ସପନା ଗିଲଙ୍କ ସହ ବିବାଦ ଭିତରେ ବଢିପାରେ ପୃଥ୍ୱୀ ଶାହଙ୍କ ଅଡୁଆ, କୋର୍ଟ ଜାରି କଲା ସମନ

ନୂଆଦିଲ୍ଲୀ ୧୩/୦୮: ଭାରତୀୟ ଦଳର ଷ୍ଟାର ଓପନର୍ ପୃଥ୍ୱୀ ଶାହ । କ୍ରିକେଟ ଛଡା ଚର୍ଚ୍ଚିତ ଚେହେରା । ଏବେ ତାଙ୍କୁ ନେଇ ଆସିଛି ବଡ ଖବର । ଦରକାର ପଡିଲେ ତାଅକୁ ଜାରି ହୋଇପାରେ ସମନ । ୨୦୨୩ର ଆରମ୍ଭରେ, ସେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଓ ସାଥାଙ୍କ ସହିତ ଝଗଡା କରିଥିଲେ । ବର୍ତ୍ତମାନ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଏହି ମାମଲାରେ ଦ୍ୱିତୀୟ ସମନ ଜାରି କରିଛନ୍ତି । କୁହାଯାଇଛି ଯେ ନିକଟରେ ପୃଥ୍ୱୀ ଶାହଙ୍କ ବିରୋଧରେ ଯେତେବେଳେ ପ୍ରଥମ ସମନ ଜାରି କରାଯାଇଥିଲା । ସେତେବେଳେ ଷ୍ଟାର କ୍ରିକେଟର କିମ୍ବା ତାଙ୍କ ତରଫରୁ କୌଣସି ଓକିଲ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ କୋର୍ଟରେ ପହଞ୍ଚି ନଥିଲେ । କିନ୍ତୁ ବର୍ତ୍ତମାନ ଡିଣ୍ଡୋସି ସେସନ୍ସ କୋର୍ଟ ଦ୍ୱିତୀୟ ସମନ ଜାରି କରି ହାଜର ହେବାକୁ ଜଣାଇଛନ୍ତି । ସୂଚନା ଥାଉକି, ପୃଥ୍ୱୀ ଏବଂ ସପନା ଗିଲ୍ ବିବାଦ ୨୦୨୩ରୁ ଆରମ୍ଭ ହୋଇଥିଲା । ତା’ପରେ ପୃଥ୍ୱୀ ମୁମ୍ବାଇର ଏକ ହୋଟେଲରେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଝଗଡା କରିଥିଲେ । ତାଙ୍କ ଝଗଡାର ଭିଡିଓ ବି ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ପୃଥ୍ୱୀଙ୍କ  ନାମରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କହିବାକୁ ଗଲେ ଏହି ବିଷୟଟି ହେଉଛି ୧୫ଫେବୃଆରୀ ୨୦୨୩, ଯେତେବେଳେ ପୃଥ୍ୱୀ ଶାହ କ୍ରୁଜ୍‌ର

ସପନା ଗିଲଙ୍କ ସହ ବିବାଦ ଭିତରେ ବଢିପାରେ ପୃଥ୍ୱୀ ଶାହଙ୍କ ଅଡୁଆ, କୋର୍ଟ ଜାରି କଲା ସମନ

ନୂଆଦିଲ୍ଲୀ ୧୩/୦୮: ଭାରତୀୟ ଦଳର ଷ୍ଟାର ଓପନର୍ ପୃଥ୍ୱୀ ଶାହ । କ୍ରିକେଟ ଛଡା ଚର୍ଚ୍ଚିତ ଚେହେରା । ଏବେ ତାଙ୍କୁ ନେଇ ଆସିଛି ବଡ ଖବର । ଦରକାର ପଡିଲେ ତାଅକୁ ଜାରି ହୋଇପାରେ ସମନ । ୨୦୨୩ର ଆରମ୍ଭରେ, ସେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଓ ସାଥାଙ୍କ ସହିତ ଝଗଡା କରିଥିଲେ । ବର୍ତ୍ତମାନ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଏହି ମାମଲାରେ ଦ୍ୱିତୀୟ ସମନ ଜାରି କରିଛନ୍ତି । କୁହାଯାଇଛି ଯେ ନିକଟରେ ପୃଥ୍ୱୀ ଶାହଙ୍କ ବିରୋଧରେ ଯେତେବେଳେ ପ୍ରଥମ ସମନ ଜାରି କରାଯାଇଥିଲା । ସେତେବେଳେ ଷ୍ଟାର କ୍ରିକେଟର କିମ୍ବା ତାଙ୍କ ତରଫରୁ କୌଣସି ଓକିଲ ତାଙ୍କୁ ପ୍ରତିନିଧିତ୍ୱ କରିବାକୁ କୋର୍ଟରେ ପହଞ୍ଚି ନଥିଲେ । କିନ୍ତୁ ବର୍ତ୍ତମାନ ଡିଣ୍ଡୋସି ସେସନ୍ସ କୋର୍ଟ ଦ୍ୱିତୀୟ ସମନ ଜାରି କରି ହାଜର ହେବାକୁ ଜଣାଇଛନ୍ତି । 

