ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍ ଦେଇ ହେବନି
ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଜଣେ ପ୍ରାର୍ଥୀଙ୍କର ଅନ୍ୟ ରାଜନେତାଙ୍କ ସହ ସମାନ ନାଁ ରହିଥିଲେ, ତାଙ୍କୁ ନିର୍ବାଚନରୁ ଓହରିଯିବା ପାଇଁ କୁହାଯାଇ ପାରିବ ନାହଁି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି। ନିର୍ବାଚନରେ ସମାନ ନାମଧାରୀ ପ୍ରାର୍ଥୀଙ୍କୁ ନେଇ ଉପୁଜୁ୍ଥିବା ସମସ୍ୟାର ସମାଧାନ ଦିଗରେ ଜରୁରୀ ପଦକ୍ଷେପ ନେବା ନିମନ୍ତେ ଭାରତର ନିର୍ବାଚନ କମିଶନ […] The post ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍ ଦେଇ ହେବନି appeared first on Dharitri Odia News.
ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଜଣେ ପ୍ରାର୍ଥୀଙ୍କର ଅନ୍ୟ ରାଜନେତାଙ୍କ ସହ ସମାନ ନାଁ ରହିଥିଲେ, ତାଙ୍କୁ ନିର୍ବାଚନରୁ ଓହରିଯିବା ପାଇଁ କୁହାଯାଇ ପାରିବ ନାହଁି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି। ନିର୍ବାଚନରେ ସମାନ ନାମଧାରୀ ପ୍ରାର୍ଥୀଙ୍କୁ ନେଇ ଉପୁଜୁ୍ଥିବା ସମସ୍ୟାର ସମାଧାନ ଦିଗରେ ଜରୁରୀ ପଦକ୍ଷେପ ନେବା ନିମନ୍ତେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାଏର ହୋଇଥିବା ପିଟିଶନକୁ ଜଷ୍ଟିସ ବି.ଆର୍. ଗଭାଇ, ସତୀଶ ଚନ୍ଦ୍ର ଶର୍ମା ଏବଂ ସନ୍ଦୀପ୍ ମେହେଟ୍ଟାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଯଦି ଜନ୍ମରୁ କାହାର ନାଁ ରାହୁଲ ଗାନ୍ଧୀ କିମ୍ବା ଲାଲୁ ପ୍ରସାଦ ଯାଦବ ଥାଏ, ତାଙ୍କୁ ନିର୍ବାଚନ ଲଢ଼ିବାରୁ କିପରି ବଞ୍ଚତ୍ତ କରାଯିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଭଳି ହେଲେ ତାହା ସେମାନଙ୍କ ଅଧିକାରକୁ ପ୍ରଭାବିତ କରିବ ନାହିଁ କି ବୋଲି ଅଦାଲତ ପଚାରିଥିଲେ। ଏଥିସହିତ ଆବେଦନକାରୀ ସାବୁ ଷ୍ଟିଫେନ୍ଙ୍କ ତରଫରୁ ଉପସ୍ଥିତ ଥିବା ଆଇନଜୀବୀ ଭି.କେ. ବିଜୁଙ୍କୁ ପିଟିଶନ ପ୍ରତ୍ୟାହାର କରିନେବା ପାଇଁ ଖଣ୍ଡପୀଠ ଅନୁମତି ଦେଇଥିଲେ।
The post ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍ ଦେଇ ହେବନି appeared first on Dharitri Odia News.