ସବୁଠାରୁ ଦାମୀ କାର୍ ମଧ୍ୟରେ ଅଛି ରୋଲ୍ସ ରଏସ ବୋଟ୍,କଣ ରହିଛି ଏହାର ବିଶେଷତ୍ବ ?
ନୂଆଦିଲ୍ଲୀ ୨୩/୭: ଦୁନିଆର ସବୁଠାରୁ ଦାମୀ କାର୍ ମଧ୍ୟରେ ଅଛି ରୋଲ୍ସ ରଏସ ବୋଟ୍ । ଯାହାର ମୂଲ୍ୟ ପ୍ରାୟ ୨୩୪ କୋଟି । ଏହି କାର୍ ଚଢିବାକୁ ଅନେକ ସ୍ବପ୍ନ ଦେଖୁଥିବାବେଳେ ବିଶ୍ବର ୩ ଜଣଙ୍କ ପାଖରେ ଏହି କାର୍ ରହିଛି । ଆପଣ ଭାବୁଥିବେ ଭାରତର ଧନୀ ବ୍ୟକ୍ତି ଭାବେ ଜଣାଶୁଣା ମୁକେଶ ଅମ୍ବାନି,ରତନ ଟାଟା ଓ ଗୌତମ ଆଦାନିଙ୍କ ପାଖରେ ଏହି ଲଗଜୁରିଅସ କାର ନିଶ୍ଚୟ ଥିବ । ହେଲେ ସେମାନଙ୍କ ପାଖରେ ଏହି କାର ନାହିଁ । ରୋଲ୍ସ ରଏସ ବୋଟ୍ ଚଢୁଥିବା ୩ ଜଣ ଧନୀ ବ୍ୟକ୍ତି ହେଉଛନ୍ତି ରାପର ଜୟ ଜେ ଓ ତାଙ୍କ ପତ୍ନୀ ପପ ଆଇକନ ବିୟୋନ୍ସ, ଆର୍ଜେଣ୍ଟିନାର ଫୁଟବଲର୍ ମାଉର ଇକାର୍ଡି,ଅନ୍ୟ ଜଣଙ୍କ ନାଁ ଗୋପନ ରଖାଯାଇଛି । ୟୁନିକ ଷ୍ଟାଇଲ ପାଇଁ କାରର ଚାହିଦା ଢେର । ମାର୍କେଟକୁ ଖୁବ କମ ଆସିଥିବା ରୋଲ୍ସ ରଏସ ବୋଟ୍ ଟ୍ବିନ ଟର୍ବୋ ୬.୭ ଲିଟର V12 ଇଞ୍ଜିନ ଦ୍ବାରା ଚାଲିଥାଏ ଯାହା ଫାଣ୍ଟମକୁ ମଧ୍ୟ ଶକ୍ତି ଦେଇଥାଏ । ୪ ସିଟ୍ ବିଶିଷ୍ଟ ରୋଲ୍ସ ରଏସ ବୋଟ୍ ର ପଛପଟେ ଅତିରିକ୍ତ ସୁବିଧା ପାଇଁ ଟେବୁଲ ସହ ଏକ ଟେଲିସ୍କୋପିକ ଛତା ରହିଛି । ଯାହା ଖୋଲାରେ ଡାଇନିଂ ଟେବୁଲରେ ବସି ଖାଇବାର ଅନୁଭବ ଦେଇଥାଏ । କାରରେ ୨ଟି ରେଫ୍ରିଜେରେଟର ମଧ୍ୟ ରହିଛି । ଯେଉଁଠିରୁ ଗୋଟିଏରେ ସାମ୍ପେନ ଷ୍ଟୋର କରି ରଖିବାର ବ୍ୟବସ୍ଥା ହୋଇଛି । ସବୁଠାରୁ କୌତୁହଳର ବିଷୟ ହେଉଛି ରୋଲ୍ସ ରଏସ ବୋଟ୍ ତିଆରି କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିଲା । ୧୮୧୩ଟି ପାର୍ଟକୁ ମ
