ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମନି ଲଣ୍ଡରିଂ ମାମଲା, ଗୃହ ମନ୍ତ୍ରଣାଳୟକୁ ଅନୁମତି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତା ହରାଇବା ପରେ, ଆମ ଆଦମୀ ପାର୍ଟିକୁ ଆଜି ଆଉ ଏକ ଝଟକା ଲାଗିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଅଭିଯୋଗରେ ମାମଲା ଚଳାଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି। ଇଡି ଏବେ କୋର୍ଟରେ ଏକ ନୂତନ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବ ଯେଉଁଥିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦିଆଯିବ। ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗୃହ […]

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତା ହରାଇବା ପରେ, ଆମ ଆଦମୀ ପାର୍ଟିକୁ ଆଜି ଆଉ ଏକ ଝଟକା ଲାଗିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଅଭିଯୋଗରେ ମାମଲା ଚଳାଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି। ଇଡି ଏବେ କୋର୍ଟରେ ଏକ ନୂତନ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବ ଯେଉଁଥିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦିଆଯିବ।
ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଥିଲା, ଯାହାକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଏବେ ତାଙ୍କ ବିରୁଦ୍ଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଅନୁଯାୟୀ କୋର୍ଟରେ ମାମଲା ରୁଜୁ କରାଯିବ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା କରାଯାଇଥିବା ତଦନ୍ତ ଏବଂ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ଜୈନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିବାକୁ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା। ସୂଚନାଯୋଗ୍ୟ ଯେ ତଦନ୍ତକାରୀ ସଂସ୍ଥା ଜୈନଙ୍କ ବିରୋଧରେ କଥିତ ହାୱାଲା କାରବାର ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ମାମଲା ରୁଜୁ କରିଥିଲା ଏବଂ ତାଙ୍କୁ ମେ ୨୦୨୨ରେ ଗିରଫ କରିଥିଲା। ସେ ବର୍ତ୍ତମାନ ଜାମିନରେ ଅଛନ୍ତି ଏବଂ ଇଡି ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି।
ED PMLA ଅଧୀନରେ ଏକ ମାମଲା ରୁଜୁ କରିଛି
ଜୈନ ୨୦୧୫ ରୁ ୨୦୧୭ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ସ୍ଥାବର ସମ୍ପତ୍ତି ହାସଲ କରିଥିଲେ, ଯାହାର ସେ ସନ୍ତୋଷଜନକ ହିସାବ ଦେଇପାରି ନଥିଲେ ବୋଲି ଅଭିଯୋଗରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ପରେ, ଇଡି ମଧ୍ୟ ମନି ଲଣ୍ଡରିଂ ନିବାରଣ ଆଇନ ((PMLA) ଅଧୀନରେ ଏକ ମାମଲା ପଞ୍ଜିକରଣ କରିଥିଲା ଏବଂ ଅଭିଯୋଗ କରିଥିଲା ଯେ ତାଙ୍କ ମାଲିକାନାରେ ଥିବା ଏବଂ ନିୟନ୍ତ୍ରିତ ଅନେକ କମ୍ପାନୀ ହାୱାଲା ମାଧ୍ୟମରେ କୋଲକାତା ସ୍ଥିତ ଏଣ୍ଟ୍ରି ଅପରେଟରମାନଙ୍କୁ ନଗଦ ସ୍ଥାନାନ୍ତରିତ କରିବା ବଦଳରେ ସେଲ୍ କମ୍ପାନୀଗୁଡ଼ିକଠାରୁ ୪.୮୧ କୋଟି ଟଙ୍କାର ହାଉସିଂ ଏଣ୍ଟ୍ରି ପାଇଥିଲେ।