ସପ୍ତାହକୁ ୫,୬୦୦ ବିମାନ ଉଡ଼ାଇବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମଙ୍ଗଳବାର ଏୟାର ଇଣ୍ଡିଆ ସହିତ ଭିସ୍ତାରା ବିମାନ ସେବାର ସମ୍ପୂର୍ଣ୍ଣ ବିଲୟ ହୋଇଛି। ଏହି ବିଲୟ ପରେ ଏୟାର ଇଣ୍ଡିଆ ଆହୁରି ବଡ଼ କମ୍ପାନୀ ହୋଇଯାଇଛି। ଏହି ବିଲୟ ପରେ ଏୟାର ଇଣ୍ଡିଆ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବ। କମ୍ପାନୀ ସପ୍ତାହକୁ ୫,୬୦୦ ବିମାନ ପରିଚାଳନା କରିବ। ୯୦ରୁ ଅଧିକ ସ୍ଥାନକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଭରିବ। ଏହି ବିଲୟ ପରେ ଚୁକ୍ତି ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ରଖିବ। ଗତ କିଛି ମାସରେ ଏୟାର ଇଣ୍ଡିଆ ବିସ୍ତାର ମିଶ୍ରଣ ପ୍ରକ୍ରିୟା ଜାରି ରହିଥିଲା। ଶେଷରେ ମଙ୍ଗଳବାର ସବୁ ପ୍ରକ୍ରିୟା ଶେଷ ହୋଇ ଦୁଇ କମ୍ପାନୀ ଏକ୍ ହୋଇଛନ୍ତି। ଏନେଇ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି “ଏୟାର ଇଣ୍ଡିଆ ଗ୍ରୁପ୍ ଭିସ୍ତାରା ସହିତ ଏହାର ମିଶ୍ରଣ ପ୍ରକ୍ରିୟା ଆଇନଗତ ଭାବେ ଶେଷ କରିଛି। ଫଳରେ ଏକ ବଡ଼ ପୂର୍ଣ୍ଣସେବା ପ୍ରଦାନକାରୀ କମ୍ପାନୀର ନିର୍ମାଣ ହୋଇଛି। ଘରୋଇକରଣ ପରେ ପରିବର୍ତ୍ତନ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।”୨୦୧୫ରେ କମ୍ପାନୀଗୁଡ଼ିକର ମିଶ୍ରଣ ପରେ ଏୟାର ଇଣ୍ଡିଆ ଗ୍ରୁପ୍ର ୩୦୦ ବିମାନ ୫୫ ଟି ଘରୋଇ ଏବଂ ୪୮ ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରୁଥିଲା। ୩୧୨ରେ ଯାତ୍ରା ସହିତ

ସପ୍ତାହକୁ ୫,୬୦୦ ବିମାନ ଉଡ଼ାଇବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମଙ୍ଗଳବାର ଏୟାର ଇଣ୍ଡିଆ ସହିତ ଭିସ୍ତାରା ବିମାନ ସେବାର ସମ୍ପୂର୍ଣ୍ଣ ବିଲୟ ହୋଇଛି। ଏହି ବିଲୟ ପରେ ଏୟାର ଇଣ୍ଡିଆ ଆହୁରି ବଡ଼ କମ୍ପାନୀ ହୋଇଯାଇଛି। ଏହି ବିଲୟ ପରେ ଏୟାର ଇଣ୍ଡିଆ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବ। କମ୍ପାନୀ ସପ୍ତାହକୁ ୫,୬୦୦ ବିମାନ ପରିଚାଳନା କରିବ। ୯୦ରୁ ଅଧିକ ସ୍ଥାନକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଭରିବ। ଏହି ବିଲୟ ପରେ ଚୁକ୍ତି ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ରଖିବ। 

ଗତ କିଛି ମାସରେ ଏୟାର ଇଣ୍ଡିଆ ବିସ୍ତାର ମିଶ୍ରଣ ପ୍ରକ୍ରିୟା ଜାରି ରହିଥିଲା। ଶେଷରେ ମଙ୍ଗଳବାର ସବୁ ପ୍ରକ୍ରିୟା ଶେଷ ହୋଇ ଦୁଇ କମ୍ପାନୀ ଏକ୍ ହୋଇଛନ୍ତି। ଏନେଇ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି “ଏୟାର ଇଣ୍ଡିଆ ଗ୍ରୁପ୍ ଭିସ୍ତାରା ସହିତ ଏହାର ମିଶ୍ରଣ ପ୍ରକ୍ରିୟା ଆଇନଗତ ଭାବେ ଶେଷ କରିଛି। ଫଳରେ ଏକ ବଡ଼ ପୂର୍ଣ୍ଣସେବା ପ୍ରଦାନକାରୀ କମ୍ପାନୀର ନିର୍ମାଣ ହୋଇଛି। ଘରୋଇକରଣ ପରେ ପରିବର୍ତ୍ତନ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।”

୨୦୧୫ରେ କମ୍ପାନୀଗୁଡ଼ିକର ମିଶ୍ରଣ ପରେ ଏୟାର ଇଣ୍ଡିଆ ଗ୍ରୁପ୍ର ୩୦୦ ବିମାନ ୫୫ ଟି ଘରୋଇ ଏବଂ ୪୮ ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଭରୁଥିଲା। ୩୧୨ରେ ଯାତ୍ରା ସହିତ କମ୍ପାନୀ ମୋଟ ସପ୍ତାହରେ ୮,୩୦୦ ବିମାନ ଚଳାଉଥିଲା। କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୩୦,ହଜାରରୁ ଅଧିକ ରହିଥିଲା।