ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ
ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ ପେସାଦାର ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇ ଫେରାର ଘଟଣାରେ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏକ ସପ୍ତାହ ମଧ୍ୟରେ ୧ଶହରୁ ଅଧିକ ଅସାମାଜିକ ବ୍ୟକ୍ତିଙ୍କୁ ବିଭିନ୍ନ ଥାନା ପକ୍ଷରୁ ଗିରଫ କରାଯାଇଛି। ଜିଲାରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ ଏହା କରାଯାଉଛି ବୋଲି ଗଞ୍ଜାମ […] The post ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ appeared first on Dharitri Odia News.
ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ ପେସାଦାର ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇ ଫେରାର ଘଟଣାରେ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏକ ସପ୍ତାହ ମଧ୍ୟରେ ୧ଶହରୁ ଅଧିକ ଅସାମାଜିକ ବ୍ୟକ୍ତିଙ୍କୁ ବିଭିନ୍ନ ଥାନା ପକ୍ଷରୁ ଗିରଫ କରାଯାଇଛି। ଜିଲାରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ ଏହା କରାଯାଉଛି ବୋଲି ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪ଜଣ ଅସମାଜିକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। କୋଦଳା ପୋଲିସ ପକ୍ଷରୁ ଦୁଇ ଜଣ, ବୁଗୁଡ଼ା ପୋଲିସ ପକ୍ଷରୁ ୬ଜଣ,ଶେରଗଡ଼ ପୋଲିସ ପକ୍ଷରୁ ଜଣେ, ରମ୍ଭା ପୋଲିସ ପକ୍ଷରୁ ଦୁଇ ଜଣ, ଖଲ୍ଲିକୋଟ ପୋଲିସ ପକ୍ଷରୁ ୩ଜଣ, ଏହି ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିବ ବୋଲି ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବାର ସୂଚନା ରହିଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ହ୍ବାଟ୍ସଆପ୍ ନମ୍ବର ୯୪୩୮୯୧୬୭୨୦ରେ ପଠାଇବାକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ପରେ ପରବର୍ତ୍ତୀ ହିଂସା ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪ ତାରିଖ ପର୍ଯ୍ୟ ରାତି ୮ଟା ପରେ ଚା’ ଦୋକାନ, ହୋଟେଲ ଓ ଢାବାଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସ୍ପି। ଏନେଇ ଗଞ୍ଜାମ ପୋଲିସ ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରିବାକୁ କୁହାଯାଇଛି।
The post ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ appeared first on Dharitri Odia News.