ସନ୍ଦେହରେ ସିବିଆଇ ତଦନ୍ତ । କେତେବେଳେ ସକ୍ରିୟ, କେତେବେଳେ ନିଷ୍କ୍ରିୟ

କନକ ବ୍ୟୁରୋ: ସିବିଆଇ ତଦନ୍ତକୁ ନେଇ ଉଠୁଛି ପଡୁଛି ଓଡିଶା। କେତେବେଳେ କେଉଁ ଘଟଣାରେ କାହା ଘରେ ରେଡ୍ ହେବ ,କିମ୍ୱା ସକାଳୁ ସକାଳୁ ସିବିଆଇ କାହା କବାଟ ଠକ୍ ଠକ୍ କରିବ ସେନେଇ ଦୁର୍ନୀତି ଖୋରଙ୍କ ଛାତି ଧଡଧଡ୍। କିନ୍ତୁ ଗୋଟିଏ ଘଟଣାର ଅଧାପନ୍ତରିଆ ତଦନ୍ତ କରି, ପୁଣି ଦୁଇମାସ ପରେ ସିବିଆଇ ଫେରିବା ଘଟଣାକୁ ନେଇ ଆରମ୍ଭ ହେୋଇଛି ରାଜନୀତି।  ଆଇଏଏସ୍ ବିଷ୍ନୁପଦ ସେଠୀଙ୍କ ସହ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ମଧୁ ଚନ୍ଦ୍ରିକା ଥିବା ଅଭିଯେୋଗରେ ସିବିଆଇ ରେଡ୍ କଥା ହେଉ କିମ୍ୱା ୭୦୦ ଜଣଙ୍କ ନିଯୁକ୍ତି ଅନିୟମିତତା ନେଇ ଭୁବନେଶ୍ୱର ଏମ୍ସ ଘୋଟାଲା କଥା। ଅଚାନକ ସକ୍ରିୟ ହେବା ଓ ପୁଣି ନିଷ୍କ୍ରିୟ ହୋଇଯିବା ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଛି।  ସେପଟେ ସିବିଆଇକୁ ଲୋକମାନେ ଭରଷାକୁ ନେଉ ନାହାଁନ୍ତି ବରଂ ବିଜେପି ସରକାରଙ୍କର ଶୁଆ ବୋଲି କହିଛି ବିଜେଡି। କେବଳ ଧମକ ନୁହେଁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ବିଜେଡି। ଏହାକୁ କାଉଣ୍ଟର କରି ବିଜେପି କହିଛି ଲୁଚକାଳି ଖେଳ ନୁହେଁ ବରଂ ତଥ୍ୟ ପ୍ରମାଣ ଆଧାରରେ ରେଡ୍ ହେଉଛି।  ଓଡିଶାରେ ଦୁର୍ନିତୀର ଗନ୍ଧ ପାଇ ବାରମ୍ୱାର ପଡୁଛି ସିବିଆଇ ଛାଟ। ବଡ ବଡୁଆଙ୍କୁ ତଦନ୍ତ ଘେରକୁ ବି ଅଣାଯାଉଛି। ହେଲେ କିଏ କେତେ ହଜମ କରିଛନ୍ତି? କେତେ ଦୁର୍ନୀତିରେ ଉବୁଟୁବୁ ହୋଇଛନ୍ତି? ଆଉ କେତେ ଦୁର୍ନୀତିଖୋର ଅଫିସର କେଉଁ ସରକାର ସମୟରେ ଟଙ୍କା ଖାଇ ଟ

ସନ୍ଦେହରେ ସିବିଆଇ ତଦନ୍ତ । କେତେବେଳେ ସକ୍ରିୟ, କେତେବେଳେ ନିଷ୍କ୍ରିୟ

କନକ ବ୍ୟୁରୋ: ସିବିଆଇ ତଦନ୍ତକୁ ନେଇ ଉଠୁଛି ପଡୁଛି ଓଡିଶା। କେତେବେଳେ କେଉଁ ଘଟଣାରେ କାହା ଘରେ ରେଡ୍ ହେବ ,କିମ୍ୱା ସକାଳୁ ସକାଳୁ ସିବିଆଇ କାହା କବାଟ ଠକ୍ ଠକ୍ କରିବ ସେନେଇ ଦୁର୍ନୀତି ଖୋରଙ୍କ ଛାତି ଧଡଧଡ୍। କିନ୍ତୁ ଗୋଟିଏ ଘଟଣାର ଅଧାପନ୍ତରିଆ ତଦନ୍ତ କରି, ପୁଣି ଦୁଇମାସ ପରେ ସିବିଆଇ ଫେରିବା ଘଟଣାକୁ ନେଇ ଆରମ୍ଭ ହେୋଇଛି ରାଜନୀତି। 

ଆଇଏଏସ୍ ବିଷ୍ନୁପଦ ସେଠୀଙ୍କ ସହ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ମଧୁ ଚନ୍ଦ୍ରିକା ଥିବା ଅଭିଯେୋଗରେ ସିବିଆଇ ରେଡ୍ କଥା ହେଉ କିମ୍ୱା ୭୦୦ ଜଣଙ୍କ ନିଯୁକ୍ତି ଅନିୟମିତତା ନେଇ ଭୁବନେଶ୍ୱର ଏମ୍ସ ଘୋଟାଲା କଥା। ଅଚାନକ ସକ୍ରିୟ ହେବା ଓ ପୁଣି ନିଷ୍କ୍ରିୟ ହୋଇଯିବା ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଛି। 

ସେପଟେ ସିବିଆଇକୁ ଲୋକମାନେ ଭରଷାକୁ ନେଉ ନାହାଁନ୍ତି ବରଂ ବିଜେପି ସରକାରଙ୍କର ଶୁଆ ବୋଲି କହିଛି ବିଜେଡି। କେବଳ ଧମକ ନୁହେଁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ବିଜେଡି। ଏହାକୁ କାଉଣ୍ଟର କରି ବିଜେପି କହିଛି ଲୁଚକାଳି ଖେଳ ନୁହେଁ ବରଂ ତଥ୍ୟ ପ୍ରମାଣ ଆଧାରରେ ରେଡ୍ ହେଉଛି। 

ଓଡିଶାରେ ଦୁର୍ନିତୀର ଗନ୍ଧ ପାଇ ବାରମ୍ୱାର ପଡୁଛି ସିବିଆଇ ଛାଟ। ବଡ ବଡୁଆଙ୍କୁ ତଦନ୍ତ ଘେରକୁ ବି ଅଣାଯାଉଛି। ହେଲେ କିଏ କେତେ ହଜମ କରିଛନ୍ତି? କେତେ ଦୁର୍ନୀତିରେ ଉବୁଟୁବୁ ହୋଇଛନ୍ତି? ଆଉ କେତେ ଦୁର୍ନୀତିଖୋର ଅଫିସର କେଉଁ ସରକାର ସମୟରେ ଟଙ୍କା ଖାଇ ଟିଙ୍କ ଭଳି ଫୁଲିଛନ୍ତି ତାର ହିସାବ କେବେ ସାମନାକୁ ଆସିପାରୁନି। ଯାହାକି ସିବିଆଇର କାର୍ଯ୍ୟଦକ୍ଷତା ଓ ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।