ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ
ବେଙ୍ଗାଲୁରୁ, ୩।୨: ଗତବର୍ଷ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ କୋର୍ଟ ଉଦୟାନିଧିଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାର୍ଚ୍ଚ ୪ରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପରମେଶ ନାମକ ଜଣେ ସ୍ଥାନୀୟ ଜନ ପ୍ରତିନିଧୀ ଉଦୟନିଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଶୁଣାଣି କରି କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। କହିରଖୁଛୁ, ଗତବର୍ଷ ତାମିଲନାଡ଼ୁରେ ଆୟୋଜିତ […] The post ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ appeared first on Dharitri Odia News.
ବେଙ୍ଗାଲୁରୁ, ୩।୨: ଗତବର୍ଷ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ କୋର୍ଟ ଉଦୟାନିଧିଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାର୍ଚ୍ଚ ୪ରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ପରମେଶ ନାମକ ଜଣେ ସ୍ଥାନୀୟ ଜନ ପ୍ରତିନିଧୀ ଉଦୟନିଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଶୁଣାଣି କରି କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି।
କହିରଖୁଛୁ, ଗତବର୍ଷ ତାମିଲନାଡ଼ୁରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଉଦୟନିଧି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପାର ବଡ଼ ବଡ଼ ନେତା ଭାଗ ନେଇଥିଲେ। ଏଥିରେ ଉଦୟନିଧି ସନାତନ ଧର୍ମକୁ ମଶା, ମ୍ୟାଲେରିଆ, ଡେଙ୍ଗୁ, କରୋନା ଭଳି ରୋଗ ସହ ତୁଳନା କରିଥିଲେ। ତାଙ୍କର ଏହି ବୟାନକୁ ନେଇ ବିବାଦ ଦେଖାଦେଇଥିଲା। ଏବେ କୋର୍ଟ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସମନ ଜାରି କରିଥିବା ଜଣାପଡ଼ିଛି।
The post ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ appeared first on Dharitri Odia News.