ସପା ପ୍ରବକ୍ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଧମକ, କହିଲା-ତିନି ଦିନ ଅପେକ୍ଷା କର...

ନୂଆଦିଲ୍ଲୀ ୩୧।୦୩: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ସପା)ର ପ୍ରବକ୍ତା ତାରିକ୍ ଖାନଙ୍କୁ ମିଳିଛି ହତ୍ୟା ଧମକ। ଅଭିଯୁକ୍ତ ତାଙ୍କୁ ଫୋନ୍‌ରେ ଧମକ ଦେଇ ନିଜକୁ କୁଖ୍ୟାତ୍‌ ଡନ୍‌ ଲରେନ୍ସ ବିଷ୍ଣୋଇର ଲୋକ କହିଛି। ଟିଭି ଡିବେଟ୍‌ରେ ଭାଗ ନେଇ ପାର୍ଟି ସପକ୍ଷରେ କହିବା ଯୋଗୁଁ ଅଭିଯୁକ୍ତ ଧମକାଇ କହିଛି ଯେ, ଆଗାମୀ ନମ୍ୱର ତୁମର। ଏହାପରେ ତାରିକ୍‌ କହିଲେ, ସେ କୌଣସି ଲରେନ୍ସକୁ ଜାଣନ୍ତି ନାହିଁ ତ ଅଭିଯୁକ୍ତ ତାଙ୍କୁ ଦୁଇ ତିନି ଦିନ ଅପେକ୍ଷା କରିବାକୁ କହିଲା ଏବଂ ଗାଳି ଦେଇ ଫୋନ୍ କାଟି ଦେଲା। ମାମଲା ଉତ୍ତର ପ୍ରଦେଶର ବହରାଇଚ୍‌ର। ତାରିକ୍‌ ଖାନ ଏହି ସମ୍ୱନ୍ଧରେ ବହରାଇଚ ପୋଲିସ୍‌ରେ ଅଭିଯୋଗ କରିଛନ୍ତି।ଏନେଇ ସେ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଦୁଇ ମାସ ହେବ ଫୋନ୍ କରି ଅନେକ ସମୟରେ ଫୋନରେ ଗାଳି ଗୁଲଜ କରୁଥିଲା। ସେ ଲଗାତାର ଅଭିଯୁକ୍ତର ଫୋନ୍‌ କଲ୍‌କୁ ଅଣଦେଖା କରୁଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ଆସିଥିବା ଫୋନ୍‌ କଲ୍‌ରେ ସେ ସିଧା ଜୀବନରୁ ମାରିବାକୁ ଧମକ ଦେଇଥିଲା। ଏହାପରେ ତାରିକ୍‌ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି। ସେ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଟିଭି ଡିବେଟ୍‌ରେ ସାମିଲ ହେବା ଓ ନିଜ ପାର୍ଟିର ପକ୍ଷ ରଖିବାରେ ଅସନ୍ତୁଷ୍ଟ ଥିଲା। ଅଭିଯୁକ୍ତର ତାରିକ ଖାନଙ୍କ ସହ କଥାବାର୍ତ୍ତାର କଲ୍‌ ରେକର୍ଡିଂ ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ

ସପା ପ୍ରବକ୍ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଧମକ, କହିଲା-ତିନି ଦିନ ଅପେକ୍ଷା କର...

ନୂଆଦିଲ୍ଲୀ ୩୧।୦୩: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ସପା)ର ପ୍ରବକ୍ତା ତାରିକ୍ ଖାନଙ୍କୁ ମିଳିଛି ହତ୍ୟା ଧମକ। ଅଭିଯୁକ୍ତ ତାଙ୍କୁ ଫୋନ୍‌ରେ ଧମକ ଦେଇ ନିଜକୁ କୁଖ୍ୟାତ୍‌ ଡନ୍‌ ଲରେନ୍ସ ବିଷ୍ଣୋଇର ଲୋକ କହିଛି। ଟିଭି ଡିବେଟ୍‌ରେ ଭାଗ ନେଇ ପାର୍ଟି ସପକ୍ଷରେ କହିବା ଯୋଗୁଁ ଅଭିଯୁକ୍ତ ଧମକାଇ କହିଛି ଯେ, ଆଗାମୀ ନମ୍ୱର ତୁମର। ଏହାପରେ ତାରିକ୍‌ କହିଲେ, ସେ କୌଣସି ଲରେନ୍ସକୁ ଜାଣନ୍ତି ନାହିଁ ତ ଅଭିଯୁକ୍ତ ତାଙ୍କୁ ଦୁଇ ତିନି ଦିନ ଅପେକ୍ଷା କରିବାକୁ କହିଲା ଏବଂ ଗାଳି ଦେଇ ଫୋନ୍ କାଟି ଦେଲା। ମାମଲା ଉତ୍ତର ପ୍ରଦେଶର ବହରାଇଚ୍‌ର। ତାରିକ୍‌ ଖାନ ଏହି ସମ୍ୱନ୍ଧରେ ବହରାଇଚ ପୋଲିସ୍‌ରେ ଅଭିଯୋଗ କରିଛନ୍ତି।

ଏନେଇ ସେ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଦୁଇ ମାସ ହେବ ଫୋନ୍ କରି ଅନେକ ସମୟରେ ଫୋନରେ ଗାଳି ଗୁଲଜ କରୁଥିଲା। ସେ ଲଗାତାର ଅଭିଯୁକ୍ତର ଫୋନ୍‌ କଲ୍‌କୁ ଅଣଦେଖା କରୁଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ଆସିଥିବା ଫୋନ୍‌ କଲ୍‌ରେ ସେ ସିଧା ଜୀବନରୁ ମାରିବାକୁ ଧମକ ଦେଇଥିଲା। ଏହାପରେ ତାରିକ୍‌ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରିଛି। ସେ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଟିଭି ଡିବେଟ୍‌ରେ ସାମିଲ ହେବା ଓ ନିଜ ପାର୍ଟିର ପକ୍ଷ ରଖିବାରେ ଅସନ୍ତୁଷ୍ଟ ଥିଲା। 

ଅଭିଯୁକ୍ତର ତାରିକ ଖାନଙ୍କ ସହ କଥାବାର୍ତ୍ତାର କଲ୍‌ ରେକର୍ଡିଂ ଏହି ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ କହିଛନ୍ତି ଯେ, ଏହି ସମ୍ୱନ୍ଧରେ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହାପରେ ଅଖିଳେଶ ଯାଦବ ତାଙ୍କୁ ଲକ୍ଷ୍ନୌ ଡାକିଛନ୍ତି। ଯଦି ଜରୁରୀ ହୁଏ ତ ଏହି ସମ୍ୱନ୍ଧରେ ଡିଜିପିଙ୍କୁ ଭେଟି ମଧ୍ୟ ଜଣାଇ ଦିଆଯିବ। ତାରିକ୍‌ ଖାନ ଏସପି ବହରାଇଚ୍‌କୁ ଅଭିଯୋଗ ଦେଇ କହିଛନ୍ତି କି , , ଏ କେହି ଫେକ୍‌ ବ୍ୟକ୍ତି ହୋଇ ଥାଇପାରେ, କିନ୍ତୁ ସେ ଯିଏବି ହେଉ ନିଶ୍ଚୟ ଧରା ପଡ଼ିବ। ତାଙ୍କର କଲ୍‌ ରେକର୍ଡିଂ ମଧ୍ୟ ପୋଲିସକୁ ଦିଆ ଯାଇ ସାରିଛି।