‘ସବୁକିଛି ବରବାଦ୍ ହୋଇଗଲା’…ଲଜ୍ୟାଜନକ ପରାଜୟ ପରେ ଭାବୁକ ହେଲେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଥିବା ପାକିସ୍ତାନ ଟିମ୍ ବିଦା ହୋଇଛି । ଗ୍ରୁପ ଷ୍ଟେଜ ମ୍ୟାଚରେ ୩ଟି ଖେଳି କୌଣସି ଗୋଟିଏ ମଧ୍ୟ ଜିତିନାହିଁ । ପାକିସ୍ତାନ ଟିମ କୌଣସି ମ୍ୟାଚ ନ ଜିତି ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ବେଳେ ଅନ୍ୟ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ପାକିସ୍ତାନ ଏଭଳି ବିଦା ହେବା ପରେ ଟିମର ଅଧିନାୟକ ମହମ୍ମଦ ରିଜୱାନ ଶୋକରେ […] The post ‘ସବୁକିଛି ବରବାଦ୍ ହୋଇଗଲା’…ଲଜ୍ୟାଜନକ ପରାଜୟ ପରେ ଭାବୁକ ହେଲେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ appeared first on KNews Odisha.

‘ସବୁକିଛି ବରବାଦ୍ ହୋଇଗଲା’…ଲଜ୍ୟାଜନକ ପରାଜୟ ପରେ ଭାବୁକ ହେଲେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ
rizwan

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଥିବା ପାକିସ୍ତାନ ଟିମ୍ ବିଦା ହୋଇଛି । ଗ୍ରୁପ ଷ୍ଟେଜ ମ୍ୟାଚରେ ୩ଟି ଖେଳି କୌଣସି ଗୋଟିଏ ମଧ୍ୟ ଜିତିନାହିଁ । ପାକିସ୍ତାନ ଟିମ କୌଣସି ମ୍ୟାଚ ନ ଜିତି ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ବେଳେ ଅନ୍ୟ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ପାକିସ୍ତାନ ଏଭଳି ବିଦା ହେବା ପରେ ଟିମର ଅଧିନାୟକ ମହମ୍ମଦ ରିଜୱାନ ଶୋକରେ ବୁଡ଼ିଛନ୍ତି ।

ସେ ଦୁଃଖରେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ପାର୍ଇ ଆମ ଟିମ୍ ପ୍ରସ୍ତୁତ ହେଉଥିବା ବେଳେ ପ୍ରମୁଖ ଖେଳାଳି ଆହତ ହୋଇଯାଇଥିଲେ । ଫଳରେ ଟିମକୁ ବଡ଼ ଝଟକା ଲାଗିଥିଲା । ଏବେ ସବୁକିଛି ବରବାଦ୍ ହୋଇଯାଇଛି ।

ବାଂଲାଦେଶ ସହିତ ମ୍ୟାଚ ରଦ୍ଦ ହେବା ପରେ ରିଜୱାନ କହିଛନ୍ତି, ଅଧିନାୟକ ଭାବେ ଆପଣ କିଛି କରିପାରିବେ ନାହିଁ କେବଳ ଆଗକୁ ବଢିବେ । ଅଧିନାୟକ ଭାବେ ମୋ ସହିତ ଟିମ୍ ପ୍ରସ୍ତୁତ ହେଉଥିବା ବେଳେ ଖେଳାଳି ଆହତ ହୋଇ ସବୁକିଛି ବରବାଦ୍ କରିଦେଇଛନ୍ତି । ଆଶା କରୁଛି, ଯେଉଁ ଭୁଲ ଆମେ ଏହି ଟୁର୍ଣ୍ଣାମେଣ୍ଟରେ କରିଛୁ, ସେଥିରେ ସୁଧାର ଆଣିବୁ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ଯେଉଁ ଭୁଲ୍ କରିଥିଲୁ, ତା ଆଉ ଆଗକୁ କରିବୁ ନାହି । ଆମେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲୁ, କିନ୍ତୁ ସେମିତି କିଛି ହେଲାନାହିଁ । ଆମେ ସମସ୍ତଙ୍କୁ ନିରାଶ କରିଛୁ ଏବଂ ଏଥିପାଇଁ ଦୁଃଖିତ ଅନୁଭବ କରୁଛୁ ।

ଆମ ଟିମର ଯେଉଁ ଖେଳାଳି ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ, ସେମାନେ ଆହତ ହୋଇଛନ୍ତି । ଏହା ଆମ ପାଇଁ ବଡ଼ କ୍ଷତି ।

ସୂଚନାଯୋଗ୍ୟ, ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆରମ୍ଭ ୧୯ ଫେବୃଆରୀରୁ ହୋଇଥିଲା । ଓପନିଂ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ହୋଇଥିଲା । ଏହି ମ୍ୟାଚରେ ପାକିସ୍ତାନ ଟିମ୍ ୬୦ ରନରେ ହାରିଥିଲା । ସେହିପରି ଭାରତ ସହିତ ୨୩ ଫେବୃଆରୀରେ ଖେଳାଯାଇଥିବା ମ୍ୟାଚକୁ ମଧ୍ୟ ୬ ୱିକେଟ ହାରିଥିଲା । ଏଥିପାଇଁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ ସୁଦ୍ଧା ମାତ୍ର ୫ ଦିନରେ ୨ଟି ମ୍ୟାଚ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ।

Also Read : ବର୍ଷା ଯୋଗୁଁ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ବାତିଲ, ଚାମ୍ପିଅନ୍ସ ଟ୍ରଫିରୁ ଦୁଇଟି ଯାକ ଟିମ୍ ବିଦା

The post ‘ସବୁକିଛି ବରବାଦ୍ ହୋଇଗଲା’…ଲଜ୍ୟାଜନକ ପରାଜୟ ପରେ ଭାବୁକ ହେଲେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ appeared first on KNews Odisha.