ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ

ସମ୍ବଲପୁର/ରେଙ୍ଗାଲି,୧ା୮(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲାହୀରାକୁଦ ଜଳଭଣ୍ଡାର ବିସ୍ଥାପିତଙ୍କୁ ପ୍ରଥମଥର ପାଇଁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଫଳରେ ଦୀର୍ଘ ୭୦ବର୍ଷ ପରେ ବିସ୍ଥାପିତ ପରିବାରଙ୍କ ଆଶା ପୂରଣ ହୋଇଛି। ରେଙ୍ଗାଲି ତହସିଲ କୁର୍ଲା ଗ୍ରାମରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ବିଲୀନ ହୋଇଥିବା ଗ୍ରାମଗୁଡ଼ିକର ପରିବାର ବିସ୍ଥାପିତ ହୋଇ ରେଙ୍ଗାଲି ତହସିଲ ଅଧୀନ ସାଲଡ ପଞ୍ଚାୟତ ଅନ୍ତର୍ଗତ କୁର୍ଲା […] The post ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ appeared first on Dharitri Odia News.

ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ

ସମ୍ବଲପୁର/ରେଙ୍ଗାଲି,୧ା୮(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲାହୀରାକୁଦ ଜଳଭଣ୍ଡାର ବିସ୍ଥାପିତଙ୍କୁ ପ୍ରଥମଥର ପାଇଁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଫଳରେ ଦୀର୍ଘ ୭୦ବର୍ଷ ପରେ ବିସ୍ଥାପିତ ପରିବାରଙ୍କ ଆଶା ପୂରଣ ହୋଇଛି।

ରେଙ୍ଗାଲି ତହସିଲ କୁର୍ଲା ଗ୍ରାମରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ବିଲୀନ ହୋଇଥିବା ଗ୍ରାମଗୁଡ଼ିକର ପରିବାର ବିସ୍ଥାପିତ ହୋଇ ରେଙ୍ଗାଲି ତହସିଲ ଅଧୀନ ସାଲଡ ପଞ୍ଚାୟତ ଅନ୍ତର୍ଗତ କୁର୍ଲା ଓ ନିସାନଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଠୁଁଟିକରବଗା ଗ୍ରାମରେ ବସବାସ କରୁଥିଲେ।

୭୦ବର୍ଷ ଧରି ଏଠାରେ ରହି ଆସୁଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳି ନ ଥିଲା। ପରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜମିରେ ଗଢ଼ି ଉଠିଥିବା ଉକ୍ତ ଗ୍ରାମଦ୍ୱୟକୁ ଜଳସମ୍ପଦ ବିଭାଗ ଗତ ଜୁଲାଇ ୨୫ ତାରିଖରେ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଥିଲା। ଫଳରେ ତୁରନ୍ତ ଉକ୍ତ ଗ୍ରାମଦ୍ୱୟକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଥିଲା। ରାଜସ୍ବମନ୍ତ୍ରୀ ପୂଜାରୀ ରେଙ୍ଗାଲି ଗସ୍ତ ଅବସରରେ ଗୁରୁବାର ଏଠାରେ ଆୟୋଜିତ କାର୍ଯ୍ୟକ୍ରରେ ଯୋଗଦେଇ କୁର୍ଲା ଓ ଠଁୁଟିକତରବଗା ଗ୍ରାମର ମୋଟ ୨୨୧ ବିସ୍ଥାପିତ ପରିବାରଙ୍କୁ ଘରଡିହ ଓ ଚାଷଜମି ପଟ୍ଟା ବଣ୍ଟନ କରିଥିଲେ। ଘର ଡିହ ପାଇଁ ପ୍ରତ୍ୟେକ ପରିବାରକୁ ସର୍ବାଧିକ ୧୦ ଡିସମିଲ ଓ ଚାଷ ପାଇଁ ସର୍ବାଧିକ ୨ ଏକର ଲେଖାଏ ଚାଷଜମିର ପଟ୍ଟା ପ୍ରଦାନ କରିଛନ୍ତି। ଏଥିରେ କୁର୍ଲା ଗ୍ରାମର ୧୬୮ ପରିବାରଙ୍କୁ ମୋଟ ୨୧୬.୦୬ ଏକର ଓ ଠଁୁଟିକତରବଗା ଗ୍ରାମର ୫୩ପରିବାରକୁ ମୋଟ ୧୩୦.୪୫ ଏକର ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି।

ଜମିପଟ୍ଟା ପାଇବା ଫଳରେ ଦୀର୍ଘ ୭ ଦଶନ୍ଧି ପରେ ବିସ୍ଥାପିତଙ୍କ ତୃତୀୟ ପୀଢି ସେମାନଙ୍କ ଅଧିକାର ପାଇବାର ଆଶା ପୂରଣ ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଆଗକୁ ଏଠାରେ ବିସ୍ଥାପିତ ପରିବାର ପାଇଥିବା ଘରଡିହରେ ଆବାସ ଯୋଜନା ଜରିଆରେ ପକ୍କାଘର ନିର୍ମାଣ ସହିତ ବିଜୁଳି, ପାନୀୟ ଜଳ, ଶୌଚାଳୟ ଆଦି ନିର୍ମାଣ କରାଯାଇ ଅଞ୍ଚଳକୁ ଏକ ଉନ୍ନତମାନର ଆବାସିକ ଅଞ୍ଚଳରେ ପରିଣତ କରାଯିବ। ଯଦ୍ୱାରା ଏଠାରେ ବସବାସ କରୁଥିବା ଲୋକେ ଜୀବନ ଧାରଣର ଏକ ଉନ୍ନତ ଜୀବନଶୈଳୀରେ ରୂପାନ୍ତରିତ ହୋଇ ପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଅନ୍ୟଅଞ୍ଚଳରେ ବସବାସ କରୁଥିବା ହୀରାକୁଦ ବିସ୍ଥାପିତଙ୍କୁ ମଧ୍ୟ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଆଗାମୀ ୧ ବର୍ଷ ମଧ୍ୟରେ ଜିଲାର ସମସ୍ତ ହୀରାକୁଦ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି ବୋଲି ରାଜସ୍ବ ମନ୍ତ୍ରୀ ପୂଜାରୀ କହିଛନ୍ତି। ପଟ୍ଟା ବଣ୍ଟନ ସମୟରେ ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର, ଅତିରିକ୍ତ ତହସିଲଦାର ସୁଜିତ କୁାମର ଶତପଥୀ, ପୂର୍ବତନ ବିଧାୟକ ନାଉରୀ ନାୟକ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ସାଲଡ୍‌ ସରପଞ୍ଚ ସରୋଜ କୁମାର ମେହେର ଉପସ୍ଥିତ ଥିଲେ।

The post ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ appeared first on Dharitri Odia News.