ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛି। ଉଲ୍ଲେଖଯୋଗ୍ୟ, ଗ୍ରାହକ ବର୍ତ୍ତମାନ ଗ୍ରୋସେରି ଦୋକାନରେ ବିଲ୍‌ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ ଏବଂ ଏହା ହେବ ସପିଂରେ ଏଆଇର ବ୍ୟବହାର ସହିତ କୃତ୍ରିମ ବୁଦ୍ଧିମତ୍ତା ବା […] The post ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର appeared first on Dharitri Odia News.

ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛି। ଉଲ୍ଲେଖଯୋଗ୍ୟ, ଗ୍ରାହକ ବର୍ତ୍ତମାନ ଗ୍ରୋସେରି ଦୋକାନରେ ବିଲ୍‌ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ ଏବଂ ଏହା ହେବ ସପିଂରେ ଏଆଇର ବ୍ୟବହାର ସହିତ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସହ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟର ସ୍ବୟଂଚାଳିତ ଭାବେ ଭପଭୋକ୍ତା କିଣୁଥିବା ସାମଗ୍ରୀର ସପିଂ ବିଲ୍‌ ସୃଷ୍ଟି କରିବ। ଏପରିକି ଏହାର ବ୍ୟବହାର ମଧ୍ୟ ବହୁତ ସହଜ ହୋଇଥିବାବେଳେ ବ୍ରାଣ୍ଡ୍‌ର ଷ୍ଟୋରଗୁଡିକରେ ଉପଲବ୍ଧ ଇଣ୍ଟେଲିଜେନ୍ସ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ। ଏପରିକି ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଏଆଇ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍‌ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ। ଯଦି ଗ୍ରାହକ ସପିଂ କାର୍ଟରେ ଯୋଡି ହୋଇଥିବା ସାମଗ୍ରୀକୁ ବାହାର କରିଦିଅନ୍ତି ତେବେ ସେହି ସାମଗ୍ରୀର ମୂଲ୍ୟ ସ୍ବୟଂଚାଳିତ ଭାବେ ବିଲରୁ ଅପସାରିତ ହୋଇଯିବ। ବିଲିଂ ଡେସ୍କ ଗ୍ରାହକଙ୍କ କାର୍ଟର କ୍ୟୁଆର କୋଡ୍‌ ସ୍କାନ୍‌ କରିବ ଏବଂ ଦେୟ ପ୍ରଦାନ ପାଇଁ ଗ୍ରାହକଙ୍କ ବିଲ୍‌ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଯିବ।

The post ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର appeared first on Dharitri Odia News.