ସତ୍ୟବାଦୀରେ ରାଜନୈତିକ ହିଂସା, କଟୁରୀରେ ମୁଣ୍ଡ ଓ ହାତକୁ ହାଣିଲେ ଯୁବକ

କଣାସ ୨୩।୫: ସତ୍ୟବାଦୀରେ ରାଜନୈତିକ ହିଂସା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଲେ ସେହି ଗାଁର ଜନୈକ ଯୁବକ । ରାଜନୈତିକ ବଚସାକୁ କେନ୍ଦ୍ରକରି ପାରକେଣା ବଡ଼ ପୋଖରୀ ନିକଟରେ କଟୁରୀରେ ମୁଣ୍ଡ ଓ ହାତକୁ ନିର୍ମମ ଭାବରେ ହାଣିଲେ । ବଳଙ୍ଗା ଥାନାରେ ଅଭିଯୋଗ ପରେ ଘଟଣା ବିଷୟରେ ଅବଗତ ହୋଇ ବଳଙ୍ଗା ଥାନା ତଦନ୍ତ ଜାରି ରଖିଛି । ଏପଟେ ଘଟଣାସ୍ଥଳରେ ବଳଙ୍ଗା ପୋଲିସ ତନାଘନା ଜାରି ରଖିଛି । ଘଟଣାରେ ଗୁରୁତରେ ହୋଇଥିବା ଯୁଧିଷ୍ଠିର ମୁଦୁଲିଙ୍କୁ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।You Can Read :ପାରାଦୀପ ବନ୍ଦରରେ ଜାହାଜ କ୍ରେନ୍‌ରୁ ଖସି ଫିଲିପାଇନ୍ସ ନାବିକଙ୍କ ମୃତ୍ୟୁ   

ସତ୍ୟବାଦୀରେ ରାଜନୈତିକ ହିଂସା, କଟୁରୀରେ ମୁଣ୍ଡ ଓ ହାତକୁ ହାଣିଲେ ଯୁବକ

କଣାସ ୨୩।୫: ସତ୍ୟବାଦୀରେ ରାଜନୈତିକ ହିଂସା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଲେ ସେହି ଗାଁର ଜନୈକ ଯୁବକ । ରାଜନୈତିକ ବଚସାକୁ କେନ୍ଦ୍ରକରି ପାରକେଣା ବଡ଼ ପୋଖରୀ ନିକଟରେ କଟୁରୀରେ ମୁଣ୍ଡ ଓ ହାତକୁ ନିର୍ମମ ଭାବରେ ହାଣିଲେ । ବଳଙ୍ଗା ଥାନାରେ ଅଭିଯୋଗ ପରେ ଘଟଣା ବିଷୟରେ ଅବଗତ ହୋଇ ବଳଙ୍ଗା ଥାନା ତଦନ୍ତ ଜାରି ରଖିଛି । ଏପଟେ ଘଟଣାସ୍ଥଳରେ ବଳଙ୍ଗା ପୋଲିସ ତନାଘନା ଜାରି ରଖିଛି । ଘଟଣାରେ ଗୁରୁତରେ ହୋଇଥିବା ଯୁଧିଷ୍ଠିର ମୁଦୁଲିଙ୍କୁ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

You Can Read :

ପାରାଦୀପ ବନ୍ଦରରେ ଜାହାଜ କ୍ରେନ୍‌ରୁ ଖସି ଫିଲିପାଇନ୍ସ ନାବିକଙ୍କ ମୃତ୍ୟୁ