ସବୁ ପଦପଦବୀରେ ଭାରତୀୟଙ୍କ ଆଧିପତ୍ୟ, ନିଜ ଦେଶରେ ବେକାର ବୁଲୁଛନ୍ତି ଆମେରିକୀୟ: ରିପୋର୍ଟ

ନୂଆଦିଲ୍ଲୀ ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଜଗାର ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକୀୟ ଆଶା କରୁଛନ୍ତି ନୂଆ ସରକାର ଦେଶରେ ବଢୁଥିବା ମୁଦ୍ରାସ୍ପିତି ଓ ବେକାରୀ ନିୟନ୍ତ୍ରଣ କରିବେ। ତେବେ ନିର୍ବାଚନ ପୂର୍ବରୁ ଏପରି କେତେକ ରିପୋର୍ଟ ଆସିଛି ଯେଉଁଥିରେ ଆମେରିକାରେ ବସବାସ କରୁଥିବା ମୂଳ ବିଦେଶୀ ଲୋକଙ୍କ ଯୋଗୁ ଆମେରିକୀୟଙ୍କୁ ନିଯୁକ୍ତି ମିଳୁ ନାହିଁ। କିଛି ଟ୍ରମ୍ପ ସମର୍ଥକ ଅର୍ଥଶାସ୍ତ୍ରୀ ଓ ଏମଏଜିଏ ମିଡିଆ ଶ୍ରମ ପରିସଂଖ୍ୟାନ ବ୍ୟୁରୋଙ୍କ ତଥ୍ୟର ଉଦାହରଣ ଦେଇ ବିଦେଶୀ ଲୋକେ ଆମେରିକାର ଅଧିକାଂଶ ନିଯୁକ୍ତି ଛଡାଉଥିବା ଅଭିଯୋଗ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ଗତବର୍ଷ ୮ ଲକ୍ଷ ଆମେରିକୀୟ ନିଯୁକ୍ତି ହରାଇଥିଲେ। ଅପରପକ୍ଷରେ ଏହି ସମୟରେ ୧୦ ଲକ୍ଷ ବିଦେଶୀ ଶ୍ରମିକଙ୍କୁ ଦେଶରେ ନିଯୁକ୍ତି ମିଳିଥିଲା। ଆମେରିକୀୟ ଶ୍ରମ ବଜାର ବିଦେଶୀ ନାଗରିକ ଓ ସରକାରୀ ବ୍ୟୁରୋକ୍ରାଟରେ ଭରି ରହିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଅନେକ ସଂସ୍ଥା ଅମେରିକୀୟଙ୍କ ସ୍ଥାନରେ ବିଦେଶୀଙ୍କୁ ନିଯୁକ୍ତି  ଦେବାକୁ ପସନ୍ଦ କରୁଛନ୍ତି। ଦେଶରେ କରୋନା ମହାମାରୀ ପରେ ମାତ୍ର ଅଳ୍ପ କିଛି ଆମେରିକୀୟଙ୍କୁ ନିଯୁକ୍ତି ମିଳିଛି। ବ୍ରେଇଟବାର୍ଟ ରିପୋର୍ଟ ଅନୁସାରେ ବହୁ ପରିମାଣରେ ବିଦେଶୀ ଲୋକେ ଆମେରିକାକୁ ଅବୈଧ ଅନୁପ୍ରବେଶ କରୁଛନ୍ତି। ସେମାନେ ମୂଳ ଆମେରିକୀୟଙ୍କ ନିଯୁକ୍ତି ଛଡାଉଛନ୍ତି ଓ ଆଗକୁ ମଧ୍ୟ ଏହାଜାରି ରହିବ।

ସବୁ ପଦପଦବୀରେ ଭାରତୀୟଙ୍କ ଆଧିପତ୍ୟ, ନିଜ ଦେଶରେ ବେକାର ବୁଲୁଛନ୍ତି ଆମେରିକୀୟ: ରିପୋର୍ଟ

ନୂଆଦିଲ୍ଲୀ ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଜଗାର ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକୀୟ ଆଶା କରୁଛନ୍ତି ନୂଆ ସରକାର ଦେଶରେ ବଢୁଥିବା ମୁଦ୍ରାସ୍ପିତି ଓ ବେକାରୀ ନିୟନ୍ତ୍ରଣ କରିବେ। ତେବେ ନିର୍ବାଚନ ପୂର୍ବରୁ ଏପରି କେତେକ ରିପୋର୍ଟ ଆସିଛି ଯେଉଁଥିରେ ଆମେରିକାରେ ବସବାସ କରୁଥିବା ମୂଳ ବିଦେଶୀ ଲୋକଙ୍କ ଯୋଗୁ ଆମେରିକୀୟଙ୍କୁ ନିଯୁକ୍ତି ମିଳୁ ନାହିଁ। କିଛି ଟ୍ରମ୍ପ ସମର୍ଥକ ଅର୍ଥଶାସ୍ତ୍ରୀ ଓ ଏମଏଜିଏ ମିଡିଆ ଶ୍ରମ ପରିସଂଖ୍ୟାନ ବ୍ୟୁରୋଙ୍କ ତଥ୍ୟର ଉଦାହରଣ ଦେଇ ବିଦେଶୀ ଲୋକେ ଆମେରିକାର ଅଧିକାଂଶ ନିଯୁକ୍ତି ଛଡାଉଥିବା ଅଭିଯୋଗ କରିଛନ୍ତି। 

ରିପୋର୍ଟରେ ଦାବି କରାଯାଇଛି ଯେ ଗତବର୍ଷ ୮ ଲକ୍ଷ ଆମେରିକୀୟ ନିଯୁକ୍ତି ହରାଇଥିଲେ। ଅପରପକ୍ଷରେ ଏହି ସମୟରେ ୧୦ ଲକ୍ଷ ବିଦେଶୀ ଶ୍ରମିକଙ୍କୁ ଦେଶରେ ନିଯୁକ୍ତି ମିଳିଥିଲା। ଆମେରିକୀୟ ଶ୍ରମ ବଜାର ବିଦେଶୀ ନାଗରିକ ଓ ସରକାରୀ ବ୍ୟୁରୋକ୍ରାଟରେ ଭରି ରହିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଅନେକ ସଂସ୍ଥା ଅମେରିକୀୟଙ୍କ ସ୍ଥାନରେ ବିଦେଶୀଙ୍କୁ ନିଯୁକ୍ତି  ଦେବାକୁ ପସନ୍ଦ କରୁଛନ୍ତି। ଦେଶରେ କରୋନା ମହାମାରୀ ପରେ ମାତ୍ର ଅଳ୍ପ କିଛି ଆମେରିକୀୟଙ୍କୁ ନିଯୁକ୍ତି ମିଳିଛି। 

ବ୍ରେଇଟବାର୍ଟ ରିପୋର୍ଟ ଅନୁସାରେ ବହୁ ପରିମାଣରେ ବିଦେଶୀ ଲୋକେ ଆମେରିକାକୁ ଅବୈଧ ଅନୁପ୍ରବେଶ କରୁଛନ୍ତି। ସେମାନେ ମୂଳ ଆମେରିକୀୟଙ୍କ ନିଯୁକ୍ତି ଛଡାଉଛନ୍ତି ଓ ଆଗକୁ ମଧ୍ୟ ଏହାଜାରି ରହିବ। ପ୍ୟୁ ରିସର୍ଚ ସେଣ୍ଟର ରିପୋର୍ଟଅନୁସାରେ ୨୦୨୨ ମସିହା ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଅବୈଧ ଅପ୍ରବାସୀ ଆମେରିକୀୟ ନିଯୁକ୍ତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି।