ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ସମାଧାନ ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ
ଆନନ୍ଦପୁର ୨୦/୦୩: ଏଠି ପ୍ରତିବାଦ କରି ଆନ୍ଦୋଳନକୁ ନଓହ୍ଲାଇଲେ ମିଳେନାହିଁ ଦରମା । ଏଥିସହ କର୍ମଚାରୀଙ୍କ ପିଏଫ ଓ ଇଏସଆଇ ଦାଖଲରେ ମଧ୍ୟ ଟାଳଟୁଳ ନିତି ଆପଣେଇଛି ଠିକା ସଂସ୍ଥା । ସଫେଇ ପାଇଁ ଆବଶ୍ୟକୀୟ ଉପକରଣ ଠିକ୍ ସମୟରେ ଯୋଗା ଯାଉନାହିଁ । ଏଭଳି ଅନେକ ଅଭିଯୋଗ ନେଇ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଆଉଟସୋର୍ସିଂ ଠିକା ସଫେଇ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ୍ କରି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯାଳୟ ସାମ୍ନାରେ ଧରଣାରେ ବସିଛନ୍ତି । ଦାୟିତ୍ୱରେ ଥିବା ଏଲ୍. ଏନ୍. କେ ନାମକ ଠିକାସଂସ୍ଥାର ଏଭଳି ମନମାନି ବିରୋଧରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହିର ସମାଧାନ ହୋଇପାରି ନଥିବା କହିଛନ୍ତି କର୍ମଚାରୀ । ଅନ୍ୟପଟେ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କଲେ ଚାକିରିରୁ ଛଟେଇ କରିଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ଧମକ ଦେଉଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀଙ୍କ ଙ୍କ କାର୍ଯ୍ୟବନ୍ଦ ଯୋଗୁଁ ମେଡିକାଲ ପରିଷରର ପରିମଳ ବ୍ୟବସ୍ଥା ବିଗିଡବା ଆଶଙ୍କା ରହିଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥାର କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଆନନ୍ଦପୁର ୨୦/୦୩: ଏଠି ପ୍ରତିବାଦ କରି ଆନ୍ଦୋଳନକୁ ନଓହ୍ଲାଇଲେ ମିଳେନାହିଁ ଦରମା । ଏଥିସହ କର୍ମଚାରୀଙ୍କ ପିଏଫ ଓ ଇଏସଆଇ ଦାଖଲରେ ମଧ୍ୟ ଟାଳଟୁଳ ନିତି ଆପଣେଇଛି ଠିକା ସଂସ୍ଥା । ସଫେଇ ପାଇଁ ଆବଶ୍ୟକୀୟ ଉପକରଣ ଠିକ୍ ସମୟରେ ଯୋଗା ଯାଉନାହିଁ । ଏଭଳି ଅନେକ ଅଭିଯୋଗ ନେଇ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଆଉଟସୋର୍ସିଂ ଠିକା ସଫେଇ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ୍ କରି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯାଳୟ ସାମ୍ନାରେ ଧରଣାରେ ବସିଛନ୍ତି ।
ଦାୟିତ୍ୱରେ ଥିବା ଏଲ୍. ଏନ୍. କେ ନାମକ ଠିକାସଂସ୍ଥାର ଏଭଳି ମନମାନି ବିରୋଧରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହିର ସମାଧାନ ହୋଇପାରି ନଥିବା କହିଛନ୍ତି କର୍ମଚାରୀ ।
ଅନ୍ୟପଟେ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କଲେ ଚାକିରିରୁ ଛଟେଇ କରିଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ଧମକ ଦେଉଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀଙ୍କ ଙ୍କ କାର୍ଯ୍ୟବନ୍ଦ ଯୋଗୁଁ ମେଡିକାଲ ପରିଷରର ପରିମଳ ବ୍ୟବସ୍ଥା ବିଗିଡବା ଆଶଙ୍କା ରହିଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥାର କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ ।