'ସମସ୍ତ ବିକଳ୍ପ ଅନୁସନ୍ଧାନ କର, ଦୃଢ ପଦକ୍ଷେପ ନିଅ': IOA ସଭାପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୭/୦୮: ଭାରତୀୟ ରେସଲର ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସବୁଠି ହଇଚଇ । ଅଲିମ୍ପିକ ଗେମ୍ସରେ ନିଜର ସ୍ୱପ୍ନ ହରାଇ ନାହାଁନ୍ତି, ବରଂ ଏକ ବଡ଼ ପଦକ ମଧ୍ୟ ହରାଇଛନ୍ତି । ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ କରାଯାଇଛି । ଏହି ଖବର ବାହାରିବା ମାତ୍ରେ କେବଳ ଭିନେଶ ଫୋଗାଟଙ୍କ ପ୍ରଶଂସକ ଏବଂ କ୍ରୀଡାପ୍ରେମୀ ନୁହଁନ୍ତି ଦେଶର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ମଧ୍ୟ ହୃଦୟ ଭାଙ୍ଗିଥିଲେ । ଲାଗୁଥିଲା ଯେପରି ଗୋଟିଏ ଶକ୍ତ ଧକ୍କା ଲାଗିଛି । ସେ ପ୍ରତିଯୋଗୀ ହେଉ ବା କୋଚ୍ । ଭାଙ୍ଗିଯାଇଛି ମନ । ସେପଟେ ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନେଶ ଫୋଗାଟଙ୍କୁ ଉତ୍ସାହିତ କରି ସେବାକୁ ଟ୍ୱିଟ କରି ବଢାିଛନ୍ତି ମନୋବଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ମୁଁ ଜାଣେ ତୁମେ ଚାମ୍ପିଅନ । ଡରିବାର କିଛି ନାହିଁ । ଆମେ ସମସ୍ତେ ଆପଣଙ୍କ ସହ ଅଛୁ । On Indian wrestler Vinesh Phogat's disqualification from #ParisOlympics2024, PM Narendra Modi tweets, "Vinesh, you are a champion among champions! You are India's pride and an inspiration for each and every Indian. Today's setback hurts. I wish words could express the sense of… pic.twitter.com/6Qx4rmdD2a— AN

'ସମସ୍ତ ବିକଳ୍ପ ଅନୁସନ୍ଧାନ କର, ଦୃଢ ପଦକ୍ଷେପ ନିଅ': IOA ସଭାପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୭/୦୮: ଭାରତୀୟ ରେସଲର ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସବୁଠି ହଇଚଇ । ଅଲିମ୍ପିକ ଗେମ୍ସରେ ନିଜର ସ୍ୱପ୍ନ ହରାଇ ନାହାଁନ୍ତି, ବରଂ ଏକ ବଡ଼ ପଦକ ମଧ୍ୟ ହରାଇଛନ୍ତି । ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ କରାଯାଇଛି । ଏହି ଖବର ବାହାରିବା ମାତ୍ରେ କେବଳ ଭିନେଶ ଫୋଗାଟଙ୍କ ପ୍ରଶଂସକ ଏବଂ କ୍ରୀଡାପ୍ରେମୀ ନୁହଁନ୍ତି ଦେଶର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ମଧ୍ୟ ହୃଦୟ ଭାଙ୍ଗିଥିଲେ । 

ଲାଗୁଥିଲା ଯେପରି ଗୋଟିଏ ଶକ୍ତ ଧକ୍କା ଲାଗିଛି । ସେ ପ୍ରତିଯୋଗୀ ହେଉ ବା କୋଚ୍ । ଭାଙ୍ଗିଯାଇଛି ମନ । ସେପଟେ ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନେଶ ଫୋଗାଟଙ୍କୁ ଉତ୍ସାହିତ କରି ସେବାକୁ ଟ୍ୱିଟ କରି ବଢାିଛନ୍ତି ମନୋବଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ମୁଁ ଜାଣେ ତୁମେ ଚାମ୍ପିଅନ । ଡରିବାର କିଛି ନାହିଁ । ଆମେ ସମସ୍ତେ ଆପଣଙ୍କ ସହ ଅଛୁ । 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟା ପୂର୍ବରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଭିନେଶ ଫୋଗାଟ୍ ସମ୍ବନ୍ଧରେ ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ ରାତିସାରା ଦଳର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ଆଜି ସକାଳେ ଭିନେଶ ଫୋଗାଟଙ୍କ ଓଜନ ୫୦ ଗ୍ରାମରୁ ଅଧିକ ଥିଲା । ତେବେ ଏହା ଉପରେ ପିଏମ ମୋଦୀ ଆଇଓଏକୁ ଏହି ପ୍ରସଙ୍ଗରେ କଠୋର ଆପତ୍ତି ଉଠାଇବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସଭାପତି ପି.ଟି ଉଷାଙ୍କ ସହ କଥା ହୋଇଛନ୍ତି । 

ଏହି ପରିସ୍ଥିତିରେ ସମସ୍ତ ବିକଳ୍ପ ଉପରେ ବିଚାର କରିବାକୁ ପିଏମ ମୋଦି କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଫୋଗାଟଙ୍କ ଅଯୋଗ୍ୟତା ନେଇ ପ୍ୟାରିସ ଅଲିମ୍ପିକ କମିଟି ସହିତ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶଙ୍କ ଅଯୋଗ୍ୟତା ପରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ଭିନେଶଙ୍କ ଖେଳକୁ ପ୍ରଶଂସା କରୁଥିବାବେଳେ ସେ ପଦକରୁ ବଞ୍ଚିତ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।