ସଫଳତା ପାଇବା ପରେ ବି ବଦଳିନି ତାଙ୍କ ବ୍ୟକ୍ତିତ୍ୱ, ରୋହିତ ଶର୍ମାଙ୍କ ପ୍ରଶଂସାରେ ଶତମୁଖ ଯୁବରାଜ

ମୁମ୍ବାଇ ୦୭।୦୫ :  ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ର ୨୦୨୪ ସଂସ୍କରଣ । ଏଥିପାଇଁ ଟିମ୍‌ ଇଣ୍ଡିଆ ମଧ୍ୟ ପ୍ରସ୍ତୁତି ଜୋରଦାର କରୁଛି । ଚଳିତ ବର୍ଷ ଏହି ଆଇସିସି ଟ୍ରଫି ହାତେଇବାକୁ ଟାର୍ଗେଟ କରିଛି ଟିମ୍‌ ଇଣ୍ଡିଆ । ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଯୁବରାଜ ସିଂହ । ଯାହାକି ଏବେ ଖୁବ୍‌ ଚର୍ଚ୍ଚା ହେଉଛି । ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଲ୍‌ରାଉଣ୍ଡର କହିଛନ୍ତି ଯେ,  ରୋହିତ ଜଣେ ଭଲ ଖେଳାଳି । ଅଧିନାୟକ ଭାବେ ଖୁବ୍‌ ସଫଳତା ପାଇଛନ୍ତି । ଆଗକୁ ମଧ୍ୟ ଆହୁରି ସଫଳତା ମିଳିଚାଲିବ । ହେଲେ ଯେତେ ସଫଳତା ମିଳିବେ ରୋହିତ ପୂର୍ବ ପରି ହିଁ ରହିବେ । ସେ କେବେବି ସଫଳତା ନିଜ ମୁଣ୍ଡ ଉପରେ ଚଢାନ୍ତିନାହିଁ । ଏହାହିଁ ରୋହିତ ଶର୍ମାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରୁଛି । ତେବେ  ତାଙ୍କ ନେତୃତ୍ୱରେ ଟିମ୍‌ ଭଲ ଖେଳୁଛି । ଏହି ଖେଳ ମଧ୍ୟ ଜାରି ରଖିବ । ଭଲ ଲିଡର ସହ ଜଣେ ଭଲ ସାଙ୍ଗ ମଧ୍ୟ ରୋହିତ । ଯୁବ ଖେଳାଳିଙ୍କ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି । ମୁଁ ତାଙ୍କ ସହିତ ଯେତେବେଳେ ବି ଭେଟେ ଖୁବ୍‌ ସାରା ମସ୍ତି କରିଥାଏ ।  ସୂଚନାଯୋଗ୍ୟ ଯେ,  ରୋହିତ ଶର୍ମା ବର୍ତ୍ତମାନ ଯାଏଁ ୫୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୧୩୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୧୨ । ଟେଷ୍ଟ କ୍ୟାରିୟରରେ ୧୨ଟି ଶତ, ଗୋଟିଏ ଦ୍ୱିଶ

ସଫଳତା ପାଇବା ପରେ ବି ବଦଳିନି ତାଙ୍କ ବ୍ୟକ୍ତିତ୍ୱ, ରୋହିତ ଶର୍ମାଙ୍କ ପ୍ରଶଂସାରେ ଶତମୁଖ ଯୁବରାଜ

ମୁମ୍ବାଇ ୦୭।୦୫ :  ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ର ୨୦୨୪ ସଂସ୍କରଣ । ଏଥିପାଇଁ ଟିମ୍‌ ଇଣ୍ଡିଆ ମଧ୍ୟ ପ୍ରସ୍ତୁତି ଜୋରଦାର କରୁଛି । ଚଳିତ ବର୍ଷ ଏହି ଆଇସିସି ଟ୍ରଫି ହାତେଇବାକୁ ଟାର୍ଗେଟ କରିଛି ଟିମ୍‌ ଇଣ୍ଡିଆ । ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଯୁବରାଜ ସିଂହ । ଯାହାକି ଏବେ ଖୁବ୍‌ ଚର୍ଚ୍ଚା ହେଉଛି । 