ସୂଚନା ଥାଉକି, ପୃଥ୍ୱୀ ଏବଂ ସପନା ଗିଲ୍ ବିବାଦ ୨୦୨୩ରୁ ଆରମ୍ଭ ହୋଇଥିଲା । ତା’ପରେ ପୃଥ୍ୱୀ ମୁମ୍ବାଇର ଏକ ହୋଟେଲରେ ସୋସିଆଲ ମିଡିଆ ପ୍ରଭାବଶାଳୀ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଝଗଡା କରିଥିଲେ । ତାଙ୍କ ଝଗଡାର ଭିଡିଓ ବି ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗରେ ପୃଥ୍ୱୀଙ୍କ  ନାମରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। 

କହିବାକୁ ଗଲେ ଏହି ବିଷୟଟି ହେଉଛି ୧୫ଫେବୃଆରୀ ୨୦୨୩, ଯେତେବେଳେ ପୃଥ୍ୱୀ ଶାହ କ୍ରୁଜ୍‌ର ଏକ ୫ ଷ୍ଟାର ହୋଟେଲରେ ନିଜ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ସେହି ସମୟରେ, କ୍ରିକେଟରଙ୍କ ସହ ଦୁଇଜଣ ବ୍ୟକ୍ତି ସେଲଫି ନେଇଥିଲେ, କିନ୍ତୁ ସମାନ ଲୋକ ପୁନର୍ବାର ଆସି ଅନ୍ୟ ଲୋକଙ୍କ ସହ ସେଲଫି ନେବାକୁ ମଧ୍ୟ କହିଥିଲେ। ଏହା ପରେ ପୃଥ୍ୱୀ ମନା କରିଦେଇଥିଲେ । ସେ କହିଥିଲେ ସାଙ୍ଗମାନଙ୍କ ସହ ଖାଇବାକୁ ଆସିଛନ୍ତି । ଯାହାକୁ ନେଇ ବିବାଦ ବଢିଥିଲା । ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । 

ଏହା ପରେ ପ୍ରୀତିଙ୍କ ବନ୍ଧୁଙ୍କ ଅଭିଯୋଗ ଆଧାରରେ ପୋଲିସ ସପନା ଗିଲଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ସପନା ଗିଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତା’ପରେ ସପନା ଜାମିନରେ ଆସିଥିଲେ । ଉଭୟ ପକ୍ଷ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ । ସପନା ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ତା’ପରେ ସପନା ଦାବି କରିଥିଲେ ଯେ ପୋଲିସ ତାଙ୍କ ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରିନାହିଁ । ଏହା ପରେ ସେ ସିଧା କୋର୍ଟକୁ ଯାଇଥିଲେ । କୋର୍ଟର ହସ୍ତକ୍ଷେପ ପରେ ପୋଲିସରେ ଏକ ମାମଲା ରୁଜୁ ହୋଇଥିଲା ।

ସପନା ଗିଲ ଆଇପିସିର ଧାରା ୩୫୪, ୫୦୯, ୩୨୪ ଅନୁଯାୟୀ ମାଡ ମାରିବା ସହ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଦାଖଲ କରିବାବେଳେ ସପନା ସରକାରୀ ଡାକ୍ତରଖାନାରୁ ଡାକ୍ତରୀ ପ୍ରମାଣପତ୍ର ମଧ୍ୟ ଦେଇଥିଲେ । ଯେଉଁଥିରେ ଯୌନ ନିର୍ଯାତନା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।