ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ
କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମ ପାଳିତ ହେଉଛି। ଜିଲାରେ ଲଘୁଚାପ ଜନିତ ବର୍ଷା ସ୍ବତ୍ତ୍ୱେ ପୂଜା ମାହୋଲ ବେଶ ସରଗରମ ରହିଛି। ଏପରିକି ଜିଲାର କେତେକ ଅଞ୍ଚଳରେ ମଙ୍ଗଳବାର ମଧ୍ୟ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖଣି ଓ ଶିଳ୍ପ ସମୃଦ୍ଧ ଯୋଡ଼ା, ବଡ଼ବିଲ, ବଲାଣି, ରୁଗୁଡ଼ି, ବାମେବାରି […] The post ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ appeared first on Dharitri Odia News.
କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମ ପାଳିତ ହେଉଛି। ଜିଲାରେ ଲଘୁଚାପ ଜନିତ ବର୍ଷା ସ୍ବତ୍ତ୍ୱେ ପୂଜା ମାହୋଲ ବେଶ ସରଗରମ ରହିଛି। ଏପରିକି ଜିଲାର କେତେକ ଅଞ୍ଚଳରେ ମଙ୍ଗଳବାର ମଧ୍ୟ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖଣି ଓ ଶିଳ୍ପ ସମୃଦ୍ଧ ଯୋଡ଼ା, ବଡ଼ବିଲ, ବଲାଣି, ରୁଗୁଡ଼ି, ବାମେବାରି ଅଞ୍ଚଳରେ ଦେବଶିଳ୍ପୀଙ୍କ ପୂଜା ମହାଆଡମ୍ବର ସହକାରେ ପାଳନ ହେଉଥିବା ବେଳେ ବଂଶପାଳ ବ୍ଲକ ଅଁରାସ୍ଥିତ ଶ୍ରୀ ମେଟକିକ୍ସ, ସଦର ବ୍ଲକ ଏମ୍ଏସ୍ପି ସ୍ପଞ୍ଜ କାରଖାନାରେ ମଧ୍ୟ ଦେବଶିଳ୍ପୀଙ୍କୁ ଆହ୍ବାନ କରାଯାଇଛି।
ଏପରିକି କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଯଥା ବିଧି ସହକାରେ ପାଳିତ ହେଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ କର୍ମୀ ଦଳ ନିୟନ୍ତ୍ରକ, ଜେନେରାଲ ଇଲେକ୍ଟ୍ରିକାଲ ଅଫିସ, ଇଂଜିନିୟରିଂ ବିଭାଗ, ଟିଆରଡି ଅଫିସ ସମେତ ସମସ୍ତ ରେଳବାଇର ଅନ୍ୟ ଯାନ୍ତ୍ରିକ ବିଭାଗଗୁଡିକରେ ମଧ୍ୟ ସୋମବାର ସକାଳରୁ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।
ସେହିପରି ଇଲେକ୍ଟ୍ରି ଅଫିସ, କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ, ବସ୍ ମାଲିକ ସଂଘ, ଶିଳ୍ପ ତାଲିମ କେନ୍ଦ୍ର, ଗାଡ଼ି ଗ୍ୟାରେଜ, ଲେଦ ଆଦି ସ୍ଥାନରେ ବାବା ବିଶ୍ୱକର୍ମାଙ୍କୁ ପୂଜା କରାଯାଉଛି। ଏଥିପାଇଁ ପୂଜା ମଣ୍ଡପଗୁଡିକ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ହୋଇଥିବା ବେଳେ ଆକର୍ଷଣୀୟ ତୋରଣ ପୂଜା ମଣ୍ଡପରେ ଝଲସି ଉଠୁଛି। ସକାଳୁ ଗାଡ଼ି ପୂଜା ପରେ ମଣ୍ଡପରେ ପୂଜା କାର୍ଯ୍ୟ ଯଥା ବିଧି ଆରମ୍ଭ ହୋଇଥିଳା। ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜା ମଣ୍ଡପନିକଟରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।
The post ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ appeared first on Dharitri Odia News.