ଟିମ୍‌ ଇଣ୍ଡିଆର ଏହି ପୂର୍ବତନ ଅଲ୍‌ରାଉଣ୍ଡର କହିଛନ୍ତି ଯେ,  ରୋହିତ ଜଣେ ଭଲ ଖେଳାଳି । ଅଧିନାୟକ ଭାବେ ଖୁବ୍‌ ସଫଳତା ପାଇଛନ୍ତି । ଆଗକୁ ମଧ୍ୟ ଆହୁରି ସଫଳତା ମିଳିଚାଲିବ । ହେଲେ ଯେତେ ସଫଳତା ମିଳିବେ ରୋହିତ ପୂର୍ବ ପରି ହିଁ ରହିବେ । ସେ କେବେବି ସଫଳତା ନିଜ ମୁଣ୍ଡ ଉପରେ ଚଢାନ୍ତିନାହିଁ । ଏହାହିଁ ରୋହିତ ଶର୍ମାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରୁଛି । ତେବେ  ତାଙ୍କ ନେତୃତ୍ୱରେ ଟିମ୍‌ ଭଲ ଖେଳୁଛି । ଏହି ଖେଳ ମଧ୍ୟ ଜାରି ରଖିବ । ଭଲ ଲିଡର ସହ ଜଣେ ଭଲ ସାଙ୍ଗ ମଧ୍ୟ ରୋହିତ । ଯୁବ ଖେଳାଳିଙ୍କ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି । ମୁଁ ତାଙ୍କ ସହିତ ଯେତେବେଳେ ବି ଭେଟେ ଖୁବ୍‌ ସାରା ମସ୍ତି କରିଥାଏ ।  

ସୂଚନାଯୋଗ୍ୟ ଯେ,  ରୋହିତ ଶର୍ମା ବର୍ତ୍ତମାନ ଯାଏଁ ୫୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୧୩୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୧୨ । ଟେଷ୍ଟ କ୍ୟାରିୟରରେ ୧୨ଟି ଶତ, ଗୋଟିଏ ଦ୍ୱିଶତକ ଏବଂ ୧୭ଟି ଅର୍ଦ୍ଧଶତକ ରହିଛି । 

୨୬୨ଟି ଦିନିକିଆ ମ୍ୟାଚ୍‌ ଖେଳି ରୋହିତ ଶର୍ମା ୧୦୭୦୯ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଭାବେ ୨୬୪ ସର୍ବାଧିକ ସ୍କୋର ରହିଛି । ଦିନିକିଆ କ୍ୟାରିୟରରେ ରୋହିତ ୩୧ଟି ଶତକ, ୫୫ଟି ଅର୍ଦ୍ଧଶକ ରହିଥିବା ବେଳେ ୩ ଦ୍ୱିଶତକ ରହିଛି । ରୋହିତ ଶର୍ମା ବିଶ୍ୱର ଜଣେ ବ୍ୟାଟସମ୍ୟାନ୍‌ ଯିଏ ୩ ଥର ଦ୍ୱିଶତକ ହାସଲ କରିଥିବା ବ୍ୟାଟର । 

ବର୍ତ୍ତମାନ ଯାଏଁ ରୋହିତ ଶର୍ମା ୧୫୧ଟି ଟି-ମ୍ୟାଚ୍‌ ଖେଳି ୩୯୭୪ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୧୨୧ ତାଙ୍କର ସର୍ବାଧିକ ସ୍କୋର ରହିଛି । ସେହିପରି ଆଇପିଏଲ୍‌ କ୍ୟାରିୟରରେ ରୋହିତ ଶର୍ମା ୨୫୫ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୬୫୪୧ ରନ୍‌ ସଂଗ୍ରହ କରିଛନ୍ତି । ଆଇପିଏଲ୍‌ କ୍ୟାରିୟରରେ ରୋହିତଙ୍କର ଗୋଟିଏ ଶତକ ରହିଥିବା ବେଳେ ୪୨ଟି ଅର୍ଦ୍ଧଶତକ ରହିଛି । ୧୦୯ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।