ସବୁ ଶକ୍ତି ଲଗାଅ; ଜାମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଘଟଣାରେ ପିଏମ୍ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଜାମ୍ମୁ କାଶ୍ମୀର କ୍ଷେତ୍ରରେ ଗତ କିଛି ଦିନରେ ଅନେକ ଆତଙ୍କୀ ଆକ୍ରମଣ ଘଟଣା ସାମନାକୁ ଆସିଛି । ଗତ ଚାରି ଦିନରେ ରିୟାସୀ, କଠୁଆ ଏବଂ ଡୋଡ଼ା ଜିଲ୍ଲାରେ ଚାଲି ସ୍ଥାନରେ ଆତଙ୍କୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଏବଂ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ସାତ ଜଣ ସୁରକ୍ଷାକର୍ମୀ ଏବଂ ଅନ୍ୟମାନେ ଆହତ ହୋଇଥିଲେ । ଗୁରୁବାର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଜାମ୍ମୁ କାଶ୍ମୀରରେ ସୁରକ୍ଷା ସମ୍ୱନ୍ଧିତ ସ୍ଥିତି ବାବାଦରେ ଅବଗତ କରାଯାଇଥିଲା । ବୈଠକରେ ପିଏମ୍ ମୋଦୀ ସ୍ପଷ୍ଟ ଆଭିମୁଖ୍ୟ ସହ ବରିଷ୍ଠ ଅଧିକାରୀଙ୍କୁ ଆତଙ୍କବାଦ ବିରୋଧୀ କ୍ଷମତାର ପୂର୍ଣ୍ଣ ବ୍ୟବହାର ପାଇଁ କହିଛନ୍ତି । ସୁରକ୍ଷାକର୍ମୀଙ୍କ ମୁତୟନ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ବାବଦରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ମଧ୍ୟ କଥା ହୋଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ କଠୁଆରେ ସୁରକ୍ଷା ବଳ ଦୁଇ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହାସହ ବିପୁଳ ପରିମାଣରେ ହତିଆର ଏବଂ ଗୋଳାବାରୁଦ ଜବତ କରିଥିଲେ । ଅଧିକାରୀଙ୍କ ଅନୁସାରେ ସେନା, ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ଡୋଡ଼ା ଜିଲ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଜାମ୍ମୁ କାଶ୍ମୀର କ୍ଷେତ୍ରରେ ଗତ କିଛି ଦିନରେ ଅନେକ ଆତଙ୍କୀ ଆକ୍ରମଣ ଘଟଣା ସାମନାକୁ ଆସିଛି । ଗତ ଚାରି ଦିନରେ ରିୟାସୀ, କଠୁଆ ଏବଂ ଡୋଡ଼ା ଜିଲ୍ଲାରେ ଚାଲି ସ୍ଥାନରେ ଆତଙ୍କୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଏବଂ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ସାତ ଜଣ ସୁରକ୍ଷାକର୍ମୀ ଏବଂ ଅନ୍ୟମାନେ ଆହତ ହୋଇଥିଲେ । ଗୁରୁବାର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଜାମ୍ମୁ କାଶ୍ମୀରରେ ସୁରକ୍ଷା ସମ୍ୱନ୍ଧିତ ସ୍ଥିତି ବାବାଦରେ ଅବଗତ କରାଯାଇଥିଲା ।
ବୈଠକରେ ପିଏମ୍ ମୋଦୀ ସ୍ପଷ୍ଟ ଆଭିମୁଖ୍ୟ ସହ ବରିଷ୍ଠ ଅଧିକାରୀଙ୍କୁ ଆତଙ୍କବାଦ ବିରୋଧୀ କ୍ଷମତାର ପୂର୍ଣ୍ଣ ବ୍ୟବହାର ପାଇଁ କହିଛନ୍ତି । ସୁରକ୍ଷାକର୍ମୀଙ୍କ ମୁତୟନ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ବାବଦରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ମଧ୍ୟ କଥା ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କଠୁଆରେ ସୁରକ୍ଷା ବଳ ଦୁଇ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହାସହ ବିପୁଳ ପରିମାଣରେ ହତିଆର ଏବଂ ଗୋଳାବାରୁଦ ଜବତ କରିଥିଲେ । ଅଧିକାରୀଙ୍କ ଅନୁସାରେ ସେନା, ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ଡୋଡ଼ା ଜିଲ୍ଲାରେ ଗଣ୍ଡୋହର କୋଟା ଟପ୍, ଚଟ୍ଟାଗଲ୍ଲା ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ବୁଧବାର ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିୟମ ବେଳେ ଦୁଇ ପୋଲିସକର୍ମୀଙ୍କ ସହ ସାତ ଜଣ ସୁରକ୍ଷାକର୍ମ ଆହତ ହୋଇଥିଲେ ।