ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ
କୋଲକାତା: ସନ୍ଦେଶଖାଲି ସ୍ଥିତିକୁ ନେଇ କାଲକାଟା ହାଇକୋର୍ଟ ଆଜି ଟିଏମସି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ମମତା ବାନାର୍ଜୀଙ୍କ ସରକାରକୁ କୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନ ଫେରାରଙ୍କ ବିରୋଧରେ ଅତି ଗୁରୁତର ଅଭିଯୋଗ ହୋଇଛି। ସେ ଏଭଳି ଭାବେ ଫେରାର ହୋଇପାରିବେ ନାହିଁ ଏବଂ ରାଜ୍ୟ ତାଙ୍କୁ ସମର୍ଥନ କରିପାରିବ ନାହିଁ। ଜଣେ ନେତା ଏତେ କାଣ୍ଡ କରି ଫେରାର ହୋଇଯିବ ଓ ପୁଲିସ ତାଙ୍କୁ […]

କୋଲକାତା: ସନ୍ଦେଶଖାଲି ସ୍ଥିତିକୁ ନେଇ କାଲକାଟା ହାଇକୋର୍ଟ ଆଜି ଟିଏମସି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ମମତା ବାନାର୍ଜୀଙ୍କ ସରକାରକୁ କୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନ ଫେରାରଙ୍କ ବିରୋଧରେ ଅତି ଗୁରୁତର ଅଭିଯୋଗ ହୋଇଛି। ସେ ଏଭଳି ଭାବେ ଫେରାର ହୋଇପାରିବେ ନାହିଁ ଏବଂ ରାଜ୍ୟ ତାଙ୍କୁ ସମର୍ଥନ କରିପାରିବ ନାହିଁ। ଜଣେ ନେତା ଏତେ କାଣ୍ଡ କରି ଫେରାର ହୋଇଯିବ ଓ ପୁଲିସ ତାଙ୍କୁ ଧରିପାରିବନି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏଥି ସହ କୋର୍ଟ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ବିଧାୟକ ଶଙ୍କର ଘୋଷଙ୍କ ସନ୍ଦେଶଖାଲି ଗସ୍ତକୁ ଅନୁମତି ଦେଇଛନ୍ତି। ସନ୍ଦେଶଖାଲି ଗସ୍ତ ପାଇଁ ଅନୁମତି ଲାଗି ଶୁଭେନ୍ଦୁ ଅଧିକାରୀଙ୍କ ଅନୁରୋଧର ଶୁଣାଣି କରି ମୁଖ୍ୟବିଚାରପତି ଟିଏସ୍ ଶିବଜ୍ଞାନମ୍ ଏହି ଟିପ୍ପଣୀ ଦେଇଛନ୍ତି। ବିଚାରପତି କହିଛନ୍ତି, ମହିଳାମାନଙ୍କ ଅଭିଯୋଗ ଆମେ ଦେଖିଛୁ। ଅଞ୍ଚଳର ମହିଳାମାନେ ସମସ୍ୟା ଉଠାଇଛନ୍ତି। କିଛି ଜମି ଜବରଦଖଲ ହୋଇଛି। ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ଆମେ ଏଠାରେ ଆତ୍ମସମର୍ପଣ କରିବାକୁ କହିବୁ। ସେ ଆଇନକୁ ଫାଙ୍କିପାରିବେ ନାହିଁ। ପ୍ରାଥମିକ ପ୍ରମାଣରୁ ଜଣାପଡ଼ୁଛି ଯେ ଶାହାଜାହାନ ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇଛନ୍ତି। ସେ କଥିତ ଅପରାଧ କରିବା ପରେ ଫେରାର ଅଛନ୍ତି। ଆମେ ଜାଣିନାହୁଁ ଯେ ସେ ସୁରକ୍ଷିତ ଅଛନ୍ତି କି ନାହିଁ କିନ୍ତୁ ସେ ସୁରକ୍ଷିତ ଭବେ ଲୁଚିପାରିବେ ନାହିଁ।