ସମସ୍ତ ଆହତ ବିପଦମୁକ୍ତ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଟାଟା ଷ୍ଟିଲ୍
ଭୁବନେଶ୍ୱର: ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲ୍ଟିଂ ସପରେ ଦୁର୍ଘଟଣା ଘଟିଥିଲା । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଘଟିଥିବା ଏହି ୯ ଜଣ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନେ ବିପଦମୁକ୍ତ ଅଛନ୍ତି । ଦୁର୍ଘଟଣା ଉପରେ କୌଣସି ଗୁଜବକୁ ବିଶ୍ୱାସ କରିବା ପାଇଁ କମ୍ପାନି ପକ୍ଷରୁ ଅନୁରୋଧ କରାଯାଇଛି ।କମ୍ପାନିର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, 'ଆମର ଅଭିଜ୍ଞ ଡାକ୍ତରୀ ଦଳ ଏବେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ଆମେ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପ୍ରୟାସ କରାଯାଉଛି ।'ଏଥିରେ ଆହୁରି କୁହାଯାଇଛି, 'ଘଟଣା ସମ୍ପର୍କରେ ବିଭାଗୀୟ ସରକାରୀ ଅଧିକାରୀ ଓ ଆହତଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ଘଟଣାସ୍ଥଳକୁ ବ୍ୟାରିକେଡ୍ କରାଯାଇ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ । ଦୟାକରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓକୁ ଆମ କାର
ଭୁବନେଶ୍ୱର: ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲ୍ଟିଂ ସପରେ ଦୁର୍ଘଟଣା ଘଟିଥିଲା । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଘଟିଥିବା ଏହି ୯ ଜଣ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନେ ବିପଦମୁକ୍ତ ଅଛନ୍ତି । ଦୁର୍ଘଟଣା ଉପରେ କୌଣସି ଗୁଜବକୁ ବିଶ୍ୱାସ କରିବା ପାଇଁ କମ୍ପାନି ପକ୍ଷରୁ ଅନୁରୋଧ କରାଯାଇଛି ।
କମ୍ପାନିର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, 'ଆମର ଅଭିଜ୍ଞ ଡାକ୍ତରୀ ଦଳ ଏବେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ଆମେ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପ୍ରୟାସ କରାଯାଉଛି ।'
ଏଥିରେ ଆହୁରି କୁହାଯାଇଛି, 'ଘଟଣା ସମ୍ପର୍କରେ ବିଭାଗୀୟ ସରକାରୀ ଅଧିକାରୀ ଓ ଆହତଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ଘଟଣାସ୍ଥଳକୁ ବ୍ୟାରିକେଡ୍ କରାଯାଇ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ । ଦୟାକରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓକୁ ଆମ କାରଖାନାର ଘଟଣା ବୋଲି ବିଶ୍ୱାସ କରନ୍ତୁ ନାହିଁ । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବରେ, ଆମର କର୍ମଚାରୀ ଏବଂ ଆମର ସମସ୍ତ ସହଯୋଗୀଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ।'
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମଧ୍ୟାହ୍ନ ସମୟରେ କାରଖାନାର SMS ସାଇଡ଼ରେ ହଠାତ୍ ବ୍ଲାଷ୍ଟ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୯ କର୍ମଚାରୀ ପୋଡ଼ି ହୋଇ ଆହତ ହୋଇଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତରଳ ଷ୍ଟିଲରେ ପାଣି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।