ସପ୍ତାହର ପ୍ରଥମ ଦିନରେ ଭୁଶୁଡିଲା ଶେୟାର ବଜାର, ୩ ଲକ୍ଷ ଟଙ୍କା କ୍ଷତି ସହିଲେ ନିବେଶକ
ଭୁବନେଶ୍ୱର, ୮ା୧: ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ଏବଂ ସେନ୍ସେକ୍ସ ହ୍ରାସ ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୬୭୦ ପଏଣ୍ଟ ବା ୦.୯୩ ପ୍ରତିଶତ ହ୍ରାସ ପାଇ ୭୧,୩୫୫ରେ ବନ୍ଦ ହୋଇଥିଲା। ସେହିଭଳି ନିଫ୍ଟି ୧୯୭.୮୦ ପଏଣ୍ଟ ବା ୦.୯୧ ପ୍ରତିଶତ ହ୍ରାସ ପାଇ ୨୧,୫୧୩ ରେ କାରବାର ଶେଷ କରିଥିଲା। ଯାହା ଫଳରେ ନିବେଶକ ମାନଙ୍କର ପ୍ରାୟ ୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ସୋମବାର […] The post ସପ୍ତାହର ପ୍ରଥମ ଦିନରେ ଭୁଶୁଡିଲା ଶେୟାର ବଜାର, ୩ ଲକ୍ଷ ଟଙ୍କା କ୍ଷତି ସହିଲେ ନିବେଶକ appeared first on Dharitri Odia News.
ଭୁବନେଶ୍ୱର, ୮ା୧: ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ଏବଂ ସେନ୍ସେକ୍ସ ହ୍ରାସ ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୬୭୦ ପଏଣ୍ଟ ବା ୦.୯୩ ପ୍ରତିଶତ ହ୍ରାସ ପାଇ ୭୧,୩୫୫ରେ ବନ୍ଦ ହୋଇଥିଲା। ସେହିଭଳି ନିଫ୍ଟି ୧୯୭.୮୦ ପଏଣ୍ଟ ବା ୦.୯୧ ପ୍ରତିଶତ ହ୍ରାସ ପାଇ ୨୧,୫୧୩ ରେ କାରବାର ଶେଷ କରିଥିଲା। ଯାହା ଫଳରେ ନିବେଶକ ମାନଙ୍କର ପ୍ରାୟ ୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।
ସୋମବାର ଅଧିବେଶନରେ ହ୍ରାସର ପ୍ରଭାବ ମିଡକ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା।ନିଫ୍ଟି ମିଡକାପ୍ ୧୦୦ ସୂଚକାଙ୍କ ୧.୦୬ ପ୍ରତିଶତ ଏବଂ ନିଫ୍ଟି ସ୍ମଲ୍ କ୍ୟାପ୍ ୧୦୦ ସୂଚକାଙ୍କ ୦.୬୨ ପ୍ରତିଶତ ହ୍ରାସ ପାଇଛି।ବାଣିଜ୍ୟ ଅଧିବେଶନରେ ହ୍ରାସର ପ୍ରଭାବ ବଡ଼ ଏବଂ ମିଡ୍ କ୍ୟାପ୍ ଷ୍ଟକ୍ ଉପରେ ଅଧିକ ଥିଲା। ତେବେ ବ୍ୟାଙ୍କିଙ୍ଗ୍ ସେୟାରରେ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ବ୍ୟାଙ୍କ ୧.୪୭ ପ୍ରତିଶତ ହ୍ରାସ ପାଇ ୪୭,୪୫୦ ପଏଣ୍ଟରେ ବନ୍ଦ ହୋଇଯାଇଛି।
ବଜାରରେ ବୃଦ୍ଧି ପାଉଥିବା ଷ୍ଟକ୍ ମଧ୍ୟରେ ଏଚସିଏଲ ଟେକ୍, ପାୱାର ଗ୍ରୀଡ୍, ସନ୍ ଫାର୍ମା, ଏନଟିପିସି, ବଜାଜ ଫାଇନାନ୍ସ ଏବଂ ଟାଇଟାନ କମ୍ପାନୀ ଶୀର୍ଷରେ ରହିଥିଲେ। ଭାରତ ଏୟାରଟେଲ, ଏଲ ଆଣ୍ଡ ଟି, ଟାଟା ମୋଟର୍ସ, ଇନଫୋସିସ୍, ମାରୁତି ସୁଜୁକି, ଅଲଟ୍ରା ଟେକ୍ ସିମେଣ୍ଟ, ରିଲାଏନ୍ସ, ଜେଏସଡବ୍ଲୁ ଷ୍ଟିଲ, ଇଣ୍ଡସ ଇଣ୍ଡିଆ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଟାଟା ଷ୍ଟିଲ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ୱିପ୍ରୋ, ଏସିଆନ୍ ପେଣ୍ଟସ୍, ଟେକ୍ ମହିନ୍ଦ୍ରା, ନେଷ୍ଟଲେ, ଆଇଟିସି ଏବଂ ଏସବିଆଇର ଅଂଶଧନ କ୍ଷତି ସହିତ ବନ୍ଦ ହୋଇଥିଲା।
ବଜାରରେ ହ୍ରାସର କାରଣ ହେଉଛି ଲାଭ ଅପସାରୀ ନେବା ବୋଲି କୁହାଯାଉଛି। ଯାହାର ସବୁଠାରୁ ବଡ ପ୍ରଭାବ ବ୍ୟାଙ୍କିଙ୍ଗ ଏବଂ ଆଇଟି ଷ୍ଟକ୍ ଉପରେ ଦେଖାଯାଇଛି। ଏହି ହ୍ରାସରେ ବିଶ୍ୱ ସ୍ଥିତି ମଧ୍ୟ ବଡ଼ କାରଣ ସାଜିଛି।
The post ସପ୍ତାହର ପ୍ରଥମ ଦିନରେ ଭୁଶୁଡିଲା ଶେୟାର ବଜାର, ୩ ଲକ୍ଷ ଟଙ୍କା କ୍ଷତି ସହିଲେ ନିବେଶକ appeared first on Dharitri Odia News.