ସଫଳତାର ରାଜ୍ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ
ପ୍ୟାରିସ୍,୨୮ା୭: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା […] The post ସଫଳତାର ରାଜ୍ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ appeared first on Dharitri Odia News.
ପ୍ୟାରିସ୍,୨୮ା୭: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଗୀତାର ଶ୍ଳୋକ କର୍ମ କରିଚାଲ ଫଳକୁ ଆଶା ରଖ ନାହିଁ, ଏହାକୁ ହିଁ ସେ ସର୍ବଦା ମନରେ ରଖିଥିଲେ ବୋଲି ମଧ୍ୟ କହିଛନ୍ତି। ଏହା ସହିତ ଭେଟେରାନ୍ ଶୁଟର ତଥା କୋଚ୍ ଯଶପାଲ ରାଣାଙ୍କ ଉପସ୍ଥିତି ତାଙ୍କ ମନୋବଳକୁ ଆହୁରି ଦୃଢ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି।
The post ସଫଳତାର ରାଜ୍ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ appeared first on Dharitri Odia News.