହି କଥାକୁ ଦୋହରାଇଛନ୍ତି।
ସେ କହିଛନ୍ତି, ମନୋଜ ରଥ ଜଣ ଦକ୍ଷ ନେତା। ସତ୍ୟବାଦୀରେ କଂଗ୍ରେସ ଆଗରୁ ଭଲ ପ୍ରଦର୍ଶନ କରୁଥିଲା। ଏବେ କଂଗ୍ରେସ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ଅଛି।
The post ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ… appeared first on Dharitri Odia News.