ସବୁଠାରୁ ବଡ ଦାନବୀର; ଜାଣନ୍ତୁ ଦେଶକୁ କେତେ ଦାନ କରନ୍ତି ରତନ ଟାଟା ?

ନୂଆଦିଲ୍ଲୀ ୧୦।୧୦: ଅମୂଲ୍ୟ ରତ୍ନ ହରାଇଲା ଭାରତ । ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ସେ ଦେଶ ପାଇଁ ବହୁତ ପରୋପକାର କରିଛନ୍ତି । ଆସନ୍ତୁ ଜାଣିବା ଭାରତ ରତ୍ନ ଦେଶ ପାଇଁ କେତେ କରୁଥିଲେ ଦାନ ? ଜାମସେଦ ଟାଟାଙ୍କ ପରେ ରତନ ଟାଟା ସବୁଠାରୁ ବଡ ଦାନବୀରଙ୍କ ମଧ୍ୟରୁ ଜଣେ । ଟାଟା ଗ୍ରୁପ୍‌ର ନେତୃତ୍ୱରେ ଭାରତରେ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷାର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି । ଜାମସେଦଜୀଙ୍କ ପରେ ରତନ ଟାଟା ମଧ୍ୟ ଦାନ କରିବାରେ ପଛରେ ନଥିଲେ । ଗତବର୍ଷ ମାର୍ଚ୍ଚରେ ଟାଟା ଗ୍ରୁପ୍ କରୋନା ସହିତ ଲଢିବା ପାଇଁ ୧୫୦୦ କୋଟି ଟଙ୍କା ଦାନ କରିଥିଲା । ଯାହା ଭାରତୀୟ ବ୍ୟବସାୟିକ ପରିବାର ଦ୍ବାରା କରାଯାଇଥିବା ସବୁଠାରୁ ବଡ ଦାନ । IIFL ଓ୍ବେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ଅନୁଯାୟୀ ୨୦୨୨ରେ ରତନ ଟାଟାଙ୍କ ମୋଟ ସମ୍ପତ୍ତି ୩୮୦୦କୋଟି ଟଙ୍କା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରୋଜଗାରର ୬୬ ପ୍ରତିଶତ ଦାନ କରିଥାନ୍ତି । ରତନ ଟାଟା ତାଙ୍କ ରୋଜଗାରର ୬୦-୭୦% ଦାନ କରିଛନ୍ତି । ରତନ ଟାଟା ଅନେକ ସମୟରେ ଅସହାୟ ଲୋକଙ୍କୁ ଦାନ କରି ମାନବିକତା ଦେଖାଇଛନ୍ତି । ୨୦୧୪ରେ  ଆଇଆଇଟି ବମ୍ବେରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ୯୫ କୋଟି ଟଙ୍କା ଦାନ କରିଥିଲେ ।  ସେ କୋରେଲ ବିଶ୍ୱବିଦ୍ୟାଳୟକୁ 

ସବୁଠାରୁ ବଡ ଦାନବୀର; ଜାଣନ୍ତୁ ଦେଶକୁ କେତେ ଦାନ କରନ୍ତି ରତନ ଟାଟା ?

ନୂଆଦିଲ୍ଲୀ ୧୦।୧୦: ଅମୂଲ୍ୟ ରତ୍ନ ହରାଇଲା ଭାରତ । ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ସେ ଦେଶ ପାଇଁ ବହୁତ ପରୋପକାର କରିଛନ୍ତି । ଆସନ୍ତୁ ଜାଣିବା ଭାରତ ରତ୍ନ ଦେଶ ପାଇଁ କେତେ କରୁଥିଲେ ଦାନ ? 

ଜାମସେଦ ଟାଟାଙ୍କ ପରେ ରତନ ଟାଟା ସବୁଠାରୁ ବଡ ଦାନବୀରଙ୍କ ମଧ୍ୟରୁ ଜଣେ । ଟାଟା ଗ୍ରୁପ୍‌ର ନେତୃତ୍ୱରେ ଭାରତରେ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷାର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି । ଜାମସେଦଜୀଙ୍କ ପରେ ରତନ ଟାଟା ମଧ୍ୟ ଦାନ କରିବାରେ ପଛରେ ନଥିଲେ । 

ଗତବର୍ଷ ମାର୍ଚ୍ଚରେ ଟାଟା ଗ୍ରୁପ୍ କରୋନା ସହିତ ଲଢିବା ପାଇଁ ୧୫୦୦ କୋଟି ଟଙ୍କା ଦାନ କରିଥିଲା । ଯାହା ଭାରତୀୟ ବ୍ୟବସାୟିକ ପରିବାର ଦ୍ବାରା କରାଯାଇଥିବା ସବୁଠାରୁ ବଡ ଦାନ । IIFL ଓ୍ବେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ଅନୁଯାୟୀ ୨୦୨୨ରେ ରତନ ଟାଟାଙ୍କ ମୋଟ ସମ୍ପତ୍ତି ୩୮୦୦କୋଟି ଟଙ୍କା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରୋଜଗାରର ୬୬ ପ୍ରତିଶତ ଦାନ କରିଥାନ୍ତି । 

ରତନ ଟାଟା ତାଙ୍କ ରୋଜଗାରର ୬୦-୭୦% ଦାନ କରିଛନ୍ତି । ରତନ ଟାଟା ଅନେକ ସମୟରେ ଅସହାୟ ଲୋକଙ୍କୁ ଦାନ କରି ମାନବିକତା ଦେଖାଇଛନ୍ତି । ୨୦୧୪ରେ  ଆଇଆଇଟି ବମ୍ବେରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ୯୫ କୋଟି ଟଙ୍କା ଦାନ କରିଥିଲେ ।  ସେ କୋରେଲ ବିଶ୍ୱବିଦ୍ୟାଳୟକୁ ମଧ୍ୟ ୨୮ ମିଲିୟନ୍‌ ଡଲାର ଦାନ କରିଥିଲେ।