ସନ୍ଦେଶଖାଲି ପୀଡିତଙ୍କ ସହ କଥା ହେଲେ ମୋଦି; ରେଖା ଏବେ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ...

ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର  । 

ସନ୍ଦେଶଖାଲି ପୀଡିତଙ୍କ ସହ କଥା ହେଲେ ମୋଦି; ରେଖା ଏବେ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ...

ପଶ୍ଚିମବଙ୍ଗ ବଶିରହାଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ରେଖା ପାତ୍ରଙ୍କୁ ମୋଦିଙ୍କ ପ୍ରଶଂସା। ରେଖାଙ୍କୁ ଫୋନ୍ କରି ତାଙ୍କର ସାହସ ଓ ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ ମୋଦି ପ୍ରଶଂସା କରିଛନ୍ତି। ରେଖାଙ୍କୁ ଶକ୍ତି ସ୍ବରୂପା ବୋଲି ସମ୍ବୋଧନ କରି ମୋଦି କହିଛନ୍ତି, ବିଜେପି ତାଙ୍କୁ ପ୍ରାର୍ଥୀ କରି ଉଚିତ ନିଷ୍ପତ୍ତି ନେଇଛି ଏବଂ ତାଙ୍କର ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଲଢ଼ିବ। ରେଖାଙ୍କ ପାଇଁ ସାରା ଦେଶ ଗର୍ବିତ। ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଟିଏମସି ସାଂସଦ ଶେଖ ଶାହାଜାହାନଙ୍କ ବିରୋଧରେ ସର୍ବପ୍ରଥମେ ସ୍ବରଉତ୍ତୋଳନ କରିଥିଲେ ରେଖା । 

ଶାହାଜାହାନ ମହିଳାଙ୍କ ଉପରେ ଯୌନ ଅତ୍ୟାଚାର କରିବା ସହିତ ବ୍ୟାପକ ପରିମାଣରେ ଜମି ଜବରଦଖଲ କରିଥିବାର ଅଭିଯୋଗ ଅଛି। ୨୦୧୧ରୁ ଏପରି ଚାଲିଥିବା ମୋଦିଙ୍କୁ ଜଣାଇଥିଲେ ରେଖା ପାତ୍ର। ବହୁ ଛକାପଞ୍ଝା ପରେ ଶାହାଜାହାନଙ୍କୁ ଗିରଫ କରାଯାଇଥିଲା। 

ପଶ୍ଚିମବଙ୍ଗରେ ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇବାକୁ କୌଣସି ବି କସରତ ଛାଡିନି ବିଜେପି । ସୋମବାର ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ତରଫରୁ ଘୋଷଣା କରାଯାଇଥିବାବେଳେ, ଏହି ଲିଷ୍ଟରେ ରହିଥିଲେ ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ସନ୍ଦେଶଖାଲି ଘଟଣାର ପୀଡିତା ରେଖା ପାତ୍ର।

ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ଏମିତି କି ଏହି ଘଟଣାରେ ଟିଏମସି ନେତା ଶାହାଜାହାନ୍ ଶେଖଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ଏହି ଆନ୍ଦୋଳନର ମୁଖ୍ୟ ଚେହେରା କୁହାଯାଉଥିବା ରେଖାପାତ୍ରଙ୍କୁ ବିଜେପି ଦେଇଛି ଲୋକସଭା ଟିକେଟ୍ ।