ସମର ମସଲା
ଭାରତୀୟ ମସଲାରେ ଏଭଳି କିଛି ମସଲା ରହିଛନ୍ତି, ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବ୍ୟବହାର ହୋଇଥାଆନ୍ତି । ଏମାନଙ୍କୁ ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ । ଖରାଦିନେ ସାଧାରଣତଃ ବଦହଜମି, ଗ୍ୟାସ ଆଦି ଦେଖିବାକୁ ମିଳିଥାଏ । ତେଣୁ ଏଭଳି କିଛି ମସଲା ବିଷୟରେ ଆସନ୍ତୁ ଜାଣିବା ଯାହାକୁ ଖରାଦିନେ ଖାଇବା ଲାଭ ଦାୟକ ହୋଇଥାଏ । ଧନିଆ ଧନିଆକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢିବା ପାଇଁ ବ୍ୟବହାର କରାଯାଇଥାଏ […]

ଭାରତୀୟ ମସଲାରେ ଏଭଳି କିଛି ମସଲା ରହିଛନ୍ତି, ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବ୍ୟବହାର ହୋଇଥାଆନ୍ତି । ଏମାନଙ୍କୁ ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ । ଖରାଦିନେ ସାଧାରଣତଃ ବଦହଜମି, ଗ୍ୟାସ ଆଦି ଦେଖିବାକୁ ମିଳିଥାଏ । ତେଣୁ ଏଭଳି କିଛି ମସଲା ବିଷୟରେ ଆସନ୍ତୁ ଜାଣିବା ଯାହାକୁ ଖରାଦିନେ ଖାଇବା ଲାଭ ଦାୟକ ହୋଇଥାଏ ।
ଧନିଆ
ଧନିଆକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢିବା ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହାକୁ ଖରାଦିନିଆ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଆମର ପାଚନ ତନ୍ତ୍ରରେ ସୁଧାର ଆସିବ । ଖରାଦିନେ ଦେଖିବାକୁ ମିଳୁଥିବା ଗ୍ୟାସ, ବଦହଜମି ଭଳି ସମସ୍ୟାକୁ ସମାଧାନ କରିବାରେ ଧନିଆ ସହାୟକ ହୋଇଥାଏ ।
ପୋଦିନା
ଖରାଦିନେ ପେଟକୁ ଥଣ୍ଡା କରିବାରେ ପୋଦିନାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଆପଣ ଚଟଣି କରି ହେଉ କିମ୍ବା ସରବତରେ ମିଶାଇ ପିଇ ପାରିବେ । ଏହା ଆମ ପେଟକୁ ଥଣ୍ଡା ରଖିବାରେ ଖୁବ ସହାୟକ ହୋଇଥାଏ । ଏହା କେବଳ ଆମର ପେଟ ନୁହେଁ ଚର୍ମକୁ ଉଜ୍ୱଳ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।
ଜିରା
ଭାରତୀୟଙ୍କ ରୋଷେଇରେ ଜିରା ସବୁଠାରୁ ମୁଖ୍ୟ ସାମଗ୍ରୀ ହୋଇଥାଏ । ତେବେ ଏହା କେବଳ ଯେ ଖାଦ୍ୟର ସ୍ୱାଦ ବଢାଇଥାଏ ତାହା ନୁହେଁ । ଏହାକୁ ପେଟ ଥଣ୍ଡା କରିବା ପାଇଁ ମଧ୍ୟ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ । ବିଭିନ୍ନ ସରବତରେ ଜିରାର ଉପଯୋଗ କରାଯାଇଥାଏ, ଯାହା ପେଟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ ।