ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ !

କୋଲକତା: ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ... The post ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ ! appeared first on .

ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ !

କୋଲକତା: ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଛି । ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ । ସନ୍ଦୀପ ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ସନ୍ଦୀପ ଘୋଷଙ୍କ ଗିରଫ ହେବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ତାଙ୍କ ସୁରକ୍ଷାକର୍ମୀ ଏବଂ ଦୁଇ ଭେଣ୍ଡରଙ୍କୁ ଗିରଫ କରିଥିଲେ। ଯେଉଁମାନେ ଡାକ୍ତରଖାନାକୁ ଚୋରା ସାମଗ୍ରୀ ଯୋଗାଇଥିଲେ ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ଅଲି ଖାନ ଏବଂ ଦୁଇ ଡାକ୍ତରଖାନା ବିକ୍ରେତା ବିପ୍ଳବ ସିଙ୍ଗା ଏବଂ ସୁମନ ସାମିଲ ଅଛନ୍ତି। ଅଗଷ୍ଟ ୨୩ରେ କୋଲକତା ହାଇକୋର୍ଟ ସିବିଆଇକୁ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁଷ୍ଠାନରେ ଆର୍ଥିକ ଦୁର୍ନୀତି ଅଭିଯୋଗର ଏକ (ଇଡି) ଅନୁସନ୍ଧାନ କରିବାକୁ ଅନୁଷ୍ଠାନର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଅଖତର ଅଲି ଆବେଦନ କରିଥିଲେ। ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ୩୧ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ସିବିଆଇର ସଲ୍ଟ ଲେକ କାର୍ଯ୍ୟାଳୟରେ ୧୫ଦିନ ଧରି ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ କୋଲକାତାର ସିବିଆଇର ନିଜାମ ପ୍ୟାଲେସ କାର୍ଯ୍ୟାଳୟକୁ ନିଆଯାଇଥିଲା ଯେଉଁଠାରେ ଏଜେନ୍ସିର ଦୁର୍ନୀତି ନିବାରଣ ୱିଙ୍ଗ ଅବସ୍ଥିତ ଏବଂ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଆରଜି କର ହତ୍ୟା ମାମଲା ୨୪ଦିନରେ ସନ୍ଦିପ ଘୋଷଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ କୋଲକାତା ପୋଲିସର ନାଗରିକ ସ୍ବେଚ୍ଛାସେବୀ ସଞ୍ଜୟ ରୟଙ୍କୁ କୋଲକାତା ପୋଲିସ ଗିରଫ କରି ମେଡିକାଲ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରିଥିଲା।

ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ କେଉଁ କେଉଁ ଆରୋପ ଥିଲା :

*ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ଏବଂ ମହିଳା ଡାକ୍ତରଙ୍କ ମୃତ୍ୟୁ ସହିତ କିଛି ସମ୍ପର୍କ ଥିଲା କି ?

*୧ବର୍ଷ ପୂର୍ବେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହେଇଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନଥିଲା କାହିଁକି ?

*ସନ୍ଦୀପ ମେଡିକାଲ ଜୈବ ବର୍ଜ୍ୟବସ୍ତୁ ଦୁର୍ନୀତି, ସରକାରୀ ପାଣ୍ଠିରୁ ଅର୍ଥ ହଡପ, ମୃତ ଶରୀର ବିକ୍ରି ଅଭିଯୋଗରେ ଜଡିତ

*କଲେଜରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରେଇବା ପାଇଁ ୫-୮ ଲକ୍ଷ ଟଙ୍କା ନେଉଥିଲେ ଲାଞ୍ଚ

The post ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ ! appeared first on .