ସପ୍ତଶଯ୍ୟା ପାହାଡ଼ରୁ ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର

ଢ଼େଙ୍କାନାଳ : ଗୁଗୁଲ ଦେଖାଇଲା ଭୁଲ ମାନଚିତ୍ର । ଜଙ୍ଗଲ ଭିତରେ ନିଖୋଜ ହୋଇଗଲେ ୫ ଛାତ୍ର । ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି। ଗତ କାଲି ରାତି ପ୍ରାୟ ସାଢେ ୧୧ଟାରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ୱାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୫ ଜଣ ସାଙ୍ଗ । ସୂଚନାନୁସାରେ,ଗତକାଲି କଟକରୁ ଢେଙ୍କାନାଳର ପର୍ଯ୍ୟଟନ […]

ସପ୍ତଶଯ୍ୟା ପାହାଡ଼ରୁ ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର
ସପ୍ତଶଯ୍ୟା ପାହାଡ଼ରୁ ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର

ଢ଼େଙ୍କାନାଳ : ଗୁଗୁଲ ଦେଖାଇଲା ଭୁଲ ମାନଚିତ୍ର । ଜଙ୍ଗଲ ଭିତରେ ନିଖୋଜ ହୋଇଗଲେ ୫ ଛାତ୍ର । ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି। ଗତ କାଲି ରାତି ପ୍ରାୟ ସାଢେ ୧୧ଟାରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ୱାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୫ ଜଣ ସାଙ୍ଗ ।

ସୂଚନାନୁସାରେ,ଗତକାଲି କଟକରୁ ଢେଙ୍କାନାଳର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିଲେ ୫ ସାଙ୍ଗ । ସେମାନେ ଗୁଗୁଲ ମ୍ୟାପ ଦେଖି ସପ୍ତଶଯ୍ୟା ଚଢିବା ସମୟରେ ବାଟବଣା ହୋଇ ଅନ୍ୟ ଏକ ପାହାଡକୁ ଚାଲିଯାଇଥିଲେ ।ପରେ ସନ୍ଧ୍ୟା ଓ ବର୍ଷା ହେବାରୁ ଆଉ ବାଟ ପାଇବା ସେମାନଙ୍କ ପାଖରେ ସମ୍ଭବ ହୋଇନଥିଲା। ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା।ପୋଲିସ ଓ ବନ ବିଭାଗର ଟିମ୍ ସେମାନଙ୍କୁ ଖୋଜାଖୋଜି କରିଥିଲା।ଦୀର୍ଘ ୬ରୁ ସାତ ଘଣ୍ଟାର ପରିଶ୍ରମ ପରେ ପ୍ରାୟ ରାତି ସାଢ଼େ ଗୋଟାଏ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।