ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ

ପ୍ରୟାଗରାଜ,୨୭।୧: ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଯୋଗଗୁରୁ ବାବା ରାମଦେବ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ। ସେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବାବା ରାମଦେବଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ବାବା ରାମଦେବ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ମିଳିତ ଭାବରେ ସଙ୍ଗମ ନଦୀ କୂଳରେ ଯୋଗ ଆସନ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ବାବା ରାମଦେବଙ୍କ ଜୁଗଳବନ୍ଦୀ ସମସ୍ତଙ୍କ ଦୃଷ୍ଟି […] The post ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ appeared first on Dharitri Odia News.

ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ

ପ୍ରୟାଗରାଜ,୨୭।୧: ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଯୋଗଗୁରୁ ବାବା ରାମଦେବ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ। ସେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବାବା ରାମଦେବଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା।
ବାବା ରାମଦେବ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ମିଳିତ ଭାବରେ ସଙ୍ଗମ ନଦୀ କୂଳରେ ଯୋଗ ଆସନ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ବାବା ରାମଦେବଙ୍କ ଜୁଗଳବନ୍ଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ମୁଖ୍ୟମନ୍ତ୍ରୀ ଯୋଗୀ ସଙ୍ଗମ କୂଳରେ ରାମଦେବଙ୍କ ସହ ଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ବାବା ରାମଦେବ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ସୋମବାର ମହାକୁମ୍ଭରେ ବୁଡ ପକାଇବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ପରିବାର ସହ ସେଠାରେ ପହଞ୍ଚିଥିଲେ।

The post ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଯୋଗୀ ଆଦିତ୍ୟନାଥଙ୍କ ସହ ବାବା ରାମଦେବଙ୍କ ଯୁଗଳବନ୍ଦୀ appeared first on Dharitri Odia News.