ସମସ୍ତଙ୍କୁ ମାଗଣାରେ ଦିଆଯିବ ମହାପ୍ରସାଦ! ପଢ଼ନ୍ତୁ, କ’ଣ କହିଛନ୍ତି ଆଇନ ମନ୍ତ୍ରୀ

ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ।

ସମସ୍ତଙ୍କୁ ମାଗଣାରେ ଦିଆଯିବ ମହାପ୍ରସାଦ! ପଢ଼ନ୍ତୁ, କ’ଣ କହିଛନ୍ତି ଆଇନ ମନ୍ତ୍ରୀ

ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, ଏ ସଂପର୍କରେ ରାଜ୍ୟ ସରକାର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ସେଠାରେ ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।

ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ କହିଛନ୍ତି, ଏହାର ମରାମତି ନେଇ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି। ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କାର୍ଯ୍ୟ ଓ ଗଣତି ମଣତି ଆରମ୍ଭ ହେବ।