ନୂଆଦିଲ୍ଲୀ ୨୩/୭: ଦୁନିଆର ସବୁଠାରୁ ଦାମୀ କାର୍ ମଧ୍ୟରେ ଅଛି ରୋଲ୍ସ ରଏସ ବୋଟ୍ । ଯାହାର ମୂଲ୍ୟ ପ୍ରାୟ ୨୩୪ କୋଟି । ଏହି କାର୍ ଚଢିବାକୁ ଅନେକ ସ୍ବପ୍ନ ଦେଖୁଥିବାବେଳେ ବିଶ୍ବର ୩ ଜଣଙ୍କ ପାଖରେ ଏହି କାର୍ ରହିଛି । ଆପଣ ଭାବୁଥିବେ ଭାରତର ଧନୀ ବ୍ୟକ୍ତି ଭାବେ ଜଣାଶୁଣା ମୁକେଶ ଅମ୍ବାନି,ରତନ ଟାଟା ଓ ଗୌତମ ଆଦାନିଙ୍କ ପାଖରେ ଏହି ଲଗଜୁରିଅସ କାର ନିଶ୍ଚୟ ଥିବ । ହେଲେ ସେମାନଙ୍କ ପାଖରେ ଏହି କାର ନାହିଁ । ରୋଲ୍ସ ରଏସ ବୋଟ୍ ଚଢୁଥିବା ୩ ଜଣ ଧନୀ ବ୍ୟକ୍ତି ହେଉଛନ୍ତି ରାପର ଜୟ ଜେ ଓ ତାଙ୍କ ପତ୍ନୀ ପପ ଆଇକନ ବିୟୋନ୍ସ, ଆର୍ଜେଣ୍ଟିନାର ଫୁଟବଲର୍ ମାଉର ଇକାର୍ଡି,ଅନ୍ୟ ଜଣଙ୍କ ନାଁ ଗୋପନ ରଖାଯାଇଛି ।
ୟୁନିକ ଷ୍ଟାଇଲ ପାଇଁ କାରର ଚାହିଦା ଢେର । ମାର୍କେଟକୁ ଖୁବ କମ ଆସିଥିବା ରୋଲ୍ସ ରଏସ ବୋଟ୍ ଟ୍ବିନ ଟର୍ବୋ ୬.୭ ଲିଟର V12 ଇଞ୍ଜିନ ଦ୍ବାରା ଚାଲିଥାଏ ଯାହା ଫାଣ୍ଟମକୁ ମଧ୍ୟ ଶକ୍ତି ଦେଇଥାଏ । ୪ ସିଟ୍ ବିଶିଷ୍ଟ ରୋଲ୍ସ ରଏସ ବୋଟ୍ ର ପଛପଟେ ଅତିରିକ୍ତ ସୁବିଧା ପାଇଁ ଟେବୁଲ ସହ ଏକ ଟେଲିସ୍କୋପିକ ଛତା ରହିଛି । ଯାହା ଖୋଲାରେ ଡାଇନିଂ ଟେବୁଲରେ ବସି ଖାଇବାର ଅନୁଭବ ଦେଇଥାଏ । କାରରେ ୨ଟି ରେଫ୍ରିଜେରେଟର ମଧ୍ୟ ରହିଛି । ଯେଉଁଠିରୁ ଗୋଟିଏରେ ସାମ୍ପେନ ଷ୍ଟୋର କରି ରଖିବାର ବ୍ୟବସ୍ଥା ହୋଇଛି । ସବୁଠାରୁ କୌତୁହଳର ବିଷୟ ହେଉଛି ରୋଲ୍ସ ରଏସ ବୋଟ୍ ତିଆରି କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିଲା । ୧୮୧୩ଟି ପାର୍ଟକୁ ମିଶାଇ ଏହା ତିଆରି ହୋଇଛି ।