ସପ୍ତାହର ଶେଷ କାରବାରରେ ନିବେଶକଙ୍କୁ ମାଲାମାଲ କଲା ପୁଞ୍ଜି ବଜାର, ଲାଭ ୬.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାର ଦିନ ନୂଆ ଶିଖରରେ ବନ୍ଦ ହୋଇଛି । ସେନସେକ୍ସ ୧୩୬୦ ଅଙ୍କ ବଢିବା ସହ ପ୍ରଥମ ଥର ପାଇଁ ୮୪୦୦୦ ସ୍ତର ଉପରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୫,୮୦୦ ସ୍ତର ପାର୍ କରିଛି । ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ବମ୍ପର ଲାଭ ହୋଇଛି । ଗୋଟିଏ ଦିନରେ ନିବେଶକଙ୍କୁ ୬.୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ବିଏସ୍‌ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ରିୟଲ୍ଟି, ଅଟୋ, କ୍ୟାପିଟାଲ ଗୁଡ୍ସ ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି । ବିଏସ୍‌ଇର ସ୍ମଲ୍‌କ୍ୟାପ୍ ଏବଂ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ୧ ପ୍ରତିଶତ ବଢି ବନ୍ଦ ହୋଇଛି ।କାରବାର ଶେଷରେ ବିଏସ୍‌ଇ ସେନସେକ୍ସ ୧୩୫୯.୫୨ ଅଙ୍କ ବା ୧.୬୩ ପ୍ରତିଶତ ବଢି ୮୪,୫୪୪.୩୧ ସ୍ତରରେ ବନ୍ଦ ହୋଇଛି । ଦିନର କାରବାରରେ ସେନସେକ୍ସ ୮୪,୬୯୪.୪୬ର ନୂଆ ସ୍ତର ଛୁଇଁଥିଲା । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୭୫.୧୫ ଅଙ୍କ ବା ୧.୪୮ ପ୍ରତିଶତ ବଢି ୨୫,୭୯୦.୯୫ ସ୍ତରରେ ବନ୍ଦ ହୋଇଛି ।ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଶୁକ୍ରବାର ବଢି ୪୭୧.୯୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଗୁରୁବାର ୪୬୫.୪୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ଲିଷ୍ଟେଡ୍ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜ

ସପ୍ତାହର ଶେଷ କାରବାରରେ ନିବେଶକଙ୍କୁ ମାଲାମାଲ କଲା ପୁଞ୍ଜି ବଜାର, ଲାଭ ୬.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସପ୍ତାହର ଶେଷ କାରବାର ଦିନ ନୂଆ ଶିଖରରେ ବନ୍ଦ ହୋଇଛି । ସେନସେକ୍ସ ୧୩୬୦ ଅଙ୍କ ବଢିବା ସହ ପ୍ରଥମ ଥର ପାଇଁ ୮୪୦୦୦ ସ୍ତର ଉପରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୨୫,୮୦୦ ସ୍ତର ପାର୍ କରିଛି । ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ବମ୍ପର ଲାଭ ହୋଇଛି । ଗୋଟିଏ ଦିନରେ ନିବେଶକଙ୍କୁ ୬.୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ବିଏସ୍‌ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ରିୟଲ୍ଟି, ଅଟୋ, କ୍ୟାପିଟାଲ ଗୁଡ୍ସ ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି । ବିଏସ୍‌ଇର ସ୍ମଲ୍‌କ୍ୟାପ୍ ଏବଂ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ୧ ପ୍ରତିଶତ ବଢି ବନ୍ଦ ହୋଇଛି ।

କାରବାର ଶେଷରେ ବିଏସ୍‌ଇ ସେନସେକ୍ସ ୧୩୫୯.୫୨ ଅଙ୍କ ବା ୧.୬୩ ପ୍ରତିଶତ ବଢି ୮୪,୫୪୪.୩୧ ସ୍ତରରେ ବନ୍ଦ ହୋଇଛି । ଦିନର କାରବାରରେ ସେନସେକ୍ସ ୮୪,୬୯୪.୪୬ର ନୂଆ ସ୍ତର ଛୁଇଁଥିଲା । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୭୫.୧୫ ଅଙ୍କ ବା ୧.୪୮ ପ୍ରତିଶତ ବଢି ୨୫,୭୯୦.୯୫ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଶୁକ୍ରବାର ବଢି ୪୭୧.୯୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଗୁରୁବାର ୪୬୫.୪୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ଲିଷ୍ଟେଡ୍ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ୬.୫ ଲକ୍ଷ କୋଟି ଟଙ୍କା ବଢିଛି ।