ସମିତି ସଭ୍ୟରୁ ବିଧାୟକ, ୨୦୧୯ ପରେ ୨୦୨୪ରେ ଜଗନ୍ନାଥଙ୍କୁ ରିପିଟ୍ କଲା ବିଜେଡି

ପାଟଣା୨୭/୦୩:୨୦୨୪ ନିର୍ବାଚନରେ ପାଇଁ ଘୋଷଣା ହୋଇଛି ବିଜେଡିର ପ୍ରାର୍ଥୀ । ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜଗନ୍ନାଥ ନାଏକ ପ୍ରାର୍ଥୀ ହୋଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଜଗନ୍ନାଥ ନାଏକଙ୍କ ନାମ ଘୋଷଣା କରିବା ପରେ ପାଟଣା ବିଜେଡି ଶିବିରରେ ଖୁସି ଲହରୀ ଖେଳିଯାଇଛି । ଜଗନ୍ନାଥ ନାଏକ ତାଙ୍କ ରାଜନୀତି କ୍ୟାରିୟର ସମିତି ସଭ୍ୟରୁ ଆରମ୍ଭ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭୋଗପଶି ଗ୍ରାମର ଜଗନ୍ନାଥ ନାଏକ । ପୂର୍ବତନ ପାଟଣା ବିଧାୟକ କାହ୍ନୁ ଚରଣ ନାଏକ ଏବଂ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକ ଙ୍କ ସାନ ପୁଅ ଜଗନ୍ନାଥ । ଗତ ୨୦୧୯ ମସିହାରେ ସେ ପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ବିଜୁ ଜନତା ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ଏଥିରେ ଜଗନ୍ନାଥ ନାଏକ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ନାଏକ ଙ୍କୁ ୭୭୯୬ ଭୋଟରେ ପରାଜୟ କରି ବିଧାୟକ ହୋଇଥିଲେ । ଏବେ ତାଙ୍କୁ ପୁନର୍ବାର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ କରିଥିବା ରୁ ସେ ଦଳ ସୁପ୍ରିମୋ  ନବୀନ ପଟ୍ଟନାୟକ  ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଗନ୍ନାଥ ନାଏକ ପ୍ରାର୍ଥୀ ହେବା ପରେ କର୍ମୀ ଉତ୍ସାହିତ ହୋଇ ପଡିଛନ୍ତି।

ସମିତି ସଭ୍ୟରୁ ବିଧାୟକ, ୨୦୧୯ ପରେ ୨୦୨୪ରେ ଜଗନ୍ନାଥଙ୍କୁ ରିପିଟ୍ କଲା ବିଜେଡି

ପାଟଣା୨୭/୦୩:୨୦୨୪ ନିର୍ବାଚନରେ ପାଇଁ ଘୋଷଣା ହୋଇଛି ବିଜେଡିର ପ୍ରାର୍ଥୀ । ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜଗନ୍ନାଥ ନାଏକ ପ୍ରାର୍ଥୀ ହୋଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଜଗନ୍ନାଥ ନାଏକଙ୍କ ନାମ ଘୋଷଣା କରିବା ପରେ ପାଟଣା ବିଜେଡି ଶିବିରରେ ଖୁସି ଲହରୀ ଖେଳିଯାଇଛି । 


ଜଗନ୍ନାଥ ନାଏକ ତାଙ୍କ ରାଜନୀତି କ୍ୟାରିୟର ସମିତି ସଭ୍ୟରୁ ଆରମ୍ଭ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭୋଗପଶି ଗ୍ରାମର ଜଗନ୍ନାଥ ନାଏକ । ପୂର୍ବତନ ପାଟଣା ବିଧାୟକ କାହ୍ନୁ ଚରଣ ନାଏକ ଏବଂ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକ ଙ୍କ ସାନ ପୁଅ ଜଗନ୍ନାଥ । 


ଗତ ୨୦୧୯ ମସିହାରେ ସେ ପାଟଣା ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ବିଜୁ ଜନତା ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ଏଥିରେ ଜଗନ୍ନାଥ ନାଏକ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ନାଏକ ଙ୍କୁ ୭୭୯୬ ଭୋଟରେ ପରାଜୟ କରି ବିଧାୟକ ହୋଇଥିଲେ । ଏବେ ତାଙ୍କୁ ପୁନର୍ବାର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ କରିଥିବା ରୁ ସେ ଦଳ ସୁପ୍ରିମୋ  ନବୀନ ପଟ୍ଟନାୟକ  ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଗନ୍ନାଥ ନାଏକ ପ୍ରାର୍ଥୀ ହେବା ପରେ କର୍ମୀ ଉତ୍ସାହିତ ହୋଇ ପଡିଛନ୍ତି।