ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ମାଡ଼: ଶିକ୍ଷୟିତ୍ରୀଙ୍କ ବଦଳି ଦାବି କଲେ ଅଭିଭାବକ
କନକ ବ୍ୟୁରୋ: ପ୍ରଶ୍ନର ଉତ୍ତର ଦେଇନପାରିବାରୁ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ରୀ। ବୈପାରୀଗୁଡ଼ାର ଟାଙ୍ଗିଣିଗୁଡ଼ା ସରକାର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ସୂଚନା ଅନୁସାରେ, ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ଶିକ୍ଷୟିତ୍ରୀ ମାଡ଼ ମାରିବା ସହ ୪୦ ଥର ଉଠବସ କରାଇଥିଲେ। ଫଳରେ ଛାତ୍ରୀ କିଛି ସମୟ ପାଇଁ ଅଚେତ ହୋଇଯାଇଥିଲେ। ଘଟଣାକୁ ନେଇ ବୈପାରିଗୁଡା ବିଇଓଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସହ ଗ୍ରାମବାସୀ ଏବଂ ଅଭିଭାବକ ମାନେ ଅଭିଯୋଗ କରିବା ସହ ବଦଳି ଦାବି କରିଥିଲେ। ବଦଳି କରାନଗଲେ, ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବୁ ନାହିଁ ବୋଲି ଦାବି ହୋଇଛି। ଏବେବି ଛାତ୍ରୀ ଜଣକ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।