ସମସ୍ତ କଳ୍ପନାଜଳ୍ପନା ଶେଷ: ଭାଜପାରେ ସାମିଲ ହେବେ ଚମ୍ପାଇ ସୋରେନ, ସୂଚନା ଦେଲେ ହିମନ୍ତ
ରାଞ୍ଚି,୨୭।୮: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ଭାଜପାରେ ଯୋଗଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଏକ୍ସରେ ଲେଖିଛନ୍ତି, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ […] The post ସମସ୍ତ କଳ୍ପନାଜଳ୍ପନା ଶେଷ: ଭାଜପାରେ ସାମିଲ ହେବେ ଚମ୍ପାଇ ସୋରେନ, ସୂଚନା ଦେଲେ ହିମନ୍ତ appeared first on Dharitri Odia News.
ରାଞ୍ଚି,୨୭।୮: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ଭାଜପାରେ ଯୋଗଦେବେ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଏକ୍ସରେ ଲେଖିଛନ୍ତି, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ। ସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବେ। ଏହି ଖବର ପରେ ଝାଡଖଣ୍ଡରେ ନୂତନ ରାଜକୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ଭାଜପା ଆଦିବାସୀ ଭୋଟ ବ୍ୟାଙ୍କରେ ସୌଧ ଲଗାଇବାକୁ ପ୍ରସ୍ତୁତ ହେଉଛି।
ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ଶେୟାର କରିଛନ୍ତି ସେଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି। ଚମ୍ପାଇ ସୋରେନଙ୍କ ସମେତ ଜେଏମଏମ୍ରେ ଅନେକ ବଡ଼ ନେତା ମଧ୍ୟ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।
The post ସମସ୍ତ କଳ୍ପନାଜଳ୍ପନା ଶେଷ: ଭାଜପାରେ ସାମିଲ ହେବେ ଚମ୍ପାଇ ସୋରେନ, ସୂଚନା ଦେଲେ ହିମନ୍ତ appeared first on Dharitri Odia News.