ସନ୍ୟାସ ଘୋଷଣା କଲେ ଜିମ୍ନାଷ୍ଟ ଦୀପା କର୍ମକାର, ଭାରତ ପାଇଁ ଜିତିଛନ୍ତି ଗୋଲ୍ଡ ମେଡାଲ
ଅଗରତାଲା ୭।୧୦: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ସନ୍ୟାସ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ ସୂଚିତ କରିଛନ୍ତି। ଏଥି ପାଇଁ ଦୀପା ଏକ ଦୀର୍ଘ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏହା ବେଶ୍ କଷ୍ଟକର, ଅନେକ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି। ଦୀପା ତାଙ୍କ ସନ୍ୟାସର କାରଣ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏଥି ପାଇଁ ଲେଖିଥିବା ପତ୍ରରେ ଏବେ ଶାରୀରିକ ସ୍ଥିତି ଆଉ ଆଗପରି ନଥିବା କହିଛନ୍ତି। ଦୀପା ଯେଉଁ ଲେଟର ସେୟାର କରିଛନ୍ତି ସେଥିରେ ସେ ତାଙ୍କ ବାଲ୍ୟ ସ୍ମୃତି ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଜିମ୍ନାଷ୍ଟିକ ମୋ ଜୀବନର ସବୁଠୁ ବଡ଼ ଅଂଶ ହୋଇ ରହି ଆସିଛି। ମୋତେ ସେହି ୫ ବର୍ଷର ଦୀପା କଥା ମନେ ପଡୁଛି, ଯାହାର ଚେପଟା ପାଦ ପାଇଁ ସେ କେବେବି ଜିମ୍ନାଷ୍ଟ ହୋଇ ପାରିବେନି ବୋଲି ତାଙ୍କୁ କୁହାଯାଇଥିଲା। ହେଲେ ଆଜି ମୁଁ ଆଚିଭମେଣ୍ଟ ଦେଖି ବେଶ୍ ଗର୍ବିତ। ଦୀପା କର୍ମକାର ଏହି ପତ୍ରରେ ତାଙ୍କ ସନ୍ୟାସ ଘୋଷଣାର କାରଣ ମଧ୍ୟ ଜଣାଇଛନ୍ତି। Signing off from the mat! ❤️Thank you to everyone who has been a part of my journey.Onto the next chapter????????♀️???????? pic.twitter.com/kW5KQZLr29— Dipa Karmakar (@DipaKarmakar) October 7, 2024ସେ ଲେଖିଛନ୍ତି ଯେ ମୋ ଜୀବନର ଶେଷ ବିଜୟ ଏସିୟାନ ଜିମ୍ନାଷ୍ଟିକ୍ ଚାମ୍ପିୟନସିପ ତା
ଅଗରତାଲା ୭।୧୦: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ସନ୍ୟାସ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ ସୂଚିତ କରିଛନ୍ତି। ଏଥି ପାଇଁ ଦୀପା ଏକ ଦୀର୍ଘ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏହା ବେଶ୍ କଷ୍ଟକର, ଅନେକ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି। ଦୀପା ତାଙ୍କ ସନ୍ୟାସର କାରଣ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଏଥି ପାଇଁ ଲେଖିଥିବା ପତ୍ରରେ ଏବେ ଶାରୀରିକ ସ୍ଥିତି ଆଉ ଆଗପରି ନଥିବା କହିଛନ୍ତି।

ଦୀପା ଯେଉଁ ଲେଟର ସେୟାର କରିଛନ୍ତି ସେଥିରେ ସେ ତାଙ୍କ ବାଲ୍ୟ ସ୍ମୃତି ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଜିମ୍ନାଷ୍ଟିକ ମୋ ଜୀବନର ସବୁଠୁ ବଡ଼ ଅଂଶ ହୋଇ ରହି ଆସିଛି। ମୋତେ ସେହି ୫ ବର୍ଷର ଦୀପା କଥା ମନେ ପଡୁଛି, ଯାହାର ଚେପଟା ପାଦ ପାଇଁ ସେ କେବେବି ଜିମ୍ନାଷ୍ଟ ହୋଇ ପାରିବେନି ବୋଲି ତାଙ୍କୁ କୁହାଯାଇଥିଲା। ହେଲେ ଆଜି ମୁଁ ଆଚିଭମେଣ୍ଟ ଦେଖି ବେଶ୍ ଗର୍ବିତ। ଦୀପା କର୍ମକାର ଏହି ପତ୍ରରେ ତାଙ୍କ ସନ୍ୟାସ ଘୋଷଣାର କାରଣ ମଧ୍ୟ ଜଣାଇଛନ୍ତି।
Signing off from the mat! ❤️
Thank you to everyone who has been a part of my journey.
Onto the next chapter????????♀️???????? pic.twitter.com/kW5KQZLr29— Dipa Karmakar (@DipaKarmakar) October 7, 2024
ସେ ଲେଖିଛନ୍ତି ଯେ ମୋ ଜୀବନର ଶେଷ ବିଜୟ ଏସିୟାନ ଜିମ୍ନାଷ୍ଟିକ୍ ଚାମ୍ପିୟନସିପ ତାସକେଣ୍ଟ ଥିଲା। ସେତେବେଳେ ମୁଁ ଅନୁଭବ କରିଥିଲି ବଡିକୁ ଆହୁରି ପୁସ୍ କରାଯାଇ ପାରିଥାନ୍ତା। ହେଲେ କେବେ କେବେ ଆମ ଶରୀର ଏହା ଆରାମ କରିବାର ସମୟ ବୋଲି ସୂଚିତ କରିଥାଏ। କିନ୍ତୁ ମନ ଏବେବି ମାନୁନି। ଦୀପା ଭାରତ ପାଇଁ ଅନେକ ମେଡାଲ ଜିତିଛନ୍ତି। ସେ ଏସିୟାନ ଚାମ୍ପିୟନସିପ୍ ୨୦୨୪ରେ ଗୋଲ୍ଡ ମେଡାଲ ଜିତିଛନ୍ତି। ତେବେ ଏହା ପୂର୍ବରୁ ୨୦୧୫ ମସିହାରେ ସେ ବ୍ରୋଞ୍ଜ ମେଡାଲ ପାଇଥିଲେ। ଦୀପା ୨୦୧୪ କମନୱେଲଥ ଗେମରେ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଥିଲେ। ସେ ୨୦୧୮ ୱାର୍ଲଡ କପରେ ଗୋଲ୍ଡ ମେଡାଲ ଜିତିଥିବା ବେଳେ ସେହି ବର୍ଷ ବ୍ରୋଞ୍ଜ ମେଡାଲ ମଧ୍ୟ ପାଇଥିଲେ।