ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଭିଭିପାଟ୍ ସହିତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ମାଧ୍ୟମରେ ଦିଆଯାଇଥିବା ଭୋଟ୍ର ପୁନଃ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷଣ ଦେଇଛନ୍ତି। ଏହା ସହିତ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ସନ୍ଦେହ ଆଧାରରେ କୌଣସି ନିଷ୍ପତ୍ତି ଦିଆଯାଇପାରିବ ନାହିଁ। […] The post ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି।
ଭିଭିପାଟ୍ ସହିତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ମାଧ୍ୟମରେ ଦିଆଯାଇଥିବା ଭୋଟ୍ର ପୁନଃ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷଣ ଦେଇଛନ୍ତି। ଏହା ସହିତ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ସନ୍ଦେହ ଆଧାରରେ କୌଣସି ନିଷ୍ପତ୍ତି ଦିଆଯାଇପାରିବ ନାହିଁ। ଇଭିଏମ୍ର କାର୍ଯ୍ୟର କେତେକ ଦିଗ ଉପରେ ନିର୍ବାଚନ ଆୟୋଗଙ୍କଠାରୁ ସ୍ପଷ୍ଟୀକରଣ ପାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି।
ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କଠାରୁ ଇଭିଏମ୍ର କାର୍ଯ୍ୟର କେତେକ ଦିଗ ଉପରେ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟକୁ ଡକାଇଥିଲେ।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ୍ କହିଛନ୍ତି, ଇଭିଏମ ୍ଉପରେ ‘ବାରମ୍ବାର ପଚରା ଯାଇଥିବା ପ୍ରଶ୍ନ’ (ଏଫ୍ଏକ୍ୟୁଏସ୍) ସମ୍ବନ୍ଧରେ ନିର୍ବାଚନ କମିଶନ ଦେଇଥିବା ଉତ୍ତରରେ କିଛି ଦ୍ୱନ୍ଦ୍ୱ ଦେଖାଦେଇଛି।
ନିର୍ବାଚନ ଆୟୋଗରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ କହିଛନ୍ତି, ଆମେ ଭୁଲ ପ୍ରମାଣିତ ହେବାକୁ ଚାହୁଁ ନାହୁଁ, କିନ୍ତୁ ଆମର ଅନୁସନ୍ଧାନ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁ ଏବଂ ଏଥିପାଇଁ ସ୍ପଷ୍ଟୀକରଣ ପାଇବାକୁ ଚିନ୍ତା କରିଛୁ।
The post ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ appeared first on Dharitri Odia News.